ବୃକ୍ଷ ଆଗାମୀ ପିଢ଼ି ପାଇ ଜୀବନ – ଗୋଲେଖ ମହାପାତ୍ର

ଭୁବନେଶ୍ୱର,୧୧।୭(ଏସଏସନିଉଜ)ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ “ମା’ ପାଇଁ ଗଛଟିଏ” ଅଭିଯାନ ଅନ୍ତର୍ଗତ ହୋଲି ଚାଇଲ୍ଡ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ।

ଶ୍ରୀ ମହାପାତ୍ର କହିଥିଲେ ଯେ, “ଗୋଟିଏ ଗଛ କେବଳ ଗଛ ନୁହେଁ, ଏହା ଆଗାମୀ ପିଢ଼ି ପାଇଁ ଜୀବନ, ଶୁଦ୍ଧ ବାୟୁ ଓ ସୁରକ୍ଷିତ ପରିବେଶର ପ୍ରତିଶ୍ରୁତି।ମାପାଇଁ ଗଛଟିଏ’ ଅଭିଯାନ ମାଙ୍କ ପ୍ରତି କୃତଜ୍ଞତା ପ୍ରକାଶ ସହ ପ୍ରକୃତି ପ୍ରତି ଆମର କର୍ତ୍ତବ୍ୟକୁ ସ୍ମରଣ କରାଏ। ଆଜି ଲଗାଯାଇଥିବା ଏକ ଚାରା ଆସନ୍ତାକାଲି ଅନେକ ଜୀବନକୁ ସୁରକ୍ଷା ଦେବ।

ସେ ଆହୁରି କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ଭଳି ବିଶ୍ୱବ୍ୟାପୀ ଚ୍ୟାଲେଞ୍ଜର ମୁକାବିଲା ପାଇଁ ବୃକ୍ଷରୋପଣ ହିଁ ସବୁଠାରୁ ସରଳ ଓ ପ୍ରଭାବଶାଳୀ ମାଧ୍ୟମ। ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ମାଙ୍କ ନାମରେ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ସଂକଳ୍ପ ନେଲେ, ଆମେ ଏକ ସବୁଜ, ସୁସ୍ଥ ଓ ସମୃଦ୍ଧ ଭାରତ ଗଠନରେ ବଡ଼ ଅବଦାନ ରଖିପାରିବା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ ଜଣାଇଥିଲେ।

- Advertisement -

Leave A Reply

Your email address will not be published.