ଭୁବନେଶ୍ୱର ,୧୧।୩(ଏସଏସନିଉଜ) ଜଣେ ନାବାଳିକାକୁ ନିୟମିତ ଭାବେ ଅସଦାଚରଣ କରିବା ସହିତ ଝିଅ ର ମା କୁ ଅଶ୍ଳୀଳ ଫଟୋ ପଠାଇ ଧମକ ଦେବା ଅଭିଯୋଗ ରେ ନନ୍ଦନକାନନଥାନା ପୋଲିସ ଜଣେ ଯୁବକ କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଉକ୍ତ ଥାନା ପଦାସାହି ଗ୍ରାମର ବଣ୍ଟି ସାମଲ (୨୩)ବୋଲି ସୂଚନା ମିଳିଛି।
ପ୍ରକାଶଯେ, ଜଣେ ୧୬ ବର୍ଷ ବୟସ୍କା (ଚିନୁ) ଛଦ୍ମନାମ ନାବାଳିକା ଜଣଙ୍କ ପାଖରେ ଥିବା ଏକ ସ୍କୁଲକୁ ଯିବାଆସିବା କରୁଥିବା ରାସ୍ତାରେ କେହିନଥିବାର ସୁଯୋଗରେ ବଣ୍ଟି ଏକ ତରଫା ପ୍ରେମ କରି ନିୟମିତ ଭାବେ ଅସଦାଚରଣ କରିଆସୁଥିଲେ।ନାବାଳିକା ଜଣଙ୍କ ଏବିଷୟରେ ଘରେ ଜଣାଇବାପରେ ପରିବାର ପକ୍ଷରୁ ବଣ୍ଟିକୁ ତାଗିଦ କରିବା ସହିତ ବଣ୍ଟି ର ବାପା କୁ ଜଣାଇଥିଲେ । ବାପାକୁ ଜଣାଇଥିବାରୁ ବଣ୍ଟି ଉତକ୍ଷିପ୍ତ ହୋଇ ନାବାଳିକା ମା କୁ ଫୋନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଧମକ ଦେବା ସହିତ ଝିଅ ର ଫଟୋ ସହ ଅନ୍ୟ ଅଶ୍ଳୀଳ ଫଟୋ ୱାଟସପ୍ ମାଧ୍ୟମରେ ପଠାଉଥିଲେ। ଏବଂ ଏହାକୁ ଭାଇରାଲ କରିବା ପାଇଁ ଧମକ ଦେଇଥିଲେ । ବାଧ୍ୟ ହୋଇ ନାବାଳିକା ମା ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ନନ୍ଦନକାନନ ଥାନା ଅଧିକାରୀ ବିଭୂତି ଭୂଷଣ ମୁଦୁଲି ଘଟଣାକୁ ଗୁରୁତ୍ବ ସହକାରେ ନେଇ ତଦନ୍ତ ଆରମ୍ଭ କରିଥିଲେ । ପୋଲିସ
୯୫/୨୬କେସ ନମ୍ୱରରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ବଣ୍ଟି ସାମଲ କୁ ଗିରଫକରି ବୁଧବାର ଦିନ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
Prev Post
Next Post
