ମାର୍ଚ୍ଚମାସ ୧୩ତାରିଖ ୨୦୨୬ମସିହା(ଶୁକ୍ରବାର)ଚୈତ୍ରମାସ-କୃଷ୍ଣପକ୍ଷ,
ତିଥି-ନବମୀ ଦିବାଘ୦୬/୫୫ଗତେ ଦଶମୀ,ନକ୍ଷତ୍ର-ପର୍ବାଷାଢା ରାତ୍ରି ଘ୦୪/୦୮ଗତେ ଉତ୍ତରାଷାଢା,ସୁର୍ୟୋଦୟ-ପ୍ରାତଃଘ୦୬/୦୧/୪୪,
ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୩/୧୭,ଯୋଗିନୀ ପୂର୍ବେ ଦିବାଘ୦୬/୫୫ଗତେ ଉତ୍ତରେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ଦଶମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତ୍ର ରାତ୍ରି ଘ୦୪/୦୮ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୮/୫୮ ଗତେ ଘ୧୧/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୪୦ମଧ୍ୟେ ଓ ଘ୦୮/୨୪ ଗତେ ଘ୦୮/୫୭ମଧ୍ୟେ ୦୧/୧୪ଓ ଘଗତେ ଘ୦୨/୫୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ରାତ୍ରି ଘ୧୦/୪୦ଗତେ ଘ୧୧/୨୬ମଧ୍ୟେ,ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ।
ମେଷ:-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେଦିନ ମଧ୍ୟମ ଫଳଦାୟୀ ଅଟେ।ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକହୋଇଯିବ।ବାଣୀ ଉପରେ ନିୟନ୍ତ୍ରଣ ରଖିବେ,ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।
ବୃଷ :-ଆଜି ନିଜର ଉତ୍ସାହଗୁଣ ଯେକୌଣସି କାର୍ଯ୍ୟକୁଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ।ଆପଣଙ୍କପାଇଁ କାର୍ଯ୍ୟପ୍ରତି ଏକାଗ୍ର ହେବା ସରଳ ରହିବ। ଧନଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।
ମିଥୁନ:- ଆଜି ଆୟଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତକଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ।ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।
କର୍କଟ:-ଆଜି ବ୍ୟାପାରରେ ଲାଭହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କଠାରୁ ଲାଭହେବ ଏବଂ ତାଙ୍କସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହରଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ:-ଆଜି ବ୍ୟବସାୟକ୍ଷେତ୍ରରେ ଆପଣଙ୍କ ପ୍ରତିଭାବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ।ପିତାଙ୍କର ସଂପତ୍ତିରେ ଲାଭ ହେବ।ସରକାରଙ୍କ ସହିତ ଧନର ବ୍ୟବହାର ସଫଳରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକକାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
କନ୍ୟା:-ଆଜିରଦିନ ବହୁତ ଶୁଭଅଟେ।ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କଠାରୁ ଆର୍ଥିକଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ତୁଳା :- ଆଜି ଧାର୍ମିକକାର୍ଯ୍ୟ ଏବଂ ଯାତ୍ରାପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ।ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂରରୁହନ୍ତୁ।ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
ବିଚ୍ଛା:-ଆଜି ଆପଣମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନସ୍ଥଳକୁ ଯାତ୍ରାକରି ମନ ପ୍ରସନ୍ନହେବ।ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।
ଧନୁ:-ପରିବାରରେ ଆନନ୍ଦର ବାତାବରଣ ରହିବ,ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ।ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ।ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନରହିବ।
ମକର:-ପାରିବାରିକ ଜୀବନରେ ଶାନ୍ତିବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ।ଧନ ଏବଂ ପ୍ରତିଷ୍ଠାରେ ହାନିନହେଉ,ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚଅଧିକାରୀ ମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।
କୁମ୍ଭ:- ଆଜି ଆପଣଙ୍କମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲଅଟେ।ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ।ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
ମୀନ:-ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିରଦିନ ଅତି ଉତ୍ତମଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧିହେବ।ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ।।

ଖରାଦିନେ କିପରି ଶରୀରକୁ ଥଣ୍ଡା ରଖିବା..
ତାପମାତ୍ରା ବଢ଼ିବା ସାଙ୍ଗକୁ ଲଗାତାର ଗ୍ରୀଷ୍ମପ୍ରବାହ ବେଳେ ଥଣ୍ଡା ରହିବା କେବଳ ଆରାମ ନୁହେଁ, ବରଂ ଏହା ନିଜର ସୁରକ୍ଷା। କାରଣ ଅତ୍ୟଧିକ ଖରା ସ୍ବାସ୍ଥ୍ୟ ପ୍ରତି ଗୁରୁତର ବିପଦ ଆଣିପାରେ। ଏଥିପାଇଁ କେଉଁସବୁ ଦିଗ ଉପରେ ନଜର ଦେଲେ ନିଜକୁ ଥଣ୍ଡା ରଖିହେବ,ଆଜି ଜାଣିବା – ନିଜକୁ ସୂର୍ଯ୍ୟ ଉପଯୋଗୀ କରନ୍ତୁ: ଅତ୍ୟଧିକ ଖରାବେଳେ ଘରୁ ବାହାରକୁ ନବାହାରିବା ପାଇଁ ଚେଷ୍ଟା କରନ୍ତୁ।ବାହାରକୁ ଗଲେ ସନସ୍କ୍ରିନ୍ ଲୋସନ୍ ବ୍ୟବହାର କରନ୍ତୁ। ମୁଣ୍ଡରେ ଟୋପି ପିନ୍ଧନ୍ତୁ। ଛାଇ ଜାଗାରେ କିଛିକିଛି ସମୟ କାଟନ୍ତୁ।ହାଲୁକାରଙ୍ଗର ଢିଲା ପୋଷାକ ପିନ୍ଧିବାକୁ ଭୁଲନ୍ତୁନାହିଁ।
ତ୍ବଚାକୁ ଓଦା ରଖନ୍ତୁ:-ଗାମୁଛା ବା ତଉଲିଆକୁ ଓଦାକରି ସେଥିରେ ଆପଣ ପୋଛାପୋଛି ହୋଇପାରିବେ। ଗାଧୋଇବା ସମୟରେ ଶୀତଳ ପାଣି ବ୍ୟବହାର କରନ୍ତୁ, ତେବେ ଅତି ଥଣ୍ଡାପାଣି ନୁହେଁ।ଥଣ୍ଡାପାଣିରେ ଆପଣଙ୍କ ଦୁଇହାତ ଓ ଗୋଡ଼କୁ ବୁଡ଼ାଇ କିଛି ସମୟ ରଖନ୍ତୁ।
ପ୍ରଚୁର ପାଣି ପିଅନ୍ତୁ:- ତାପମାତ୍ରା ଅଧିକ ଥିଲେ ଆପଣ ପ୍ରଚୁରପାଣି ପିଅନ୍ତୁ।ସମ୍ଭବ ହେଲେ ବିଭିନ୍ନ ସ୍ପୋର୍ଟସ୍ ଡ୍ରିଙ୍କସ୍ ପିଇପାରିବେ। ଏହି ସମୟରେ ଚା’ ବା କଫିରୁ ବିରତ ରହନ୍ତୁ।ଡିହାଇଡ୍ରେସନ୍ରୁ ମୁକୁଳିବାକୁ ବାରମ୍ବାର ଓ ଅଧିକ ପାଣି ପିଅନ୍ତୁ।
ମଦ୍ୟପାନରୁ ବିରତ ରୁହନ୍ତୁ:-ଅତ୍ୟଧିକ ମଦ୍ୟପାନ ବିପଜ୍ଜନକ ହୋଇପାରେ। ଆପଣଙ୍କୁ ଡିହାଇଡ୍ରେସନ୍ର ଶିକାର କରିପାରେ।ସେହିପରି ନିଦକୁ ପ୍ରଭାବିତ କରେ। ନିଦ ପତଳା ହୋଇପାରେ ଓ ବାରମ୍ବାର ନିଦ ଭାଙ୍ଗିପାରେ।
ସନ୍ତୁଳିତ ଖାଦ୍ୟ ବାଛନ୍ତୁ:- ଖରାଦିନେ ସବୁବେଳେ ସନ୍ତୁଳିତଖାଦ୍ୟ ହିଁ ବାଛନ୍ତୁ। ନିୟମିତ ଓ ସନ୍ତୁଳିତଖାଦ୍ୟ ହିଁ ଭଲ। କାକୁଡ଼ି,ତରଭୁଜ ଓ ଷ୍ଟ୍ରବେରି ଖାଇବା ଉପଯୋଗୀ ହୋଇଥାଏ।
ଥଣ୍ଡା ସମୟରେ ଶାରୀରିକ କାର୍ଯ୍ୟକଳାପ କରନ୍ତୁ:- ଖରାରେ ବ୍ୟାୟାମ କରିବା ବିପଜ୍ଜନକ।ଏହାଫଳରେ ଡିହାଇଡ୍ରେସନ୍ ଓ ସନ୍ଷ୍ଟ୍ରୋକ୍ର ଭୟ ରହିଛି। ବ୍ୟାୟାମ ପାଇଁ ଉଚିତ ସମୟ ସ୍ଥିର କରନ୍ତୁ। ସେହିପରି ବ୍ୟାୟାମର କିଛି ସମୟ ପରେ ପ୍ରଚୁରପାଣି ପିଅନ୍ତୁ ଓ ଥଣ୍ଡାପାଣିରେ ଗାାଧୋଇପଡ଼ନ୍ତୁ। ଏହା ଆପଣଙ୍କ ଶରୀରକୁ ଶୀତଳ ରଖିବ।।ଜୟ ଜଗନ୍ନାଥ ଜୟ ସୋମନାଥ, ଜୟ ମା ଯୋଗମାୟା।।

Prev Post
