ଭୁବନେଶ୍ୱର,୨୬।୯(ଏସଏସନିଉଜ)ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଁ ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଛି ମହାନଦୀର ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗୋଟ ଖୋଲାଯିବାରୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି । ଷୋଡ଼ଶ ଉପଚାର ପୂଜା ଚାଲିଥିବା ବେଳେ ପୂଜକ ସମିତି ଓ ଦେବୋତ୍ତର ବିଭାଗ ସଜାଗ ଥିବା ବେଳେ ସମସ୍ତ ନିତିକାନ୍ତି ସୂଚାରୁ ରୁପେ ଚାଲିଛି ।ମନ୍ଦିର ପାହାଚକୁ ପାଣି ଛୁଇଁଥିବା ବେଳେ ଆଉ ୨ ଫୁଟ ବଢ଼ିଲେ ମନ୍ଦିର ଭିତରକୁ ପାଣି ପ୍ରବେଶ କରିବାର ସମ୍ଭାବନା ଦେଖାଦେଇଛି।
ଏହାକୁ ଦୃଷ୍ଟିରେ ରଖିସାଧାରଣ ଲୋକଙ୍କୁ ନଦୀ ଘାଟରେ ସ୍ନାନ ପାଇଁ କଟକଣା ଲଗାଯାଇଛି।
Prev Post
Next Post
