କୁଞ୍ଜବିହାରୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ସେମିନାର

ଭୁବନେଶ୍ୱର,୧୮।୧୨(ଏସଏସନିଉଜ) ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟରେ ଗୁରୁବାରଦିନ ଇତିହାସ ବିଭାଗ ଦ୍ବାରାଏକବିଂଶ ଶତାବ୍ଦୀରେ ମହାତ୍ମାଗାନ୍ଧୀଂକର ପ୍ରାସଂଗିକତାକୁନେଇ ଏକ ରାଜ୍ୟସ୍ତରୀୟ ସେମିନାର ଆୟୋଜିତ ହୋଇଥିଲା।
ଏହି ସେମିନାରରେ ଗାନ୍ଧୀବାଦୀ ଲେଖକ ଓ ପ୍ରଫେସର ଡକ୍ଟର ଖାରବେଳ ମହାନ୍ତି ଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀଂକୁ ଜଣେ ଯୁଗସ୍ରଷ୍ଟା ଭାବରେ ବର୍ଣ୍ଣିତ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଶେଖ୍ ନୈମୁଦ୍ଦିନ୍ ଙ୍କ ସଭାପତିତ୍ବରେ ଅନୁଷ୍ଟିତସଭାରେ ଇତିହାସ ବିଭିଗର ମୁଖ୍ୟ ସୁକାନ୍ତ କୁମାର ରାଉତ ସଭାର ଆଭିମୁଖ୍ୟ ବିଷୟରେ ସୂଚନାପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରଶାନ୍ତ କୁମାର ବିଶ୍ବାଳ ଭିତ୍ତିପ୍ରବନ୍ଧ ପାଠ କରିଥିଲେ । ଅଧ୍ୟାପକ ଡକ୍ଟର ଥୋବିର କୁମାର ଲିମା , ଇଂରାଜୀ ବିଭାଗ ମୁଖ୍ୟ ଅନୀଲ କୁମାର ପାଢୀ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।ଅଧ୍ୟାପିକା ସୁଶ୍ରୀ ପ୍ରୀତି ସେମିନାରର ଆଭିମୁଖ୍ୟ ଉପରେ ମତବ୍ୟକ୍ତ କରିଥିବା ବେଳେ ଅଧ୍ୟାପିକା ସୁଶ୍ରୀ ଅନୀତା ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକା ଯୋଗଦାନ କରିଥିଲେ। (ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.