ଏନ୍‌-୯୫ ମାସ୍କ ଅସୁରକ୍ଷିତ

0 264

ଭୁବନେଶ୍ୱର,୨୧/୭(ଏସ୍‌ଏସ୍‌ନିୟୁଜ) ଏନ୍‌-୯୫ ମାସ୍କ ଏବେ ଅସୁରକ୍ଷିତ ।ଏହାଦ୍ୱାରା କରୋନା ସଂକ୍ରାମଣରୁ ସୁରକ୍ଷା ମିଳିପାରିବ ନାହିଁ ବୋଲି କେନ୍ଦ୍ରସରକାର ଚେତାବନୀ ଦେଇଛନ୍ତି ।ଯଦି ଆପଣ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବ ପାଇଁ ଏନ-୯୫ ମାସ୍କ ବ୍ୟବହାର କରୁଛନ୍ତି ତାହେଲେ ଜାଣିରଖନ୍ତୁ, ସରକାର ଏନ୍‌-୯୫ ମାସ୍କକୁ ନେଇ ଗାଇଡଲାଇନ ଜାରି କରିଛନ୍ତି ! ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ସରକାରଙ୍କ ତରଫରୁ ଗାଇଡଲାଇନ ଜାରି କରାଯାଇଛି ! ଏହି ଗାଇଡଲାଇନରେ ଏନ୍‌-୯୫ ମାସ୍କକୁ ବିପଦପୂର୍ଣ୍ଣ କୁହାଯାଇଛି ! ସରକାରଙ୍କ ସ୍ୱାସ୍ଥ୍ୟ ସେବା ମହାନିର୍ଦେଶକ ଡ.ରାଜୀବ ଗର୍ଗ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ପତ୍ର ଲେଖି ଏନ୍‌-୯୫ ବ୍ୟବହାର ଉପରେ ରୋକ ଲଗାଇବାକୁ କହିଛନ୍ତି ! ସରକାରଙ୍କ ତରଫରୁ କୁହାଯାଇଛି ଯେ ଏନ୍‌-୯୫ ମାସ୍କରେ ଥିବା ବଲ୍ବ କରୋନା ଭାଇରସକୁ ବାହାରକୁ ବାହାରିବା ପାଇଁ ସାହାଯ୍ୟ କରିନଥାଏ ! ଏନ୍‌-୯୫ ମାସ୍କ କରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ପୂର୍ଣ ଅସଫଳ । ଏହାବଦଳରେ ସାଧାରଣ କପଡା ରେ ନିର୍ମିତ ମାସ୍କ ସାଧାରଣଲୋକ ବ୍ୟବହାର କରିବାକୁ ଗର୍ଗ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.