ମାର୍ଚ୍ଚମାସ ୨୬ତାରିଖ ୨୦୨୬ମସିହା(ଗୁରୁବାର)ଚୈତ୍ରମାସ-ଶୁକ୍ଳପକ୍ଷ,
ତିଥି-ଅଷ୍ଟମୀ ଦିବାଘ୧୨/୧୧ଗତେ ନବମୀ,ନକ୍ଷତ୍ର-ଆର୍ଦ୍ରା।ଅପରାହ୍ନ ଘ୦୫/୧୮ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃଘ୦୫/୫୧/୧୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୭/୦୭,ଯୋଗିନୀ ଐଶ।ନ୍ୟେ ଦିବାଘ୧୨/୧୧ଗତେପୂର୍ବେ,କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ଅଷ୍ଟମୀ ଏକୋଦିଷ୍ଟ ଓ ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଅପରାହ୍ନଘ୦୫/୧୮ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓବାରବେଳା-ଦିବା ଘ୦୨/୫୫ ଗତେ ଘ୦୫/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ରାତ୍ରି ଘ୦୧/୦୪ଗତେ ଘ୦୩/୨୮ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/୨୭ମଧ୍ୟେ ଓ ଘ୧୦/୪୦ଗତେ ଘ୦୧ /୦୩ମଧ୍ୟେ,ଅଦ୍ୟ ନଡ଼ିଆ ଦିବାଘ୧୨/୧୧ ଗତେ ଲାଉଭକ୍ଷଣ ନିଷେଧ।
ମେଷ👉ଆଜି ବନ୍ଧୁଙ୍କସହ ଯାତ୍ରା ଆରମ୍ଭକରି ଖୁସି ମନେଇବେ।ବକେୟା ଅର୍ଥ ଲାଭ,ଶାରୀରିକ ସୁସ୍ଥତା,ବନ୍ଧୁଙ୍କପରାମର୍ଶ କାମକୁଆସିବ।ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ।ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।
ବୃଷ👉ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ,ସମର୍ଥନ ଲାଭ କରାଇବ। ଆପଣ ଭଲକଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ବୁଝିବେ।ବାରମ୍ବାର ଚେଷ୍ଟା ବିଫଳତାଜନିତ ମନରେ ସବୁବେଳେ ଟେନ୍ସନ ଲାଗିରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚପରିମାଣ ବୃଦ୍ଧି ପାଇବ।
ମିଥୁନ👉ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବାକାରଣରୁ ସମସ୍ୟା ଉପୁଜିପାରେ।ବିଭିନ୍ନ ପ୍ରକାର ଧନ୍ଦାକରିବା ସକାଶେ ବନ୍ଧୁମାନେପ୍ରୋତ୍ସାହିତ କରିପାରନ୍ତି।ନିକଟସ୍ଥ ଜଣାଶୁଣା ବ୍ୟକ୍ତିମାନଙ୍କ ଦ୍ୱାରା ପରିବହନକ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ👉ଆଜି ନିଜପରିସରରେ ସାଧାରଣକଥାକୁ ବଡ଼କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ।ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳସମାଧାନ କରିବାରେ ସମର୍ଥହେବେ।ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭଖବର ଶୁଣି ଖୁସି ହେବେ।
ସିଂହ👉ଆଜି ଯେତେପ୍ରକାର ସୁବିଧାସୁଯୋଗ ସୃଷ୍ଟି ହେଲେମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେନାହିଁ ବରଂ ଓଲଟି ନିନ୍ଦାଗାନ କରିବେ।ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟା👉ଆଜି ଅର୍ଥ,ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁଦିନରୁ ଟଙ୍କାବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜିଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ।ଆଗାମୀ ମାଙ୍ଗଳିକକାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି,ପୁରୁଣାଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା👉ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ।ଫଳରେ ଯାହା କଲେମଧ୍ୟ କୌଣସିକାମ ସ୍ଥଗିତ ରହିବନାହିଁ।କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବନାହିଁ।ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳସମାଧାନ ହୋଇଯିବ।
ବିଛା👉ଆଜି ମନ ଖୁସିରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବକରିବେ । ଅଭାବ ଦୂରେଇବାର ପ୍ରୟାସକଲେମଧ୍ୟ ଧାରକରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା,କଳାକ୍ଷେତ୍ରରେ ସମସ୍ୟାର ସରଳସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁ👉ବନ୍ଧୁଙ୍କ ମନାନ୍ତରକାରଣରୁ ମନ ଭଲନଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେନାହିଁ। ତେଣୁ ମନଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀରହିବେ।ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର👉ଆଜି ବନ୍ଧୁ ଓ ପାରିବାରିକସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ।ବିଳାସବ୍ୟସନପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।
କୁମ୍ଭ👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣାହେତୁ ସମସ୍ୟା ବଢ଼ିପାରେ।ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟାଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କମଧ୍ୟରେ କଳହର ସୂଚନା ରହିଛି ।
ମୀନ👉 ଆଜି ବାଣିଜ୍ୟ,ବ୍ୟବସାୟ,ମାଲିମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନସମ୍ପର୍କ ସ୍ଥାପନକ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗିରହିବ। କଳା,ପ୍ରଶାସନ ଓ ରାଜନୈତିକକ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ରଖିବାରେ ସମର୍ଥହେବେ।।ଜୟଜଗନ୍ନାଥ,ଜୟସୋମନାଥ, ଜୟ ମା ଯୋଗମାୟା।।
ଆଜିର ରାଶିଫଳ
Prev Post
Next Post
