ଭୁବନେଶ୍ୱର,୨୮।୧୦(ଏସଏସନିଉଜ) ମଙ୍ଗଳବାର ରାତି ୧୦ଟା ପାଖାପାଖି ସିଭିୟରସାଇକ୍ଲୋନ ମୋନ୍ଥା ଆନ୍ଧ୍ର ଉପକୂଳ ଛୁଇଁବା ସହ କାକିନାଡ଼ାର ସାମାନ୍ୟ ଉତ୍ତରରେ କୋନାପାପାପେଟା ନିକଟରେ ଲ୍ୟାଣ୍ଡଫଲ୍ କରିବ।ଏହି ସମୟରେ ସେଠାରେ୯୦-୧୦୦ କିଲୋମିଟର ବେଗରେ ପବନ ବହୁଥିବ।ଲ୍ୟାଣ୍ଡଫଲ୍ ପରେ ଦ୍ରୁତ ଗତିରେ ଏହା ଦୁର୍ବଳ ହେବ।ବୁଧବାର ଭୋର୍ ସମୟରେ ମାଲକାନଗିରିର ବାଲିମେଳା ଜଳଭଣ୍ଡାର ଦେଇ ବାତ୍ୟା ଓଡ଼ିଶାରେ ପଶିବ। ସେତେବେଳକୁ ଏହାର ପ୍ରକୋପ ବହୁ ମାତ୍ରାରେ କମିଥିବ। ମାଲ୍କାନଗିରି ସହର ଦେଇ ସିଧାଛତିଶଗଡ଼ ମୁହାଁ ବାତ୍ୟା ହେବ ।ମଙ୍ଗଳବାର ଓ ବୁଧବାର ଓଡ଼ିଶାରେବାତ୍ୟା ପ୍ରଭାବ ପଡ଼ିବ ।ଦକ୍ଷିଣ ଓଡ଼ିଶାରେ୬୦-୭୦ କିମି ପବନ ହେବ। ବାତ୍ୟା ପ୍ରଭାବରେ ଦୁଇଦିନ ଅତି ପ୍ରବଳବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
