ଟଙ୍କାନେଇ ଦେଲେନି ଜମି

ବନ୍ଧା ହେଲେ ଦୁଇ ଜମିଦଲାଲ୍

ଭୁବନେଶ୍ୱର,୧୧।୩(ଏସଏସନିଉଜ) ଜମିଦେବାକୁ ଟଙ୍କାନେଇ ଜମି କିମ୍ବା ଟଙ୍କା ନଫେରାଇବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ ବୁଧବାରଦିନ ଦୁଇଜଣ ଜମି ଦଲାଲ୍ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କେନ୍ଦ୍ରାପଡ଼ା ଅଞ୍ଚଳର ରାକେଶ ଧଳ (୩୫)ଓ ସୌମ୍ୟ ରଞ୍ଜନ ରାଉତ।ସୌମ୍ୟ ଉକ୍ତ ଥାନା ଅଧୀନରେ ଥିବା ରଘୁନାଥପୁର ସୋମୁ କଟେଜରେ ରହୁଥିବା ବେଳେ ରାକେଶ ନନ୍ଦନ ଭିଲ୍ଲା ରେ ରହି ଜମି ଦଲାଲ୍ କରୁଥିବା ସୂଚନା ମିଳିଛି ।
ପ୍ରକାସ ଯେ, କେନ୍ଦ୍ରାପଡ଼ା ଅଞ୍ଚଳର ଜନ୍ମେ ଜୟ ରାଉତ ନାମକ ବ୍ୟକ୍ତି ରଘୁନାଥପୁରରେ ପରିବାର ନେଇ ରହୁଥିଲେ ।ଉକ୍ତ ଅଞ୍ଚଳରେ ରାକେଶ ଧଳ ସହିତ ତାଙ୍କର ପରିଚୟ ହୋଇଥିଲା ।ଏହି ସୁଯୋଗରେ ରାକେଶ ତାଙ୍କୁ ଫସାଇ ଜମି କିଣାଇଦେବକୁ କହିଥିଲେ। ଗତ ୨୦୨୩ ମସିହାରେ ଜମି କିଣିବାକୁ ରାଜି ହୋଇ ଚୁକ୍ତିନାମା କରି କିସ୍ତିରେ ପ୍ରଥମେ ୨ଲକ୍ଷ ୩୫ ହଜାର ଟଙ୍କା ଓ ପରେ ୨୧ଲକ୍ଷ ଟଙ୍କା ଜନ୍ମେଜୟ ଦେଇଥିଲେ । ଏହାର କିଛିଦିନ ପରେ ସୌମ୍ୟ ନାମକ ବ୍ୟକ୍ତିକୁ ଜମି ମାଲିକ ଦର୍ଶାଇ ୩ଲକ୍ଷ ୧୫ହଜାର ଟଙ୍କା ହାତେଇ ଥିଲେ।ଏହିଭଳି ମୋଟ ୨୬ ଲକ୍ଷ ୫୦ହଜାର ଟଙ୍କା ଦେବା ପରେ ମଧ୍ୟ ଜମି ଦେବାର ନା ଗନ୍ଧ ଦେଇନଥିଲେ। ବିଭିନ୍ନ ବାହାନା ଦେଖାଇ ଜନ୍ମେଜୟଙ୍କୁ ଠକି ଚାଲିଥିଲେ । ସନ୍ଦେହ ହେବାରୁ ଜମି ଆବଶ୍ୟକ ନାହିଁ ଦେଇଥିବା ଟଙ୍କା ଫେରାଇବାକୁ ରାକେଶକୁ ଜନ୍ମେଜୟ ମାଗିଥିଲେ।ଏହାପରେ ରାକେଶ ଓ ତାର ସାଥୀ ସୌମ୍ୟ ଟଙ୍କା ଦେବା ତ ଦୂରର କଥା ଧରା ଛୁଆଁ ଦେଇ ନଥିଲେ। ଏନେଇ ଜନ୍ମଜୟ ବୁଧବାର ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ବିଚିତ୍ରା ନନ୍ଦ ମୁଦୁଲି ୯୬/୨୬କେଶନଂରେ ଏକ ମକଦ୍ଦମା ରୁଜୁକରି ରାକେଶ ଓ ସୌମ୍ୟ ନାମକ ଦୁଇ ଦଲାଲ୍ କୁ ଗିରଫ କରି ବୁଧବାର କୋର୍ଟଚାଳଣ କରିଛି ।

- Advertisement -

Leave A Reply

Your email address will not be published.