ଭୁବନେଶ୍ବର,୨୭।୧(ଏସଏସନିଉଜ) ଏୟାରଫିଲ୍ଡଥାନା ଆଜାଦନଗର ବିସ୍ଫୋରଣ ଘଟଣାରେ ଅପରାଧିକ କାର୍ଯ୍ୟ ପାଇଁ ବୋମା ଭିଡ଼ିଲା ବେଳେ ବିସ୍ଫୋରଣ ଘଟିଥାଇପାରେ ବୋଲି ଫିଲ୍ଡ ଭିଜିଟ୍ ପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ଡିସିପି ।
ଅପରାଧିକ ପୃଷ୍ଠଭୂମି ଦେଖିଲା ପରେ ଏପରି ଆଶଙ୍କା କରାଯାଉଛି ବୋଲି କହିଛନ୍ତି।ମୁଖ୍ୟ ଅଭିଯୁକ୍ତ ସେହନବାଜ ମଲିକ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି।ନୟାପଲ୍ଲୀ, ମୈତ୍ରିବିହାର ଥାନା ଅଞ୍ଚଳରେ ଅପରାଧିକ ମାମଲା ରହିଛି।ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ପରି ମାମଲା ରହିଛି।ସେହନବାଜ, ତାଙ୍କ ମାଆ, ବାନ୍ଧବୀ ଓ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି।୫ମହଲା ବିଶିଷ୍ଟ କୋଠାରେ କିପରି ଭଡ଼ାରେ ରହି ଏହା ଚଳାଇଥିଲେ ଅସ୍ପଷ୍ଟ ରହିଛି ବୋଲି ଡିସିପି କହିଛନ୍ତି।
Prev Post
Next Post
