ଚୂଡ଼ଙ୍ଗଗଡ଼ ବାରଙ୍ଗମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କଟକ,୧୨।୧୦(ଏସଏସନିଉଜ)ଚୂଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବର ଅଷ୍ଟମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତିବୈଠକ ରବିବାର ନାରଣପୁରସ୍ଥିତ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହୋତ୍ସବ କିଭଳି ଶାନ୍ତିଶୃଙ୍ଖଳା ତଥା ସରସସୁନ୍ଦର ହୋଇପାରିବ ଅନୁଷ୍ଠାନ ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ସମସ୍ତଂକର ସହଯୋଗ କାମନା କରି ଥିଲେ।ଉପସ୍ଥିତ ପ୍ରଶାସନିକ ଅଧିକାରୀ ଓ କର୍ମକର୍ତ୍ତାମାନେ ନିଜନିଜ ବକ୍ତବ୍ୟରେ ସମସ୍ତଙ୍କୁ ନେଇ ମହୋତ୍ସବକୁ ଏଥର ଆକର୍ଷଣୀୟ କରିପାରିବା ସେଥିପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ।ଏଥିରେ ତହସିଲଦାର ତୁଷାର ଜ୍ୟୋତିରଞ୍ଜନ, ବିଡିଓ ସ୍ୱାଗତ ଦାସ, ଏସିପି ଶଶିକାନ୍ତ ରାଉତ, ଅଗ୍ନିଶମ ଅଧିକାରୀ ପ୍ରକାଶ ପାତ୍ର, ସ୍ୱାସ୍ଥ୍ୟ ଅଧିକାରୀ ସୁବାସ ଗୋଛାୟତ, ସମ୍ପାଦକ ରାମଚନ୍ଦ୍ର ଦାସ, ଅନ୍ତର୍ୟାମି କୁଆଁର, ସୁନିଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

Leave A Reply

Your email address will not be published.