ଆଜିର ରାଶିଫଳ

ବକୁଳଅମାବାସ୍ୟା,୧୯-୧୨-୨୦୨୫(ଶୁକ୍ରବାର)ଅଦ୍ୟ ଧନୁ ଦି୪ନ,ପୈ।ଷ କୃଷ୍ଣ ଅମାବାସ୍ୟା ଦ୬୦ ନିଶାନ୍ତ,ଜ୍ୟେଷ୍ଠା ଦ୪୩।୧୫ ରାଘ୧୧।୩୭,ବିଛା ଚନ୍ଦ୍ର ଦ୪୩।୧୫ ରାଘ୧୧।୩୭।ଭାରତୀୟ ସାଧାରଣ ସମୟ ଅନୁସାରେ (ଓ.ଝ.ଞ.)ଧନୁ ଦ୦/୨୫/୪୦ ଇଂଘ୬/୧୯/୯ ଗତେ ଉଦୟ।ମିଥୁନ ୦/୩୭/୨୦ ଇଂଘ୫/୭/ ୧୭ ଗତେ ଅସ୍ତ ।ଯୋଗିନୀ ଐଶାନ୍ୟେ । ଯାତ୍ରାଦି ଶୁଭ କର୍ମନାସ୍ତି ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ରାତ୍ରି ଘ୧୧।୩୭ ଗତେ ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୧୧।୩୭ ଗତେ ଧନୁ ମକର ମୀନ ମିଥୁନ କର୍କଟ କନ୍ୟା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । ବିଛା ଧନୁ ମୀନ ରାଶିର ଘାତବାର । ଦିବା ଘ୯।୨ ଗତେ ଘ୧୧।୪୪ ମଧ୍ୟେ ବାର ଓ କାଳବେଳା ।ରାତ୍ରି ଘ୮ । ୨୬ ଗତେ ଘ୧୦।୫ ମଧ୍ୟେ କାଳରାତ୍ରି । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୧୧।୩୭ ମଧ୍ୟେ ଦଶମାସ ଗଣ୍ଡଦୋଷ । ସ୍ଵର୍ଣ୍ଣ ଓ ପୀତବସ୍ତ୍ର ଦାନ । ଅମାବାସ୍ୟାର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ । ସ୍ତ୍ରୀ ତୈଳବର୍ଜନ । ମତ୍ସ୍ୟ ମାଂସ ଭକ୍ଷଣ ନିଷେଧ । (ଅମୃତ) – ଦିବା ଘ୭।୭ ମଧ୍ୟେ ଘ୭।୫୫ ଗତେ ଘ୧୦ ।୧୯ ମଧ୍ୟେ ଘ୧୨।୪୩ ଗତେ ଘ୩।୫୫ ମଧ୍ୟେ ଘ୪।୪୩ ଗତେ ଘ୫।୭ ମଧ୍ୟେ ରାତ୍ରିଘ୫।୫୬ ଗତେ ଘ୯।୮ ମଧ୍ୟେ ଘ୧୧ ।୩୨ ଗତେ ଘ୩।୪୪ ମଧ୍ୟେ ଘ୩।୩୨ ଗତେ ଘ୫।୮ ମଧ୍ୟେ ।(ମାହେନ୍ଦ୍ର)- ନାସ୍ତି ।
ମେଷ: ବେପାର ବୃତ୍ତିରେ ଆଶାଜନକ ଫଳ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବୈବାହିକ ଜୀବନ ଖୁସି ଭରା ରହିବ।
ବୃଷ: ଧ୍ୟାନ ଲକ୍ଷ୍ୟସ୍ଥଳ ଆଡ଼କୁ ସଜାଇ ରଖିବେ। ପାରିବାରିକ ସହଯୋଗ ପାଇବେ। ବ୍ୟବସାୟୀଙ୍କ ଲାଗି ଧନଲାଭ ଯୋଗ ରହିଛି।
ମିଥୁନ: ଚାକିରି ବୃତ୍ତିରେ ପରସ୍ଥିତି ଉତ୍ତମ ରହିବ। ଜୀବନସାଥୀଙ୍କୁ କୌଣସି ଉପହାର ଦେବା ପାଇଁ ଭାବିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ ହେବ।
କର୍କଟ: ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କିଛି ଲୋକ ଆପଣଙ୍କୁ ସାହାଯ୍ୟ ମାଗିବେ। ଛାତ୍ରଙ୍କୁ ଲେଖାପଢ଼ାରେ ସିନିୟରଙ୍କର ସାହାଯ୍ୟ ମିଳିବ।
ସିଂହ: ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହେବ। ବ୍ୟବସାୟରେ ବଡ଼ ଡିଲ୍ କରିପାରନ୍ତି। କୌଣସି ଭଲ କଂପାନିରେ ଚାକିରିରେ ସୁଯୋଗ ଆସିବ।
କନ୍ୟା: ଅଫିସରେ ନିଜର ମତ ରଖିବାର ସଫଳ ହେବେ। ବ୍ୟବସାୟରେ ଲାଭ ପାଇବେ। କୌଣସି ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିବା ପୂର୍ବରୁ ତାଙ୍କ ବ୍ୟବହାରକୁ ବୁଝନ୍ତୁ।
ତୁଳା: ଆପଣଙ୍କର ବୃଦ୍ଧି ପାଉଥିବା ଶକ୍ତି ଦ୍ବାରା କିଛି ଲୋକ ପ୍ରଭାବିତ ହେବେ। ଜରୁରୀ କାମରେ ସଫଳତା ପାଇବେ। ପରିବାରରେ ଖୁସିର ଆଗମନ ହେବ।
ବିଛା: ଘରେ କୌଣସି ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିବେ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। କାରବାରରେ ଉନ୍ନତିର ସୁଯୋଗ ପାଇବେ।
ଧନୁ: ଅଫିସରେ ନୂଆ କାମ ମିଳିବ। ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ପ୍ରିୟତମଙ୍କ ସହିତ ବାହାରେ ରାତ୍ରିଭୋଜନ କରିବେ।
ମକର: କାରବାର ବୃଦ୍ଧି ଲାଗି ପରିବାର ଲୋକଙ୍କ ଠାରୁ ପରାମର୍ଶ ମିଳିବ। ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ସାବଧାନତାର ସହ ଯାନବାହାନ ଚଳାନ୍ତୁ।
କୁମ୍ଭ: ଆପଣଙ୍କର ମନ ପୂଜାପାଠରେ ଅଧିକ ଲାଗି ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଅନୁକୂଳ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।
ମୀନ: ଆପଣଙ୍କର ମନ ପୂଜାପାଠରେ ଅଧିକ ଲାଗି ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଅନୁକୂଳ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ!!ଜୟଜଗନାଥ, ଜୟ ସୋମନାଥ,ଜୟ,ମାଯୋଗମାୟା!!

- Advertisement -

Leave A Reply

Your email address will not be published.