ଅଭିନବ ଉପାୟରେ ଗୋଚାଲାଣ

ଓଲାଗିଲା ଗାଡି,ଖସିଗଲେ ମାଫିଆ

କଟକ, ୨୫।୧୨(ଏସଏସନିଉଜ) ଗୋଚାଲଣ ମାଫିଆମାନେ ଏବେ ନୂଆ ଫଣ୍ଡାକୁ ଆପଣାଇଛନ୍ତି।ପଛରେ ଗୋରୁ ଓ ଆଗରେ ପରିବା ରଖି ପ୍ରଶାସନର ନଜର ହଟାଇବା ପାଇ ଯୋଜନା କରିଛନ୍ତି।ଏହିଭଳି ଏକ ଘଟଣା ବାଙ୍କୀ ତ୍ରିଶୂଳିଆ ରାସ୍ତାର ଗୋଡିସାହି ହାଇସ୍କୁଲ ସାମ୍ନାରେ ଦେଖିବାକୁ ମିଳିଛି।
ଗୁରୁବାର ଭୋର ସମୟରେ ଓଡି ୦୨ ଏଫ ୬୯୩୯ ନମ୍ୱର ପିକଅପ୍ ଭ୍ୟାନଟି ଦୃତଗତିରେ ବାରଙ୍ଗ ପଟକୁ ଆସୁଥିଲା।
ଘନକୁହୁଡ଼ି ଯୋଗୁଁ ଭାରସାମ୍ୟ ହରାଇ ଗୋଡିସାହି ହାଇସ୍କୁଲସାମ୍ନା ରାସ୍ତା ଉପରେ ଓଲଟି ପଡ଼ିଥିବାର ଅନୁମାନ କରାଯାଉଛି।ଦୁର୍ଘଟଣା ପରେ ଚାଲକ ସମେତ ମାଫିଆମାନେ ଫେରାର ହୋଇଯାଇଛନ୍ତି।ସ୍ଥାନୀୟ ଲୋକମାନେଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗାଡି ଆଗରେ ପରିବାଝୁଡ଼ି ଓ ପଛପଟେ ୫ଟିଗୋରୁ ରହିଥିବାର ଦେଖିବାକୁ ପାଇଥିଲେ।ସେଥିମଧ୍ୟରୁ ଦୁଇଟିର ମୃତ୍ୟୁ ଘଟିଥିବାବେଳେ ଗୋଟିଏ ଦୌଡ଼ି ପଳାଇଯାଇଥିଲା।ଅନ୍ୟ ଦୁଇଟି ଗାଈକୁ ଉଧାର କରି ଅଗ୍ନିଶମବାହିନୀ ଓ ବାରଙ୍ଗ ଥାନା ପୁଲିସକୁ ଲୋକମାନେ ସୂଚନା ଦେଇଥିଲେ।ପୋଲିସ ଆସି ଅଗ୍ନିଶମବାହିନୀ ସହାୟତାରେ ରାସ୍ତାରୁ ଗାଡ଼ିକୁ ଉଠାଇ ଜବତ କରିବାସହ ଲୋକମାନଙ୍କଦ୍ବାରା ଉଦ୍ଧାର ହୋଇଥିବା ଦୁଇଟିଗାଈକୁ ସ୍ଥାନୀୟ ଗୋଶାଳାରେ ଛାଡି ଦେଇଥିବାର ସୂଚନା ଦେଇଛି।

- Advertisement -

Leave A Reply

Your email address will not be published.