ଅଟୋଚାଳକ ଏକାଠି ହେଲେ, ଶପଥ ନେଲେ…

ଚନ୍ଦ୍ରଶେଖରପୁର,୨୫।୩(ଏସଏସନିଉଜ)ଭୁବନେଶ୍ୱର ଆରଟିଓ-୨ ଦ୍ଵାରା ଆୟୋଜିତ ଏକ ସଡ଼କସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚନ୍ଦ୍ରଶେଖର ପୁର ସ୍ଥିତ ଯାନବାହାନ ପରୀକ୍ଷଣ କେନ୍ଦ୍ର ପରିସରରେ ବୁଧବାରଦିନ ଅନୁଷ୍ଟିତ ହୋଇଯାଇଛି।ଏଥିରେ ପ୍ରାୟ ୮୦ଜଣ ସ୍ମାର୍ଟସିଟି ଅଟୋଚାଳକ ଯୋଗଦେଇ ଥିଲେ।ସେମାନଙ୍କୁ ସଡ଼କସୁରକ୍ଷା ସଚେତନତା ସୃଷ୍ଟିକରିବା ,ଦୁର୍ଘଟଣା ପୀଡିତଙ୍କୁ ସାହାଯ୍ୟ କରିବା,ଟ୍ରାଫିକନିୟମ ମାନିବା ଓ ଅସୁବିଧାସମୟରେ ରାସ୍ତାରେ ଯିବା ବେଳେ ଭଲନାଗରିକ ଭାବେ

ଜନସାଧାରଣଙ୍କପ୍ରତି ଥିବା କର୍ତ୍ତବ୍ୟଉପରେ ବୁଝାଯାଇଥିଲା।ଶେଷରେ ନିଜକର୍ତ୍ତବ୍ୟରୁ ପଛଘୁଞ୍ଚା ନହେବାପାଇ ସମସ୍ତେ ଶପଥ ନେଇଥିଲେ।ଏମଭିଆଇ ରବିନ୍ଦ୍ରନାଥଜେନା,ଟ୍ରାଫିକ୍ ଇନ୍ସପେକ୍ଟର-ସୁମନ୍ତପାତ୍ର,ଜୁନିୟର ଏମଭିଆଇ ଲୋକନାଥନାୟକ ଏବଂ ସ୍ମାର୍ଟସିଟି ଅନଲାଇନ୍ ଅଟୋଆସୋସିଏସନ ସଭାପତି ଦିନବନ୍ଧୁନାୟକ,ଶ୍ରୀନିବାସବେହେରାଙ୍କ ସମେତ ପରିବହନବିଭାଗର ବହୁ ଅଧିକାରୀମାନେ ଉପସ୍ଥିତରହି ଅଟୋଚାଳକମାନଙ୍କୁ ସଡ଼କସୁରକ୍ଷାର ବିଭିନ୍ନ ଦିଗଉପରେ ବୁଝାଇଥିଲେ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.