କଟକ,୨୫ା୯(ଏସଏସନିଉଜ)ବାରଙ୍ଗଥାନା ଓ ଗୋଡିସାହିଫାଣ୍ଡି ପୋଲିସ ମିଳିତଭାବେ ବୁଧବାର ବିଳମ୍ଭିତ ରାତିରେ ପେଟ୍ରୋଲିଂ କରୁଥିବାଳେ ଦେଶୀମଦ ନେଇ ଦ୍ରୁତଗତିରେ ଆସୁଥିବା ଏକ ବାଇକ ସହ ୮୦ଲିଟର ଦେଶୀମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଯୁବକ ଦ୍ୱୟ ହେଉଛନ୍ତି କଟକସଦରଥାନା ଅଧିନସ୍ଥ ଶ୍ରୀକାରୁନ ଗ୍ରାମର ପ୍ରଶାନ୍ତଦାସ ଓ ମଂଟୁଖୁଂଟିଆ ।
ବୁଧବାର ବିଳମ୍ଭିତ ରାତିରେ ବାରଙ୍ଗଥାନା ଓ ଗୋଡିସାହିଫାଣ୍ଡି ପୋଲିସ ମିଳିତଭାବେ ପେଟ୍ରୋଲିଂ କରୁଥିବାବେଳେ ଆଠଗଡ ପଟରୁ ବାରଙ୍ଗଆଡକୁ ଓଡି୦୫ -ଏଜି -୦୪୭୬ନଂ ବାଇକଟି ଦ୍ରୁତଗତିରେ ଆସୁଥିଲାା ପୋଲିସ ବାଇକକୁ ରୋକି ଯାଂଚ କରିବାପରେ ସେଥିରୁ ୪ଟି ବ୍ଲାଡରରେ ଥିବା ୮୦ଲିଟର ଦେଶୀମଦ ମିଳିଥିଲା ।ପୋଲିସ ବାଇକ ସହ ମଦକୁ ଜବତ କରି ୫୨୯/୨୯କେଶନଂରେ ଏକ ମକଦ୍ଦମାରୁଜୁକରି ଗୁରୁବାରଦିନ ପ୍ରଶାନ୍ତ ଓ ମଂଟକୁ କୋର୍ଟଚାଳଣ କରିଛି।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)
Prev Post
Next Post
