ମାଡ଼ିଆସୁଛି ବାତ୍ୟାମୋନ୍ଥା,ଜିରୋ କାଜୁଆଲିଟି ଲକ୍ଷ୍ୟ-ମନ୍ତ୍ରୀ

ଖୋର୍ଦ୍ଧା ଜିଲ୍ଲାରେ ୨ଦିନ ସ୍କୁଲ୍‌ ଛୁଟି

ଭୁବନେଶ୍ୱର,୨୭ା୧୦(ଏସଏସନିଉଜ) ଆସନ୍ତାକାଲି ରାତିରୁ ସକାଳ ପର୍ୟ୍ୟନ୍ତ ବାତ୍ୟାର ପ୍ରଭାବ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପରେ ରହିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିବ । ସର୍ବାଧିକ ପବନର ବେଗ ୧୧୦ କିଲୋମିଟର ରହିବ ।ବାତ୍ୟାକୁ ମୁକାବିଲା କରିବାପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ଓ ପରାମର୍ଶ ମାନନ୍ତୁ ବୋଲି ପ୍ରେସ୍‌ମିଟ୍‌ରେ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି ।ମନ୍ତ୍ରୀ କହିଛନ୍ତି ।ମାଲକାନଗିରି, ଗଜପତି, ଗଞ୍ଜାମରେ ବର୍ଷା ଆରମ୍ଭ ହୋଇଛିାବାତ୍ୟା ନିକଟବର୍ତ୍ତୀ ହେଲେ ବର୍ଷାରପ୍ରଭାବ ଅଧିକ ହେବାକେହି ଭୟଭୀତ ହୁଅନ୍ତୁନାହିଁ, ଜିରୋ କାଜୁଆଲିଟି ଆମରଲକ୍ଷ୍ୟ ରହିଛି ।ମାଲକାନଗିରି ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବାଛତିଶଗଡ଼ରେ ବର୍ଷା ହେଲେ ମହାନଦୀରେ ପାଣି ବଢ଼ିପାରୋଏଥିପାଇଁ ଜଳଭଣ୍ଡାରରୁ ପାଣି ନିଷ୍କାସନ କରାଯାଇଛି ବୋଲି ସୁଚନା ଦେଇଛନ୍ତି ।ଅନ୍ୟପଟେଦିଗପହଣ୍ଡି ପାତ୍ରପୁରରେ ଆଙ୍କୁଲି, ବୁରାତାଲ, ତୁମ୍ବା ପଞ୍ଚାୟତର ୩୦୦ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି ।୯ ଗର୍ଭବତୀ ପାତ୍ରପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗଜପତି ଜିଲ୍ଲାରେ ୯୪୬ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।୯୧ ଜଣ ଗର୍ଭବତୀଙ୍କୁ ମଧ୍ୟ କରାଗଲା ସ୍ଥାନାନ୍ତରାଝିପିଝିପି ବର୍ଷାରେ ସ୍ଥାନାନ୍ତର କଲା ପ୍ରଶାସନାଜିଲ୍ଲାରେ ୧୩୯ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି । ଅନ୍ୟପଟେ ବାତ୍ୟା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୨ଦିନ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି ।ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ୨୮, ୨୯ ଦୁଇଦିନ ଧରି ଛୁଟି ରହିବାଦୁଇଦିନ ଛୁଟି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

- Advertisement -

Leave A Reply

Your email address will not be published.