ଭୁବନେଶ୍ବର,୨୫।୩(ଏସଏସନିଉଜ)ଅଶୋକନଗର ସ୍ଥିତ ବିଏମଏସ ସମ୍ମିଳନୀ କକ୍ଷରେ ଓଡ଼ିଶା ହିନ୍ଦୁ ଜାଗରଣମଞ୍ଚ ପକ୍ଷରୁ ରାଷ୍ଟ୍ରରଆଭ୍ୟନ୍ତରୀଣ ସୁରକ୍ଷାରେ ଆଇନଜୀବୀଙ୍କଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବରେ କମଳେସ୍ସିଂ,ହିନ୍ଦୁ ଜାଗରଣ ମଞ୍ଚରଅଖିଳ ଭାରତୀୟ ସହସଂଗଠନମନ୍ତ୍ରୀ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟଅତିଥି ,
ଉଚ୍ଚ ନ୍ୟାୟାଳୟର ବରିଷ୍ଟଆଇନଜୀବୀ ତଥା ଓଡ଼ିଶା ଅଧିବକ୍ତା ପରିଷଦର ସଭାପତି ଅମିତାଭ ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।ହିନ୍ଦୁ ଜାଗରଣମଞ୍ଚ ଓଡ଼ିଶା ପୂର୍ବପ୍ରାନ୍ତ ବିଧିସଂଯୋଜକ ଶ୍ରୀମନ୍ତ କୁମାର ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସଂଯୋଜକ ରଘୁନାଥ ବାରିକ, ପ୍ରାନ୍ତ ସଂଗଠନମନ୍ତ୍ରୀ ତନ୍ମୟମହାପାତ୍ର ଚାଟାର୍ଡ ଆକାଉଣ୍ଟାଣ୍ଟ ନିଶ୍ଚୟ ବାଜପେୟୀ ପ୍ରମୁଖ ଯୋଗଦେଇଥିଲେ ।ଏହିକାର୍ଯ୍ୟକ୍ରମକୁ ଭୁବନେଶ୍ୱର ବିଧି ସଂଯୋଜକ ସୁଜିତ୍ କୁମାରସ୍ବାଇଁ,ଆଇନଜୀବୀ ବିଜୟ ଉପାଧ୍ୟାୟ,ପ୍ରଜ୍ଞା ପଟ୍ଟନାୟକ, ହରପ୍ରସନ୍ନ ରଥ,ପ୍ରଭୁପାଦଦତ୍ତ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।ଏଥିରେ ବହୁ ସଂଖ୍ୟାରେ ଆଇନଜୀବୀ ଉପସ୍ଥିତଥିଲେ।ଆଇନଜୀବୀ ତତ୍ଵଂଞ ତ୍ରିବେଦି ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
Prev Post
Next Post
