ଦିନିକିଆ ସେମିନାର

ଭୁବନେଶ୍ଵର,୩୧।୧(ଏସଏସନିଉଜ)ବାରଙ୍ଗ କୁଞ୍ଜ ବିହାରୀ କଲେଜରେଖୋର୍ଦ୍ଧାର ଅର୍ଥନୀତି ବିଭାଗ ଆୟୋଜନରେ ଭାରତରେ ନାରୀଙ୍କ ବିରୋଧରେ ଅପରାଧ ଓ ଆର୍ଥିକ ବିକାଶ ଶୀର୍ଷକ ଏକ ସେମିନାର ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏହି ସେମିନାରରେ କଟକ ରେଭେନ୍‌ସହ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ସହାୟକ ପ୍ରାଧ୍ୟାପକ ଡ଼ଃ କୃତ୍ତି ରଞ୍ଜନ ପଳ୍ଟାସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀଙ୍କ ବିରୋଧରେ ଅପରାଧ ଓ ଭାରତର ଆର୍ଥିକ ବିକାଶ ମଧ୍ୟରେ ଥିବା ଗଭୀର ସମ୍ପର୍କ ବିଷୟରେ ଆଲୋଚନା କରି ଲିଙ୍ଗ ସମବେଦନଶୀଳ ନୀତି ଓ ସାମାଜିକ ସଚେତନତାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।କଲେଜର ଅଧ୍ୟକ୍ଷ ଡ଼ଃ ଶେଖ ନଇମୁଦ୍ଦିନ ସଭାପତିତ୍ୱରେ ଆୟୋଜିତ ସେମିନାରରେ ଡ଼ଃ ମାନସରଞ୍ଜନ ଦାଶମିଶ୍ର, ଡ଼ଃ ସନ୍ତୋଷ ମିଶ୍ର, ଅନିଲ ପାଢ଼ୀ, କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରତାପ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜ ମୂଲ୍ୟବାନ ମତାମତ ରଖିଥିଲେ।ଅର୍ଥନୀତି ବିଭାଗର ମୁଖ୍ୟ ଏବଂ ସେମିନାରର ସଂଯୋଜକ ମାନେ ସେମିନାରର ବିଷୟବସ୍ତୁ ପରିଚୟ ପ୍ରଦାନ କରିଥିଲେ। ଛାତ୍ରୀ ମିସ୍ ରୀନା ଓ ମିସ୍ ବିଶ୍ୱରୂପା ନାରୀଙ୍କ ବିରୋଧରେ ଅପରାଧ ଓ ତାହାର ଆର୍ଥିକପ୍ରଭାବ ସମ୍ପର୍କିତ ଗବେଷଣାପ୍ରବନ୍ଧ ପ୍ରସ୍ତୁତ କରିଥିଲେ। ବିସ୍ମିତା ଗୁଇଁ ସେମିନାରର ମୂଳ ବିଷୟ ପତ୍ର ପ୍ରସ୍ତୁତ କରିଥିଲେ।ସେମିନାରର ସମନ୍ୱୟକ ଭାବେ ମିସ୍ ଲକ୍ଷ୍ମୀପ୍ରିୟା ବିଶ୍ୱାଳ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା କରିଥିଲେ। ଶେଷରେ ବିସ୍ମିତା ଗୁଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

- Advertisement -

Leave A Reply

Your email address will not be published.