ଓଲଟିଲା ସରକାରୀ ବସ

୧ମୃତ,୧୫ଆହତ

ଖଜୁରୀପଡା,୧୧।୧୦(ଏସଏସନିଉଜ)ଶୁକ୍ରବାର ବିଳମ୍ବିତ ରାତିରେ ସରକାରୀ ଯାତ୍ରୀବାହୀ ବସଟି ଯାତ୍ରୀ ନେଇଲାଞ୍ଜିଗଡରୁ କଟକ ଯାଉଥିଲା। ଖଜୁରୀପଡା ନିକଟସ୍ଥ ଗାଡିଆପଡା ଘାଟିରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଯାହାଫଳରେ ଢେଙ୍କାନାଳ ଜିଲ୍ଲା କହ୍ନେଇପାଳର ସୌମ୍ୟ ଦାସ ନାମକ ବସ୍‌ର କଣ୍ଡକ୍ଟରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।ଏହାସହିତ ବସରେ ଥିବା ୧୫ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ବସ୍‌ଟି ଗାଡିଆପଡା ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ଖବର ପାଇ ଖଜୁରୀପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

- Advertisement -

Leave A Reply

Your email address will not be published.