ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା

କାଲି ରାତିରେ ଲ୍ୟାଣ୍ଡଫଲ୍

ଭୁବନେଶ୍ବର,୨୭ା୧୦(ଏସଏସନିଉଜ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମୋନ୍ଥା ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି । ଆସନ୍ତାକାଲି ରାତିରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମୋନ୍ଥା । ୨୯ ତାରିଖ ଭୋରରେ ବାତ୍ୟା ରୂପରେ ଓଡ଼ିଶା ଦେଇ ଅତିକ୍ରମ କଲାବେଳେ ଏହାର ପ୍ରଭାବ ଦକ୍ଷିଣ ଓଡିଶାରେ ଅଧିକ ରହିବ । କୋରାପୁଟ , ମାଲକାନଗିରି , ନବରଙ୍ଗପୁର ଦେଇ ଗତି କରିବାବେଳେ ପବନର ବେଗ ୬୦ରୁ ୮୦ କିମି ରହିବ । ଛତିଶଗଡ଼ରେ ପହଞ୍ଚିଲା ବେଳକୁ ଅବପାତ ହୋଇ ଦୁର୍ବଳ ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

- Advertisement -

Leave A Reply

Your email address will not be published.