ପୁଣି ଏନଡିଆରଏଫରୁ ଗଲେ ୫ଦଳ

ସଜାଗ ହେଲା ବାରଙ୍ଗ ଅଗ୍ନିଶମ ବିଭାଗ

କଟକ,୨୭ା୧୦(ଏସଏସନିଉଜ) ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ମୁଣ୍ଡଳୀସ୍ଥିତ ଏନଡିଆରଏଫରୁ ଦିତୀୟ ପର୍ୟ୍ୟାୟରେ ୫ଟି ଦଳ ସୋମବାର ଦିନବାହାରିଛନ୍ତି ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦ୍ୱିତୀୟ ପର୍ୟ୍ୟାୟରେ ପାଞ୍ଚଟି ଦଳ ରାଜ୍ୟର ବିଭିନ୍ନ ସ୍ଥାନର ନିୟୋଜିତ ହେବେ।ପ୍ରତି ଦଳରେ ୩୨ ଜଣ ଯବାନ ରହିଥିବାବେଳେ ସେମାନଙ୍କୁ ପରିଚାଳନା କରିବା ପାଇଁ ତିନିଜଣ ଅଧିକାରୀ ରହିଛନ୍ତି।ଆଜି ଯାଇଥିବା ଏହି ଦଳ ରାୟଗଡ଼ା,କନ୍ଧମାଳ,ଗଜପତି, କୋରାପୁଟ,ମାଲକାନଗିରିରେ ନିୟୋଜିତ ହେବେ ବୋଲି ଜଣାପଡିଛି। ଏହାପରେ ବି ଆଉ କିଛି ଦଳ ସଜାଗ ହୋଇ ରହିଥିବାବେଳେ ଆବଶ୍ୟକତାକୁ ଦେଖି ସେମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ବିଭିନ୍ନ ସ୍ଥାନକୁ ପଠାଯିବ ବୋଲି ଜଣାପଡିଛି।ପ୍ରଥମ ପର୍ୟ୍ୟାୟରେ ରବିବାର ଯାଇଥିବା ତିନୋଟି ଦଳମଧ୍ୟରୁ ଦୁଇଟି ଭାଇଯାକ ଓ ଅନ୍ୟ ଏକ ଦଳ ସିକାକୁଲମ୍ ରେ ନିୟୋଜିତ ହୋଇଥିବାର ଜଣାପଡିଛି।ସେହିଭଳିଭାବେ ବାତ୍ୟାରୁ ସାଧାରଣଲୋକଙ୍କୁ ସୁରକ୍ଷାଦେବାପାଇଁ ବାରଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ବାରଙ୍ଗ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରକାଶ ପାତ୍ରଙ୍କ ନେତୃତ୍ବରେ ଆନୁସାଙ୍ଗିକ ଜନ୍ତ୍ରପାତି ମହଜୁଦ କରି ସମସ୍ତ କର୍ମଚାରୀମାନେ ସଜାଗ ରହିବାକୁ କୁହାଝାଇଥିବାର ଜଣାପଡିଛି ।(ଶଶିକାନ୍ତନାୟକଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.