ବାରଙ୍ଗ,୧୧।୩(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ମଙ୍ଗଳ ବାର ରାତିରେ ବିଶାଖାପାଟଣାରୁ ନୂଆଅତିଥି ଆସି ପହଂଚିଛନ୍ତି।ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବଂ ବିଶାଖାପାଟଣାର ଇନ୍ଦିରାଗାନ୍ଧୀ ପ୍ରାଣୀଉଦ୍ୟାନ ମଧ୍ୟରେ ଆରମ୍ଭ ହୋଇଥିବା ପଶୁପକ୍ଷୀ ଅଦଳବଦଳପ୍ରକିୟା ଶେଷ ହୋଇଛି।୭ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଅଦଳବଦଳପ୍ରକିୟା ୧୦ତାରିଖରେ ଶେଷ ହୋଇଛି। ନୂଆଦିଲ୍ଲୀର କେନ୍ଦ୍ରୀୟଚିଡ଼ିଆଖାନା ପ୍ରାଧିକରଣ (CZA)ର ଅନୁମୋଦନ କ୍ରମେ ଆରମ୍ଭ ହୋଇଥିବା ଏହି ଅଦଳବଦଳପ୍ରକିୟ ନନ୍ଦନକାନନ ପାଇଁ ଚଳିତ୍ବର୍ଷର ପ୍ରଥମ ପଶୁପକ୍ଷୀ ଅଦଳବଦଳପ୍ରକିୟା ବୋଲି ଜଣାପଡିଛି।ଏହି ଅଦଳବଦଳ ପ୍ରକିୟାରେ ନନ୍ଦନକାନନକୁ ହଲେ ରିଙ୍ଗ-ଟେଲଡ୍ ଲେମୁର୍ ,ହଲେ ଜଙ୍ଗଲୀ କୁକୁର,ଅଣ୍ଡିରା ସଲଫର-କ୍ରେଷ୍ଟ୍ କକାଟୋ ,୨ହଳ ବନେଟ୍ ମାକାକ୍ ,ହଲେ ନୀଳଗାଈକୁମିଶାଇ ସମୁଦାୟ ୧୧ଟି ନୂଆ ଅତିଥି ଆସି ପହଞ୍ଚିଛି।ଏହି ନୂଆ ଅତିଥିମାନେ ଆସିବାପରେ ସେମାନଙ୍କମଧ୍ୟରେ ରିଙ୍ଗ ଟେଲଡ୍ ଲେମୁର୍ (ଛୋଟପ୍ରଜାତିର ବିଦେଶୀମାଙ୍କଡ)ନନ୍ଦନକାନନ ପାଇଁନୂଆ ହୋଇଥିବା ବେଳେ ନନ୍ଦନକାନନରେ ଥିବା ଜୀବଜନ୍ତୁମାନଙ୍କ ପ୍ରଜାତି ସଂଖ୍ୟା ବୃଦ୍ଧି ପାଇ ୧୭୮ରେ ପହଞ୍ଚିଛି ବୋଲି ଉପ ନିର୍ଦ୍ଦେଶକ ଅଭୟ କୁମାର ଦଳାଇ ସୂଚନା ଦେଇଛନ୍ତି।ଅନ୍ୟପଟେ ଶନିବାରଦିନ ନନ୍ଦନକାନନରୁ ୮ଜଣିଆଦଳ ୩ ବାରାସିଂହା, ୩ଚଉଶିଙ୍ଗା ,୨ଆସାମୀଜ୍ମାଙ୍କଡ ,୪ଗୁରାଣ୍ଡି,ଏବଂ ୩ଘଡିଆଲକୁ କୁମ୍ଭୀରକୁ ମିଶାଇ ସମୁଦାୟ ୫ପ୍ରଜାତିର ୧୫ଜୀବଜନ୍ତୁଙ୍କୁ ସାଙ୍ଗରେ ନେଇ ବିଶାଖାପାଟଣା ଅଭିମୁଖେ ଯାତ୍ରାଆରମ୍ଭ କରିଥିଲେ।
