ଡିସେମ୍ବର ମାସ ୨୭ ତାରିଖ ୨୦୨୫ ମସିହା (ଶନିବାର)ପୌଷ ମାସ- ଶୁକ୍ଳପକ୍ଷ,ତିଥି-ସପ୍ତମୀ ଦିବା ଘ୧୨/୪୩ ଗତେ ଅଷ୍ଟମୀ,ନକ୍ଷତ୍ର-ପୂର୍ବଭାଦ୍ର ଦିବା ଘ୦୯/୨୭ ଗତେ ଉତ୍ତରଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୫୫ ,ଯୋଗିନୀ ବାୟବ୍ୟେ ଦିବା ଘ୧୨/୪୩ ଗତେ ଐଶାନ୍ୟେ,ଧନୁ ରାଶି ର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀ ର ପାର୍ବଣଶ୍ରାଦ୍ଧ,ମୃତେ ତ୍ରୀପାଦ ଦିବା ଘ୦୯/୨୭ ଗତେ ଦ୍ଵୀପାଦ ଓ ଦିବା ଘ୧୨/୪୩ ଗତେ ଏକପାଦ ପୁସ୍କର ଦୋଷ, କାଳବେଳା -ଦିବା ଘ୦୭/୪୬ ମଧ୍ୟେ ଓ ଘ୦୩/୫୨ ଗତେ ଘ୦୫/୧୪ ମଧ୍ୟେ,ବାରବେଳା- ଦିବା ଘ୦୧/୦୭ ଗତେ ଘ୦୨/୩୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୮/୦୦ ଗତେ ଘ୧୦/୨୪ ମଧ୍ୟେ ଓ ଘ ୧୨/୪୭ ଗତେ ଘ୦୧/୦୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ ୦୨/୦୦ ଗତେ ଘ୦୩/୦୧ମଧ୍ୟେ,ଅଦ୍ୟ ତାଳ ଦିବା ଘ୧୨/୪୩ ଗତେ ନଡ଼ିଆ ଭକ୍ଷଣ ନିଷେଧ।
ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ ।ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକଯନ୍ତ୍ରଣା ପାଇପାରନ୍ତି
ବୃଷ-ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।
ମିଥୁନ-ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
କର୍କଟ-ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
ସିଂହ-ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।
କନ୍ୟା- ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।
ତୁଳା-ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।
ବିଛା-ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ
ଧନୁ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।
ମକର-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।
କୁମ୍ଭ-ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ।
ମୀନ-ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ।
ଚିନ୍ତା କିପରି ଆମ ଶରୀରକୁ ଦୁର୍ବଳ କରିଥାଏ?
ଆମେ ସମସ୍ତେ ଜାଣୁଯେ ଚିନ୍ତା ଶରୀରକୁ ଧୀରେଧୀରେ ଖାଇଦିଏ। କିନ୍ତୁ ଏହା କିପରି ହୁଏ, ଆସନ୍ତୁ ଜାଣିବା:-
ମସ୍ତିଷ୍କଉପରେ ପ୍ରଭାବ:- ଅଧିକ ଚିନ୍ତା କଲେ ମସ୍ତିଷ୍କ ଶରୀରର ଅଧିକାଂଶ ଶକ୍ତି ବ୍ୟବହାର କରିନିଏ, ଯାହାଫଳରେ ଶରୀରର ଅନ୍ୟଅଂଶଗୁଡ଼ିକ ଶକ୍ତିହୀନ ହୋଇପଡନ୍ତି।
ହଜମ ପ୍ରକ୍ରିୟାରେ ବାଧା:- ଚିନ୍ତାଯୋଗୁଁ ଭୋକ କମିଯାଏ ଏବଂ ଖାଦ୍ୟ ଠିକ୍ ଭାବେ ହଜମ ହୁଏନାହିଁ। ପୋଷକତତ୍ତ୍ୱ ଅଭାବରୁ ଶରୀର ଦୁର୍ବଳ ହୋଇଯାଏ।
ଅନିଦ୍ରା ଓ ଅସ୍ଥିରତା:-ଅତ୍ୟଧିକ ଚିନ୍ତା ମାନସିକ ଅଶାନ୍ତି ଏବଂ ଅନିଦ୍ରାର କାରଣ ସାଜେ, ଯାହା ଦୀର୍ଘକାଳୀନ ରୋଗର ଆଶଙ୍କା ବଢ଼ାଇଥାଏ।
ସମାଧାନ:-ନିଜମନକୁ ଶାନ୍ତ ରଖନ୍ତୁ, ସକାରାତ୍ମକଭାବନା ରଖନ୍ତୁ ଏବଂ ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ।ମନ ଖୁସି ରହିଲେ ଶରୀର ସୁସ୍ଥ ରହିବ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା!!

