ମୁଣ୍ଡଳୀରେ ପହଞ୍ଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କଟକ,୧୦।୭(ଏସଏସନିଉଜ)ଶୁକ୍ରବାର ରାତିରେ ମୁଣ୍ଡଳୀରେ ପହଞ୍ଚିଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ହୀରାକୁଦରୁ ନିଷ୍କାସିତ ହୋଇଥିବା ଏ ବର୍ଷର ପ୍ରଥମ ବନ୍ୟାଜଳ ଆଜି ରାତି ସୁଦ୍ଧା ମୁଣ୍ଡଳୀରେ ପହଞ୍ଚିଛି। ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା । ଯାହା ଫଳରେ ଗତକାଲିଠାରୁ ୧୦ଟି ଗେଟ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ହେଉଛି ।

ଆଜି ସକାଳ ୯ଟା ରେ ମୁଣ୍ଡଳୀ ଉପର ମୁଣ୍ଡରେ ୭୯/୮୦ ଘନଫୁଟ ଜଳ ପ୍ରଦ୍ଭାହିତ ହେଉଥିବା ସମୟର ତଳ ମୁଣ୍ଡରେ ୭୭/୧୦ ଘନ ଫୁଟ ଜଳ ନିସ୍କାଶନ ହେଉଥିଲା । ଦିନ ୧୨ଟା ରେ ଉପର ମୁଣ୍ଡରେ ୭୯/୫୦ ଘନଫୁଟ ପ୍ରଦ୍ଭାହିତ ହେଉଥିବା ସମୟର ତଳ ମୁଣ୍ଡରେ ୭୬/୫୦ ଘନ ଫୁଟ ଜଳ ନିସ୍କାଶନ ହେଉଥିଲା । ଅପରାହ୍ନ ୩ଟା ରେ ଉପର ମୁଣ୍ଡରେ ୭୯/୪୦ ଘନଫୁଟ ପ୍ରଦ୍ଭାହିତ ହେଉଥିବା ସମୟର ତଳ ମୁଣ୍ଡରେ ୭୬/୪୦ ଘନ ଫୁଟ ଜଳ ନିସ୍କାଶନ ହେଉଥିଲା । ସଂନ୍ଧ୍ୟା ୬ଟା ରେ ଉପର ମୁଣ୍ଡରେ ୭୯/୯୦ ଘନଫୁଟ ପ୍ରଦ୍ଭାହିତ ହେଉଥିବା ସମୟର ତଳ ମୁଣ୍ଡରେ ୭୬/୯୦ ଘନ ଫୁଟ ଜଳ ନିସ୍କାଶନ ହେଉଥିଲା । ରାତି ୯ଟା ରେ ଉପର ମୁଣ୍ଡରେ ୮୧/୨୦ ଘନଫୁଟ ପ୍ରଦ୍ଭାହିତ ହେଉଥିବା ସମୟର ତଳ ମୁଣ୍ଡରେ ୮୯/୯୦ ଘନ ଫୁଟ ଜଳ ନିସ୍କାଶନ ହେଉଛି । ମୁଣ୍ଡଳିରେ ବନ୍ୟାଜଳ ଧିରେ ଧିରେ ବୄଦ୍ଧି ପାଇଛି । କିନ୍ତୁ ତଳମାଳରେ କୌଣସି ବନ୍ୟା ଓ କ୍ଷୟ କ୍ଷତିର ସମ୍ଭାବନା ନଥିବାର ବିଭାଗ ପକ୍ଷରୁ ସୁଚନା ମିଳିଛି ।ବର୍ତମାନ ମୁଣ୍ଡଳୀ ଦେଇ ସେକେଣ୍ଡ ପିଛା ୧ ଲକ୍ଷ ୯୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯାହା ବିପଦ ସଂକେତ ତଳେ ରହିଛି । ବନ୍ୟାଜଳ ମୁଣ୍ଡଳୀରେ ପହଞ୍ଚିବା ପରେ ମହାନଦୀ ଓ ଏହାର ଶାଖା ନଦୀ କାଠଯୋଡି, କୁଆଖାଇ ଆଦିରେ ଜଳସ୍ଥର ବୃଦ୍ଧି ପାଇବାର ଆଶା ରହିଛି । ଯେହେତୁ ଉପର ମୁଣ୍ତରେ ବର୍ଷା କମିଛି ଏବଂ ତଳ ମୁଣ୍ଡରେ ମଧ୍ୟ ବର୍ଷା ନାହିଁ ତେଣୁ କୌଣସି ବନ୍ୟା ଆଶଙ୍କା ମଧ୍ୟ ନାହିଁ ।ଅନ୍ୟପଟେ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ମୁତାବକ ନଦୀକୂଳ କିମ୍ବା ବ୍ରିଜ ଉପରେ ଭିଡ଼ ଜମାଇବା କିମ୍ବା ଫୋଟ ଉଠାଇବାକୁ ସଂପୂର୍ଣ୍ଣ ରୂପେ ବାରଣ କରାଯାଇଛି । ଏହାପରେ ବ୍ୟାରେଜ ଉପରେ ପୋଲିସ ସଜାଗ ରହିଥିବାର ଦେଖିବାକୁ ମିଳିଛି ।

- Advertisement -

Leave A Reply

Your email address will not be published.