୨୦୨୬ ମସିହା,ଅଗଷ୍ଟମାସ,୧୧ତାରିଖ,ମଙ୍ଗଳବାର,ଅଦ୍ୟ ଶିବ ଚତୁର୍ଦ୍ଦଶ୍ୟୁ ପବାସ ଓ ବେଢାପରିକ୍ରମା,ମଙ୍ଗଳ ଚତୁର୍ଦ୍ଦଶୀସ୍ନାନ,ଋତୁ- ବର୍ଷା ଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୯/୧୪🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୧୪/୩୦,ଶ୍ରାବଣମାସ,କୃଷ୍ଣପକ୍ଷ,ଭୌମ ବାସ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୨/୧୭ମିପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ଅସୃକ୍ ଯୋଗ ରାତ୍ରି ଘ୮/୨୩ମି ପର୍ଯ୍ୟନ୍ତ ତଦନ୍ତେ ବ୍ୟତିପାତଯୋଗ ।କରଣ-ବିଷ୍ଟିକରଣ ଦିବାଘ୩/୫୨ମି ପର୍ଯ୍ୟନ୍ତ ତଦନ୍ତେ ଶକୁନୀକରଣ ରାତ୍ରିଘ୨/୧୭ମିପର୍ଯ୍ୟନ୍ତ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପଶ୍ଚିମଦିଗରେ,ରାତ୍ରି ଘ୨/୧୭ମିପରେ ଐଶାନ୍ୟ କୋଣରେ । ରିକ୍ତାତିଥି,ବ୍ୟତିପାତଯୋଗ,ପାପଯୁକ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।
ମେଷ, ମିଥୁନ,କର୍କଟ,ସିଂହ,ଧନୁ,ମକର ଓ ମୀନ ଏହି ରାଶିମାନଙ୍କର ଏବଂ ପ୍ରାତଃ ଘ୫/୪୯ମିପରେ ମେଷ,ବୃଷ,କର୍କଟ,ସିଂହ,କନ୍ୟା,ତୁଳା,ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ପ୍ରାତଃ ଘ୫/୪୯ମି ମଧ୍ୟେ କନ୍ୟା ରାଶିର ଘାତଚନ୍ଦ୍ର।ଘାତବାର-ମକରରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ଦିବା ଘ୧୧/୧୪ମିପରେ ୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-ବ୍ରିହୀ (ବିରି)ରାତ୍ରି ଘ୨/୧୭ମିଗତେ ଆମିଷ/ତୈଳ ଭକ୍ଷଣନିଷେଧ,ଅଶୁଭବେଳା-(ବାରବେଳା)ଦିବା ଘ୬/୭ମି ରୁ ଘ୮/୪୧ମି ପର୍ଯ୍ୟନ୍ତ(କାଳବେଳା)ଦିବାଘ୧/୨୪ମି ରୁ ଘ୨/୫୯ମି ପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୭/୩୩ମି ରୁ ଘ୮/୫୯ମିପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା)ଦିବା ଘ୭/୫୫ମି ରୁ ଘ୧୦/୧୯ମିମଧ୍ୟେ, ଘ୧୨/୪୩ମି ରୁ ଘ୨/୧୯ମି ମଧ୍ୟେ, ଘ୩/୭ମି ରୁ ଘ୪/୪୩ମି ମଧ୍ୟେ,ସୂର୍ଯ୍ୟାସ୍ତରୁ ରାତ୍ରି ଘ୮/୦ମିମଧ୍ୟେ, ଘ୮/୨୧ମି ରୁ ଘ୧୦/୪୫ମି ମଧ୍ୟେ,ଘ୧/୯ମି ରୁ ଘ୨/୪୫ମିପର୍ଯ୍ୟନ୍ତ
(ମାହେନ୍ଦ୍ରବେଳା) ନାହିଁ ।ପୁଷ୍କରଦୋଷ- ମୃତ ବ୍ୟକ୍ତିଙ୍କ ୨ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ ।ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ । ଭୂମି ଓ ତିଳସୁବର୍ଣ୍ଣ ଦାନ ଏବଂ ଦିବା ଘ୧୧/୧୪ମି ପରେ ୧ପାଦ ବାର ପୁଷ୍କରଦୋଷ,ଫଳଂ କୃଷିହାନି,ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ,ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ବନ୍ଧ୍ୟା । ଶାନ୍ତି କରଣୀୟ । ବାର ଓ ତିଥି ଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ) ।ଶୁଭକର୍ମ- ନାସ୍ତି ।
🐐ମେଷ👉ଆଜି ବହୁଦିନରୁ ଥିବା ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ଜଣେ ଦୂରାଗତ ବନ୍ଧୁ ସାହାଯ୍ୟ କରିବେ। ପରିବାରର ଆବଶ୍ୟକତା ପୂରଣକରିବା ସକାଶେ ଧାରକରଜ କରିବାକୁ ବାଧ୍ୟ ହୋଇପାରନ୍ତି।ଶିଳ୍ପ, ପରିବହନ,ବାଣିଜ୍ୟକ୍ଷେତ୍ରରେ ସୁଫଳ ପାଇବେ। ପରିବାରର ସହମତି ବିନା ଜମି କିଣାବିକା ଘଟଣାରେ ମନସ୍ତାପ କରିପାରନ୍ତି।
🐂ବୃଷ👉ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବନ୍ଧୁଙ୍କର ଆପଣଙ୍କ ଉପରୁ ଭରସା ତୁଟିଯାଇପାରେ। ଶିଳ୍ପ,ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପରିବାରରେ ସମସ୍ୟାଦେଖାଦେଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ।ବନ୍ଧୁଙ୍କ ପରାମର୍ଶରେ ମୂଲ୍ୟବାନ୍ ଜିନିଷ କ୍ରୟକରିବା ସକାଶେ ମନ ବଳାଇପାରନ୍ତି।
👩❤️👨 ମିଥୁନ👉ସମ୍ପର୍କୀୟମାନଙ୍କ ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରି ଅଯଥା ଶିରୋନାସ୍ତି ଶିରଃପୀଡ଼ା ଭଳି ପରିସ୍ଥିତି ସୃଷ୍ଟିହେବ। ବ୍ୟବସାୟରେ କ୍ରମଶଃ ସମସ୍ୟା ବଢ଼ିବଢ଼ି ବଡ଼ଆକାର ଧାରଣ କରିବା ସମ୍ଭାବନା ରହିଛି। ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ସକାଶେ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ଶ୍ରେୟସ୍କର ମନେକରିବେ ।
🦀କର୍କଟ👉ପରୋକ୍ଷ ଶତ୍ରୁତାରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଫଳରେ ଅଫିସରେ ବିନାକାରଣରେ ମିଥ୍ୟା ଅଭିଯୋଗର ସାମ୍ନା କରିବାକୁ ପଡ଼ିବ। ବ୍ୟବସାୟ କ୍ଷେତ୍ରରେ ପରିବହନରେ କିମ୍ବା ମାଲିମକଦ୍ଦମାରେ ସଫଳତା ଅବଶ୍ୟ ପାଇବେ। ଆଜିର ଯାତ୍ରା ସମୟରେ ଅତି ପ୍ରିୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଖୁସିହେବେ।
🦁 ସିଂହ👉ଅଟକି ରହିଥିବା କାମକୁ ଆଜି ସମ୍ପନ୍ନ କରିପାରିବେ। ପରିବାର ସଦସ୍ୟଙ୍କ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ ା ଆର୍ଥିକ ଅନଟନ ଦୂରେଇବାରେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଯାନ ବାହନ,କଳକାରଖାନା,ହୋଟେଲ ଶିଳ୍ପ,ଲୌହ,ଷ୍ଟେଶନାରି ବ୍ୟବସାୟରେ ବିଶେଷ ଉନ୍ନତି କରିବେ।
🧕କନ୍ୟା👉ପୃଷ୍ଠପୋଷକତା ଲାଭରୁ କୌଣସି ସମସ୍ୟା ଆପଣଙ୍କୁ ବିଚଳିତ କରିପାରିବ ନାହିଁ।ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି। କଳା,ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନ ସକାଶେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ସନ୍ଧ୍ୟା ସମୟଟି ପ୍ରାୟତଃ ଭଲ ରହିବ, କିଛି ଶୁଭଖବର ପାଇବେ।
⚖️ତୁଳା👉ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ସଫଳତା ହାସଲ କରିବେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ।କେତେକକ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ପରିବାରରେ ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ।
🦂ବିଛା👉କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନକରି ପ୍ରଶଂସିତ ହେବେ। ସାମ୍ବାଦିକତା,ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଶତ୍ରୁ କୌଣସି କ୍ଷତି ନକରିପାରିଲେ ବି ସାମାୟିକ କାମଟିକୁ ଅଟକାଇ ଦେଇପାରନ୍ତି ।ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତରୁ ଉପକୃତ ହେବେ।
🏹ଧନୁ👉ଆଜି ବନ୍ଧୁଙ୍କ ସହଯୋଗରୁ ସ୍ଥଗିତ କାମକୁ ପୂରା କରିବେ। ଗବେଷଣା, ରଚନାମତ୍କ କାର୍ଯ୍ୟ,ଆଲୋଚନା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍ ସମୟରେ ଆସିବେ ଏବଂ ଆପଣଙ୍କ କାମରେ ସାହାଯ୍ୟ କରିବେ।
🐊ମକର👉ପୂର୍ବ ସ୍ଥିରୀକୃତ ଆଲୋଚନାକ୍ରମେ ଆଜି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ ।ବିବାଦୀୟ ଘଟଣା ଅମୀମାଂସିତ ରହିବା କାରଣରୁ ମାନସିକ ଯନ୍ତ୍ରଣା ପାଇପାରନ୍ତି।କୌଣସି ବନ୍ଧୁଙ୍କ ଆଗମନକୁ ଅପେକ୍ଷାକରିବା ହେତୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
🏺କୁମ୍ଭ👉କର୍ମକ୍ଷେତ୍ରରେ ସଫଳତାର ସହ କାର୍ଯ୍ୟକରି ଏକ ପ୍ରକାର ଆନନ୍ଦ ଅନୁଭବ କରିପାରିବେ। ଆଜିର ଫେରିବା ବାଟରେ ହଠାତ୍ ମୂଲ୍ୟବାନ୍ ଦ୍ରବ୍ୟଲାଭ ହୋଇ ପାରେ।କୌଣସି ଦୁଃଖାନ୍ତକ ବିଷୟ ରେ ପାଖ ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ କରିପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
🐟ମୀନ👉ସହକର୍ମୀଙ୍କ ସହାନୁଭୂତିରୁ କାମ ସମ୍ପନ୍ନରେ ଅସୁବିଧା ହେବନାହିଁ। ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି,ଫଳରେ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ।କଠୋର ପରିଶ୍ରମକରି ସମସ୍ୟାସମାଧାନ କରିବାରେ ଧ୍ୟାନ ଦେବେ। ଦୋକାନ,ନିର୍ମାଣ,ଯାତ୍ରା,ବିବାଦ,ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭକରିପାରନ୍ତି।
🕉️ନୀତିବାଣୀ🕉️
ଯେଉଁ ମଣିଷର କଥାକଥାରେ ଆଖିରୁ ଲୁହଆସିଥାଏ ସେ ଦୂର୍ବଳ ନୁହେଁ…ହ୍ରୁଦୟରୁ ବହୁତ ସରଳ ହୋଇଥାଏ।
ସବୁବେଳେ ଖୁସୀରେ ରହିବାକୁ ଚେ଼ଷ୍ଟାକର,କାରଣ ଆଜିକାଲି ଲୋକେ ଅନ୍ୟର ଦୁଃଖ ଦେଖି ଖୁସି ହୁଅନ୍ତି।
କବାଟ ବାଟଦେଇ ଚାଲି ଯାଇଥିବା ମଣିଷକୁ ବାଟକୁ ଆଣିହୁଏ ହେଲେ ବଦଳି ଯାଇଥିବା ମଣିଷକୁ ନୁହେଁ।
ଆଜି ଯାହାର Value ଏବେ ଆମ ପାଖରେ ନାହିଁ କାଲି ହୁଏତ ତାର ସବୁଠାରୁ ବେଶୀ ଆବଶ୍ୟକତା ପଡ଼ିପାରେ ମନେ ରଖିବା ସମୟ କିଛି ବି କରିପାରେ
ପିତା” ନିନ୍ଦା କଲେ, ପୁତ୍ର ଧ୍ଵଂସ ଯାଏ
ଔଷଧ” ନିନ୍ଦିଲେ ରୋଗୀ,
ବୈଦ୍ୟ”କୁ ନିନ୍ଦିଲେ, ହୁଏ ଜରାବ୍ୟାଧି
ମୈତ୍ର” ନିନ୍ଦେ ମହାକ୍ରୋଧି
ସହନଶୀଳ ଓ ଧର୍ଯ୍ୟ ଆମେ ପୃଥିବୀ ଠାରୁ ଶିଖିବା…
ଅନ୍ନ ପରି ଅନ୍ୟ କୈାଣସି ଧନନାହିଁଁ, ଭୋକପରି କୈାଣସି ଶତ୍ରୁନାହିଁଁ…
ଆମ ପାଖରେ ଯେତିକି ଅଛି ସେତିକିକୁ ନେଇ Satisfaction ହେବା ଉଚିତ୍ ନା ଅତ୍ୟଧିକ ଆଶା ଓ ଲୋଭ ମଣିଷକୁ ଦୁଃଖ ଆଡ଼କୁ ଟାଣି ନେଇଥାଏ….
ଆଜିର ରାଶିଫଳ
Prev Post
