ଚନ୍ଦ୍ରଶେଖରପୁର,୨୫।୧୨(ଏସଏସନିଉଜ)କାନନବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଆୟୋଜିତ ରାଜ୍ଯ ସ୍ତରୀୟ ଶିଶୁ ମହୋତ୍ସବ କିରଣ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଦୁଇଦିନିଆ ଏହି କାର୍ଯ୍ୟକ୍ରମକୁ ଶିକ୍ଷାକେନ୍ଦ୍ରର ସଭାପତି ଅନ୍ନପୂର୍ଣ୍ଣା ମିଶ୍ର ଆନୁଷ୍ଠାନିକ ଭାବେଉଦ୍ଘାଟନ କରିଥିଲେ। ଦ୍ବିତୀୟଦିବସ ଉଦଯାପିତ ଉସବରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଦିଗରାଜ ବ୍ରହ୍ମା ମୁଖ୍ଯଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟର କୋଣ ଅନୁକୋଣ ତଥା ବହୁ ଉପାନ୍ତ ଅଞ୍ଚଳରେ ଭାରତୀୟ ଶିକ୍ଷାପରିଷଦ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟ ମାନଙ୍କରୁ ପ୍ରାୟ ଚାରି ଶହ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ଏହିପରି ତିନୋଟି ବିଭାଗରେ ବିଭକ୍ତ କରାଯାଇ ସେମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଗୀତ, ଏକକ ନୃତ୍ୟ, ଦଳଗତ ନୃତ୍ୟ, ଓଡିଆ ବକ୍ତୃତା ଓ ଇଂରାଜୀ ବକ୍ତୃତା ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଅଛି। ଉକ୍ତ ପୁରସ୍କାର ବିତରଣୀ ସଭାରେ ପରିଷଦର ସଂପାଦକ ରବିନାରାୟଣ ଜେନା, ସଭାପତି ହିମାଂଶୁ ଶେଖର ଆଚାର୍ଯ୍ୟ, କାର୍ଯ୍ୟ ପରିଚାଳକ ବାବାଜୀ କୁମାର ପରିଷଦର ପରୀକ୍ଷା ପ୍ରମୁଖ ତଥା ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ରର ପ୍ରଧାନଆଚାର୍ଯ୍ଯ ପ୍ରଦୀପ କୁମାରପାଣି ଓ ଅନ୍ୟାନ୍ୟ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲା ମାନଙ୍କର ପ୍ରତିଭାକୁ ଭୂୟସୀ ପ୍ରସଂସା କରିଥିଲେ।
