ଆଜିର ରାଶିଫଳ

ମାଆ ଆଦିଶକ୍ତିଙ୍କ ୬ଷ୍ଠସ୍ୱରୁପ ମାକାତ୍ୟାୟନୀ

ସେପ୍ଟେମ୍ବରମାସ ୨୭ତାରିଖ ୨୦୨୫ମସିହା(ଶନିବାର)ଆଶ୍ୱିନମାସ- ଶୁକ୍ଳ ,ତିଥି-ପଞ୍ଚମୀ ଦିବା ଘ୧୧/୪୮ଗତେ ଷଷ୍ଠୀ ,ନକ୍ଷତ୍ର- ଅନୁରାଧା ରାତ୍ରି ଘ୦୧/୪୭ଗତେ ଜ୍ୟେଷ୍ଠା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୦୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୩୭ ,ଯୋଗିନୀ ଦକ୍ଷିଣେ ଦିବା ଘ୧୧/୪୮ଗତେ ପଶ୍ଚିମେ.ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ଷଷ୍ଠୀର ପାର୍ବଣଶ୍ରାଦ୍ଧ ,ଅଦ୍ୟ ତପଷଷ୍ଠୀ ,କାଳବେଳା-ଦିବା ଘ୦୭/୧୧ ମଧ୍ୟେ ଓ ଘ ଲ୦୪/୦୮ଗତେ ଘ୦୫/୩୭ମଧ୍ୟେ ,ବାରବେଳା-ଦିବା ଘ ୦୧/୦୫ଗତେ ଘ୦୨/୩୬ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ ୦୭/୧୬ଗତେ ଘ୦୯/୪୦ମଧ୍ୟେ ଓ ଘ ୦୨/୩୬ ଗତେ ଘ୦୩/୧୭ମଧ୍ୟେ ଓ ରାତ୍ରି ଘ୧୨/୪୮ ଗତେ ଘ୦୨/୨୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୨/୨୬ଗତେ ଘ୦୩/୧୬ ମଧ୍ୟେ ,ଅଦ୍ୟ ବେଲ ଦିବା ଘ୧୧/୪୮ଗତେ ନିମ୍ବ ଭକ୍ଷଣ ନିଷେଧ
ମେଷ:-ଆଜି ଦିନଟି ଆପଣଙ୍କସ୍ବାସ୍ଥ୍ୟ ଭଲରହିବ।ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କଯୋଜନାକୁ କାର୍ୟ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳହେବେ। ବିଦେଶ ଯିବାଲୋକ ଶୁଭଖବର ପାଇବେ।
ବୃଷ:-ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନହେବ।ନେତାଙ୍କ ମାଧୢମରେ ଲାଭ ପାଇବେ।ବ୍ୟବସାୟରେ ଲାଗି ରହିଥିବା ବାଧା ଦୂରହେବ।ପାରିବାରିକଜୀବନ ଶାନ୍ତିମୟ ହେବ।
ମିଥୁନ:-ଆଜି ଯାତାୟାତସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌ବେ।ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ:-ଦିନଟି ଆପଣଙ୍କଲାଗି ସବୁଦୃଷ୍ଟିରୁ ଭଲ।ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ।ବିଦେଶରେ ଚାକିରିପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ।ହୋଟେଲ ଓ ଖୁଦ୍ରବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସି˚ହ:-ଆଜି ଶୁଭଗ୍ରହଙ୍କ କୃପା ଦୃଷ୍ଟି ଆପଣଙ୍କଉପରେ ରହିଛି।ସଫଳତାର ଶିଖର ଆଡ଼କୁ ଅଗ୍ରସରହେବେ।ଆୟ ବୃଦ୍ଧିହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟପ୍ରତି ଟିକେ ଧ୍ୟାନ ଦିଅନ୍ତୁ।
କନ୍ୟା:-ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁକାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ।ନୂଆନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ।କଳାକାରଙ୍କୁ କାର୍ୟ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା:-ସାମାଜିକକାର୍ୟ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହକରିବେ। ଆପଣଙ୍କୁ କେହି ବନ୍ଧୁତାରହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡବ୍ୟବସାୟୀମାନେ ନୂଆଡିଲ୍‌ କରିପାରନ୍ତି।ବାହନ କିଣିବା ଲାଗି ମନବଳିବ।
ବିଛା:-ଆଜି କୌଣସି କାର୍ୟ୍ୟକୁ ନୂଆକରି ମୂଳରୁ ଆରମ୍ଭ କରିବେ।ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ।ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
ଧନୁ:-ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର:-ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ।
କୁମ୍ଭ:-ପିତାଙ୍କ କହିବା ମାର୍ଗରେଚାଲନ୍ତୁ,ଆପଣଙ୍କୁ ସଫଳତା ମିଳିବ। ବିଦେଶ ରେ ବ୍ୟବସାୟକରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ଡିଲ୍‌ କରିବେ। ପଇସାକୁ ନେଇ କାହାରିସହିତ ବିବାଦ ହୋଇପାରେ।ଦାମ୍ପତ୍ୟଜିବନରେ ପ୍ରିତି ବଜାୟ ରହିବ।
ମୀନ:-ଆଧ୍ୟାତ୍ମିକଭାବନାରେ ସମୟ ବିତିବ।ବିଭିନ୍ନକ୍ଷେତ୍ରରେ ଜ୍ଞାନଅର୍ଜନ କରିବାକୁ ପ୍ରୟାସକରିବେ।କଳାସାହିତ୍ୟ କ୍ଷେତ୍ରରେ ଆଗକୁବଢ଼ିବେ।ଚାକିରି ସମ୍ବନ୍ଧୀୟ ଖୁସିଖବର ମିଳିବ।

ଆଶ୍ବିନ ମାସଶୁକ୍ଳ ତୁ କର୍ତ୍ତବ୍ୟଂ ନବରାତ୍ରିକମ୍ ।ପ୍ରତିପଦାଦି କ୍ରମେଣୈ ଯାବଚ୍ଚ ନବମୀ ଭବେତ୍ ॥ନବରାତ୍ରି ପ୍ରଯତ୍ନେନ ପ୍ରତ୍ୟହଂ ସା ସମର୍ଚ୍ଚିତା ନାଶୟତ୍ୟେବ ବିଘ୍ନୌନ୍ ସୁଗତିଂ ଚୈବ ଦାସ୍ୟତି॥୨୨-୯-୨୦୨୫ପ୍ରତିପଦା ସୋମବାରଠାରୁ ଶାରଦୀୟ ନବରାତ୍ରିପୂଜା ଆରମ୍ଭ ହୋଇଛି ।
ପ୍ରଥମଂ ଶୈଳପୁତ୍ରୀ ଚ ଦ୍ବିତୀୟଂ ବ୍ରହ୍ମଚାରିଣୀ।
ତୃତୀୟଂ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍।।
ପଞ୍ଚଂମଂ ସ୍କନ୍ଦମାତେତି ଷଷ୍ଠକାତ୍ୟାୟନୀତି ଚ।
ସପ୍ତମଂ କାଳରାତ୍ରୀ ଚ ମହାଗୌରୀତି ଚାଽଷ୍ଟମମ୍।।
ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗା ପ୍ରକୀର୍ତ୍ତିତାଃ।।ଜଗଜ୍ଜନନୀ ମାଆ ଆଦିଶକ୍ତିଙ୍କ ନବରାତ୍ରୀ ହିଁ ନାରୀର ନଅରୁପକୁ (ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ) ବଖାଣ କରେ। ନବରାତ୍ରରେ ନବଦୁର୍ଗାଙ୍କୁ ଆବାହନ କରି ନବମୀଦିନ ଏହାର ସମାପନ ହୋଇଥାଏ।ଦଶମୀଦିନ ଦଶହରା ପାଳନ ସହ ଏ ପାର୍ବଣପର୍ବର ସମାପ୍ତି ହୋଇଥାଏ ,ନବଦୁର୍ଗାଙ୍କ ସଂକ୍ଷିପ୍ତ ପରିଚୟ :-
୧ମ ସ୍ୱରୂପ ମାଶୈଳପୁତ୍ରୀ-(କନ୍ୟାସନ୍ତାନର ଜନ୍ମଗ୍ରହଣ)ଦ୍ୱିଭୁଜା ଦେଵୀ, ୨ୟସ୍ୱରୂପ ମାବ୍ରହ୍ମଚାରୀଣି(କନ୍ୟାର କୌମାର୍ୟ୍ୟଅବସ୍ଥା) – ଆନନ୍ଦମୟୀ ଦେବି ,୩ୟସ୍ୱରୂପ-ମାଚନ୍ଦ୍ରଘଣ୍ଟା(ବିବାହଯୋଗ୍ୟ ଅବସ୍ଥା)୪ର୍ଥସ୍ୱରୂପ-ମାକୁଷ୍ମାଣ୍ଡା-କୁତ୍ସିତ ତାପରନାମ କୁଷ୍ମା( ନୁତନଜୀବକୁ ଗର୍ଭରେ ଧାରଣଅବସ୍ଥା)୫ମସ୍ୱରୂପ ମାସ୍କନ୍ଧମାତା-(ସନ୍ତାନକୁ ଜନ୍ମଦେବା ପର ଅବସ୍ଥା)
୬ଷ୍ଠ ସ୍ୱରୁପ ମାକାତ୍ୟାୟନୀ(ସଂଯମ ଓ ସାଧନା ଧାରଣ ପୁର୍ବକ ପରିବାରର ପ୍ରତିପାଳନ ଅବସ୍ଥା)-ଶ୍ରୀଚଣ୍ଡୀରେ ଦେବୀଙ୍କର ସୁଖଦା ମୋକ୍ଷଦା ଦୁଇଟିସ୍ୱରୂପର ବର୍ଣ୍ଣନା ରହିଛି ।ଦେବୀରାଜା ସୁରଥଙ୍କୁ ସୁଖ ଓ ସମାଧି ବୈଶ୍ୟକୁ ମୋକ୍ଷ ପ୍ରଦାନ କରିଥିଲେ । ଏଣୁ କାତ୍ୟାୟନୀରୂପେ ଶ୍ରୀଦେବୀ ସର୍ବଦା ଭକ୍ତିଦା ଅଟନ୍ତି । ଭକ୍ତିରୂପକ ମହାଧନ ମାକାତ୍ୟାୟନୀଙ୍କ କରୁଣାରୁ ସମ୍ଭବ ହୋଇଥାଏ । ଦ୍ୱାପରଯୁଗରେ ଏହିଦେବୀଙ୍କୁ ବ୍ରଜବାଳାମାନେ ଶ୍ରୀକୃଷ୍ଣଙ୍କୁ ପତିରୂପେ ପାଇବା ପାଇଁ ପୂଜା କରିଥିଲେ ।ଏଣୁ ଶ୍ରୀମଦଭାଗବତରେ ଶ୍ଳୋକ ଅଛି :-
କାତ୍ୟାୟନୀ ମହାମାୟୀ
ମହାଯୋଗିନୀଧିଶ୍ୱରୀ
ନନ୍ଦ ଗୋପ ସୁତମ୍ ଦେବୀ
ପତିମ୍ ମେ କୁରୁତେ ନମଃ
ଦେବୀ ସ୍ଵର୍ଣ୍ଣମୟୀ ଦିବ୍ୟସ୍ୱରୂପା ସିଂହବାହିନୀ ।ଦେବୀ ତ୍ରିନେତ୍ରା ଓ ଅସ୍ତ୍ରଧାରି ଅଷ୍ଟଭୁଜା ।ଦେବୀ ବୃନ୍ଦାବନରେ କାତ୍ୟାୟନୀ ରୂପରେ ବିରାଜିତା । ଦେବୀଙ୍କ ଗ୍ରହ –ବୃହସ୍ପତି ଏବଂ ମନ୍ତ୍ର ” ଓଁ ଦେବୀକାତ୍ୟାୟନୈ ନମଃ “ଜୟ ଜଗଦମ୍ବେ ମାଆ...!!ଜୟଜଗନ୍ନାଥ, ଜୟସୋମନାଥ, ଜୟମା ଯୋଗମାୟା!!

 

 

- Advertisement -

Leave A Reply

Your email address will not be published.