ବଡଦିନରେ ବଢ଼ିଲେ ପର୍ଯ୍ୟଟକ

ନନ୍ଦନକାନନ ବୁଲିଲେ ୩୧ହଜାରେ ପର୍ଯ୍ୟଟକ

ଭୁବନେଶ୍ୱର,୨୫।୧୨(ଏସଏସନିଉଜ)ଚଳିତ ବର୍ଷ ବଡଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି।ଏଥର ବଡଦିନରେ ୩୧୬୦୮ ଜଣ ପର୍ଯ୍ୟଟକ ନନ୍ଦନକାନନକୁ ବୁଲିବାକୁ ଆସିଥିବା ବେଳେ ଗତବର୍ଷ ୧୫,୬୦୧ଜଣ ପର୍ଯ୍ୟଟକ ନନ୍ଦନକାନନ ଆସିଥିଲେ।ଏଥର ୧୬ହଜାରେ ୭ଜଣ ପର୍ଯ୍ୟଟକ ଅଧିକ ଆସୁଛନ୍ତି।ସେହିଭଳି ଭାବେ ଗତବର୍ଷ ବଡଦିନରେ ବଟାନିକାର୍ଲ ଗାର୍ଡେନକୁ ୨୧୦ଜଣ ପର୍ଯ୍ୟଟକ ଆସିଥିବାବେଳେ ଏଥର ୧୯୧୯ ଜଣ ପର୍ଯ୍ୟଟକ ଆସିଛନ୍ତି। ଗତବର୍ଷ ତୁଳନାରେ ଏଥର ୧୭୦୯ଜଣ ଅଧିକ ପର୍ଯ୍ୟଟକ ଆସିଛନ୍ତି।ପର୍ଯ୍ୟଟକ ମାନେ ପ୍ରାଣିଉଦ୍ୟାନରେ ବିଭିନ୍ନ ପ୍ରାଣୀଙ୍କୁ ଦେଖିବା ସହିତ ସଫାରୀ, ରୋପୱେର ମଜା ଉଠାଇଥିଲେ।ତେବେ ସରୀସୃପ ଉଦ୍ୟାନରେ ଛୋଟଛୋଟ ପିଲାମାନଙ୍କ ଭିଡ ଲାଗିରହିଥିଲା।ମାତ୍ରାଧିକ ଭିଡର ଆଶଙ୍କା କରି ପର୍ଯ୍ୟଟକମାନଙ୍କ ସୁବିଧା ପାଇ ନନ୍ଦନକାନନ କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରିଥିଲେ।

- Advertisement -

Leave A Reply

Your email address will not be published.