ଚାଲିଥିଲା ବେଆଇନ ବାଣ କାରଖାନା ଧରିଲା ପୋଲିସ

କଟକ,୨୫ା୯(ଏସଏସନିଉଜ)ବାରଙ୍ଗ ଥାନା ଅନ୍ତର୍ଗତ ଜୟପୁର ଗ୍ରାମରେ ବେଆଇନ ବାଣ କାରଖାନାରେ ଚଢ଼ାଉ କରି ବାରଙ୍ଗ ଥାନା ପୁଲିସ ଗୁରୁବାରଦିନ ବିଭିନ୍ନ ପ୍ରକାରର ବାଣ ସରଞ୍ଜାମ ଜବତ କରିବା ସହ ବାପି ମଲ୍ଲିକ ନାମକ ଯୁବକକୁ ଗିରଫ କରିଛି।
ପ୍ରକାଶଯେ, ବେଲଗଛିଆ ଗ୍ରାମ ପଞ୍ଚାୟତର ଜୟପୁର ଗ୍ରାମରେ ବେଆଇନ ବାଣ ତିଆରି କାରଖାନା ଥିବାର ବୁଧବାରବିଳମ୍ବିତ ରାତିରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା।ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ଵାଳ ସଦଳେବଳେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବାଣ ତିଆରି ପାଇଁ ରଖାଯାଇଥିବା ବାରୁଦ ସହ ବିଭିନ୍ନପ୍ରକାରର ବାଣ ସରଞ୍ଜାମକୁ ପୋଲିସ ଜବତ

କରିଥିଲା। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ସଲଫର ୪୫ କେଜି, ପଟାସିଆମ୍ ୨୫କେଜି, ଚାରକୋଲ ୪୦ କେଜି, ସୁତୁଲି ୧୦କେଜି,ଏକ କ୍ଵିଣ୍ଟାଲରୁ ଉର୍ଦ୍ଧ ଫାୟରବଲ ସହ ବିପୁଳ ପରିମାଣର ବିସ୍ପୋରକସାମଗ୍ରୀ ଜବତ ହୋଇଥିଲା।ଘଟଣାସ୍ଥଳରୁ ପୋଲିସ ବାଣ ତିଆରି କରୁଥିବା ବାପି ମଲ୍ଲିକ ନାମକ ଯୁବକକୁ ଗିରଫ କରିଥିବା ବେଳେ ଅନ୍ୟ ମାନେ ଖସି ପଳାଇଥିବାର ଜଣାପଡିଛି। ପୁଲିସ୫୨୮/୨୫ କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି ବାପି ମଲ୍ଲିକକୁ ଗୁରୁବାର ଗିରଫ କରିଛି।(ଜିତରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.