ଛାତତଳୁ ବିଡିଓ କାଢିଲେନି କାର

ବର୍ଷାରେ ଉତେଜିତ ମହିଳାଙ୍କ ଧାରଣା

କଟକ,୨୫ା୯(ଏସଏସନିଉଜ)ବର୍ଷା ଯୋଗୁ ଗୁରୁବାର ଦିନ ମିଶନଶକ୍ତି ମହିଳାମାନେ ବ୍ଲକ୍ କାର୍ଯ୍ୟଳୟ ଆଗରେ ଧାରଣା ଦେବା ସ୍ଥାନ ପରିବର୍ତ୍ତନକୁ ନେଇ ଉତେଜନା ଦେଖାଦେଇଥିଲା।ବର୍ଷା ଯୋଗୁଁ ଛାତ ତଳେ ରହୁଥିବା ବିଡ଼ିଓ ଙ୍କ କାର କାଢ଼ିବାକୁ ମହିଳାମାନେ କହିଥିଲେ।କିନ୍ତୁ କାର କଢ଼ା ନଯିବାରୁ ମହିଳାମାନେ ଉତ୍ୟକ୍ତ ହୋଇ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ।ଯାହାଫଳରେ କୌଣସି ବାଇକ୍ ଓ କାର ଭିତରକୁ ଯାଇପାରିନଥିଲା କି ଭିତରେ ଥିବା ଗାଡି ବାହାରକୁ ଆସିପାରିନଥିଲା।
ପ୍ରକାଶଯେ,୬ଦଫା ଦାବି ନେଇଗତ ୪ଦିନ ଧରି ମିଶନଶକ୍ତି ମହିଳା ମାନେ ବିଭିନ୍ନ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି।ଗୁରୁବାର ଦିନ ମହିଳାମାନେ ବାରଙ୍ଗ ବ୍ଲକ ବିଡ଼ିଓଙ୍କକର୍ଯ୍ୟାଲୟପାର୍ଶ୍ବରେଧାରଣାରେ ବସିଥିଲେ।ହଠାତ୍ ବର୍ଷାହେବାରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଥିବା ଛାତ ତଳେ ଥୁଆ ହୋଇଥିବା ବିଡ଼ିଓଙ୍କ କାର କାଢ଼ିଲେ ବର୍ଷା ସମୟତକ ଧାରଣାରେ ବସିବେ ବୋଲି କାରଚାଲକକୁ ଅନୁରୋଧ କରିଥିଲେ।କିନ୍ତୁ କାରଚାଲକ ମହିଳାମାନଙ୍କ କଥାକୁ ବୃକ୍ଷେପ କରିନଥିଲା।ମାନବିକତା ଦୃଷ୍ଟି କୋଣରୁ ବର୍ଷା ସରିବା ପର୍ଯ୍ୟନ୍ତ କାରଟିକୁ କାଢ଼ିବାକୁ ଅନୁରୋଧ କରିଥିଲେ।କାରଚାଳକ ମହିଳା ମାନଙ୍କ କଥା ଶୁଣିବାକୁ ପ୍ରସ୍ତୁତନଥିଲେ ଏବଂ ବର୍ଷାରେ ଧାରଣାରେ ବସିବାକୁ ପରାମର୍ଶ ଦେଇଥିଲେ।ଯାହାକୁନେଇ ମହିଳାମାନଙ୍କ ମଧ୍ୟରେ ଉତେଜନା ଦେଖା ଦେଇଥିଲା।ବିଡ଼ିଓଙ୍କୁ ଯାଇ ତାଙ୍କ କାରକୁ ସାମୟିକ ଭାବେ ଉକ୍ତ ଜାଗାରୁ କାଢ଼ିବାକୁ ମହିଳାମାନେ କହିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା ବୋଲି ଧାରଣାର ନେତୃତ୍ୱ ନେଇଥିବା ଲକ୍ଷ୍ମୀପ୍ରିୟା ବେହେରା କହିଛନ୍ତି।ଏହାପରେ ମହିଳା ମାନେ ଉତେଜିତ ହୋଇ କାର୍ଯ୍ୟାଳୟ ସାମ୍ନା ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ।ଯାହାଫଳରେ କେହି ବ୍ଲକ ଭିତରକୁ ଯାଇପାରି ନଥିଲେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରିବା ପରେ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ବାଟ ଛାଡ଼ି ଧାରଣାରେ ବସିଥିଲେ।କିନ୍ତୁ କୌଣସି କାର ଓ ବାଇକ୍ କୁ ଭିତରକୁ ଓ ବାହାରକୁ ଆଉ ଛାଡ଼ିନଥିବାର ଦେଖିବାକୁ ମିଳିଥିଲା।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.