ଆଜିର ରାଶିଫଳ

ଜୁଲାଇମାସ ୧୨ତାରିଖ ୨୦୨୬ମସିହା(ରବିବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/୫୯ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର-ରୋହିଣୀ ଦିବା ଘ ୦୯/୩୧ଗତେ ମୃଗଶିର।ସୁର୍ୟୋଦୟ- ପ୍ରାତଃ ଘ୦୫/୧୯/୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୩୦,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୫୯ଗତେ ପଶ୍ଚିମେ,ମେଷ ରାଶିର ଘାତବାର,ବିଛାରାଶିର ଘାତଚନ୍ଦ୍ର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକ ପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୧୦ଗତେ ଘ୦୧/୨୭ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୫ ଗତେ ଘ୦୯/୦୯ମଧ୍ୟେ ଓ ଘ୦୧/୨୮ ଗତେ ଘ୦୨/୦୭ମଧ୍ୟେ ଓ ରାତ୍ରି ଘ୦୮/୦୩ଗତେ ଘ୧୧/୧୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୪୨ଗତେ ଘ୦୪/୪୨ମଧ୍ୟେ, ଅଦ୍ୟ ବାଇଗଣଭକ୍ଷଣ ନିଷେଧ।
ମେଷ:-ଆଜି ଆପଣଙ୍କର ଆକସ୍ମିକ ଧନଲାଭ ଯୋଗ ରହିଛି। ସାହାଯ୍ୟ ର ହାତବଢାଇବା ପାଇଁ ପରିବାର ଓ ସମ୍ପର୍କୀୟମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ।ଆଜି ସେମାନେ ଆପଣଙ୍କଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
ବୃଷ:-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟିଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ।ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟମାନଙ୍କର ନିର୍ଣ୍ଣୟଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
ମିଥୁନ:-ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
କର୍କଟ:-ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
ସିଂହ:-ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ।ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
କନ୍ୟା:- ଆପଣ ଯେଉଁଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରିପାରିବ।କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା,ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା,ଏବେ ଶେଷ ହୋଇଯିବ ।
ତୁଳା:- ଆଜି ଆପଣଙ୍କ ମନକରିବଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
ବିଛା :-ଆପଣ ଏ ପରିସ୍ଥିତିରେ ଅଛନ୍ତିଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ। ଏଥିରେ ଆପଣଙ୍କୁ ବହୁତଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହିଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
ଧନୁ:-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି।କିନ୍ତୁ କୌଣସିପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ମକର:-ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ।ବୋଧହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି।ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନର କାର୍ଯହେବ।
କୁମ୍ଭ:-ଅନ୍ୟଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ।ମନେରଖ ଜୀବନରେ ପ୍ରତ୍ୟେକଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତାଠାରୁ ଅଧିକ ଦୟାକରିବା ମଧ୍ୟ ଠିକ୍ ନୁହେଁ ।
ମୀନ:-ଆପଣଙ୍କର କୌଣସି ପ୍ରିୟଜନସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜକ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହିସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

- Advertisement -

Leave A Reply

Your email address will not be published.