ଭୁବନେଶ୍ୱର,୨୪।୨(ଏସଏସନିଉଜ)ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆସନ୍ତା ମାର୍ଚ୍ଚ ୩ ତାରିଖଦୋଳ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଦିନ ୩ଟା ୨୦ମିନିଟ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ। ଦିନ ୩ଟା ୨୦ମିନିଟରେ ଆଂଶିକ ଗ୍ରହଣ ଆରମ୍ଭ ହୋଇ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୪ରୁ ୫ଟା ୩୨ ମନିଟ ଯାଏ ଘଟିବ । ଆଂଶିକ ଗ୍ରହଣ ସନ୍ଧ୍ୟା ୬ଟା ୪୭ରେ ଶେଷ ହେବ । ଓଡ଼ିଶାରେ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୬ଟା ୪୭ ଯାଏ ମାତ୍ର ଆଂଶିକ ଭାବେ ଦେଖାଯିବ । କିନ୍ତୁ ପାଞ୍ଜିରେ ଲେଖା ଅନୁଯାୟୀ ସକାଳ ୬ଟା ୨୦ରୁ ଘାତ ସମୟ ଆରମ୍ଭ ହୋଇଥିବାରୁ ଏହି ସମୟ ରୁ ହାଣ୍ଡିଛାଡ କରିବାକୁ ପଡ଼ିବ ବୋଲି କୁହାଯାଇଛି।
