ସେପ୍ଟେମ୍ବରମାସ ୨୬ତାରିଖ ୨୦୨୫ମସିହା (ଶୁକ୍ରବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ତୃତୀୟା ଦିବା ଘ୦୬/୪୫ ଗତେ ତୃତୀୟା,ନକ୍ଷତ୍ର- ବିଶାଖା ଫା ରାତ୍ରି ଘ୦୭/୩୮ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/ ୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୧୭,ଯୋଗିନୀ ନୈରୁତେ ଦିବା ଘ୦୬/୪୫ ଗତେ ନୈରୁତେ,ବିଛା,ଧନୁ ଓ ମୀନ ରାଶିର ଘାତବାର, ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ ୦୨/୪୦ ଗତେ ଘ ୦୫/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୫ ମଧ୍ୟେ ଓ ଘ ୦୨/୪୦ଗତେ ଘ୦୨/୩୯ ମଧ୍ୟେ ଓ ରାତ୍ରି ଘ ୦୬/୨୬ ଗତେ ଘ୦୯/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ମୂଳା ଭକ୍ଷଣ ନିଷେଧ।
ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
ବୃଷ :-ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ :-ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ :-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ :-ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା :-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା :-ଦିନଟି କ୍ଳେଶଦାୟକ। ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।
ବିଛା :-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ :-ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ।ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର :-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ :-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ:-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତାଦେବ।ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।

ପ୍ରଥମଂ ଶୈଳପୁତ୍ରୀ ତି ଦ୍ୱିତୀୟେ ବ୍ରହ୍ମଚାରିଣୀ l
ତୃତୀୟମ୍ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍ l
ପଞ୍ଚମ ସ୍କନ୍ଧମାତେତି ଷଷ୍ଠ କାତ୍ୟାୟନୀ ତଥା।ସପ୍ତମେ କାଳରାତ୍ରେତି ମହାଗୌରୀ ତିଚାଷ୍ଟମମ୍।ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗା ପ୍ରକିକୀର୍ତ୍ତିତାଃ ll
ନବରାତ୍ରରେ ନବଦୁର୍ଗାଙ୍କୁ ଆବାହନ କରି ନବମୀଦିନ ଏହାର ସମାପନ ହୋଇଥାଏ।ଦଶମୀଦିନ ଦଶହରା ପାଳନ ସହ ଏ ପାର୍ବଣପର୍ବର ସମାପ୍ତି ହୋଇଥାଏ l
ନବଦୁର୍ଗାଙ୍କ ସଂକ୍ଷିପ୍ତ ପରିଚୟ :-
୧ମ ସ୍ୱରୂପ ମାଶୈଳପୁତ୍ରୀ-ଦ୍ୱିଭୁଜା ଦେଵୀ,୨ୟସ୍ୱରୂପ ମାବ୍ରହ୍ମଚାରୀଣି – ଆନନ୍ଦମୟୀ ଦେବି ,୩ୟ ସ୍ୱରୂପ – ମାଚନ୍ଦ୍ରଘଣ୍ଟା,୪ର୍ଥ ସ୍ୱରୂପ – ମାକୁଷ୍ମାଣ୍ଡା- କୁତ୍ସିତ ତାପର ନାମ କୁଷ୍ମା।
୫ମସ୍ୱରୂପ ମାସ୍କନ୍ଧମାତା- ଦେବତାଙ୍କ ପ୍ରାର୍ଥନାରେ ତୃପ୍ତହୋଇ ମହାଦେବୀ ଉମାରୂପେ ହିମାଳୟ ପତ୍ନୀ ମେନାଙ୍କ ଗର୍ଭରେ ଜନ୍ମ ହେଲେ।ଦେବୀଉମା ଓ ଶିବଙ୍କର ମିଳନରୁ ସ୍କନ୍ଧ ବା କାର୍ତ୍ତିକେୟ ଜନ୍ମ ହେଲେ ଦେବସେନାପତି ଭାବେ ଅସୁର ସଂହାରକରିବେ।ଏଣୁ ସେ କିଶୋରୀ ହେବାପରେ ମହାଦେବଙ୍କୁ ପାଇବା ପାଇଁ ଦେବତାଙ୍କ ପରାମର୍ଶ ରେ କଠୋର ତପସ୍ୟା ଆରମ୍ଭକଲେ ।ସେପଟେ ମହାଦେବ ବି କଠୋର ତପସ୍ୟାରେ ମଗ୍ନ ।ଦେବତାମାନେ କାମଦେବଙ୍କୁ ଶିବଙ୍କର ତପସ୍ୟା ଭଗ୍ନ ନିମନ୍ତେ ପ୍ରେରଣ କଲେ। କାମଦେବ ଏ ଉଦ୍ୟମକରି ଶିବଙ୍କ କ୍ରୋଧାଗ୍ନିରେ ଭସ୍ମୀଭୂତ ହୋଇଗଲେ ।ଉମା ବୁଝିପାରିଲେ ଯେ ଶିବଙ୍କୁ ପାଇବାକୁ ହେଲେ ଅତି କଠୋର ସାଧନା ଆବଶ୍ୟକ। ପାର୍ବତୀ କଠୋର ତପସ୍ୟା କରିବା ନିମନ୍ତେ ବାହାରିବାରୁ ମାଆ ମେନା ତାଙ୍କୁ ଉ-ମା ଅର୍ଥାତ ଯାଅନାଯାଅନା କହି ବାରଣ କରିଥିଲେ।ଏହି ତପସ୍ୟା ଅବସରରେ ମାପାର୍ବତୀ ପତ୍ରଟିଏ ସୁଦ୍ଧା ଭକ୍ଷଣ ନ କରିଥିବାରୁ ତାଙ୍କର ଅନ୍ୟନାମ ଅପର୍ଣ୍ଣା। ଧ୍ୟାନବଳରେ ଉଭୟଙ୍କ ମଧ୍ୟରେ ମହାମିଳନ ହେବାରୁ ଜନ୍ମହେଲେ ସ୍କନ୍ଧ, କାର୍ତ୍ତିକେୟ।ସ୍କନ୍ଧମାତା ଅଗ୍ନି ମଣ୍ଡଳରେ ଅବସ୍ଥାନ କରନ୍ତି।ତାଙ୍କର ତିନିଗୋଟି ଭୁଜ,ସେ କୋଳରେ ସ୍କନ୍ଧଙ୍କୁ ଧରିଛନ୍ତି।ସେ ସୁଭ୍ରବର୍ଣ୍ଣା ଓ ପଦ୍ମାସନା।ତାଙ୍କରଗ୍ରହ-ବୁଧ ଏବଂ ମନ୍ତ୍ର-ଓଁ ଦେବୀ ସ୍କନ୍ଧ ମାତାଐ ନମଃ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

