ଚନ୍ଦକା ଆସିଲା ଉଦ୍ଧାର ହାତୀଛୁଆ

ଭୁବନେଶ୍ୱର,୩।୪(ଏସଏସନିଉଜ)ଚନ୍ଦକା ଆସିଲା ଉଦ୍ଧାର ହୋଇଥିବା ୩ ମାସର ମାଇହାତୀଛୁଆ।ନୟାଗଡ଼ ଜିଲ୍ଲା ରଣପୁର ରେଞ୍ଜ ପାଇକଭୂଇଁ ଜଙ୍ଗଲରେ ଥିବା ଏକ ଖୋଲାକୂଅରେ ହାତୀଛୁଆଟି ଖସିପଡ଼ିଥିଲା। ୧୭ ଟିକିଆ ହାତୀପଲଙ୍କ ସହ ଜଙ୍ଗଲରେ ବୁଲୁଥିବାବେଳେ ପାଣି ପିଇବା ବେଳେ ଖାଲରେ ଖସି ପଡ଼ିଥିଲା।ବହୁକଷ୍ଟରେ ଜେସିବି ସାହାଯ୍ୟରେ ବନବିଭାଗ ହାତୀଛୁଆକୁ ଉଦ୍ଧାର କରିଥିଲେ।କିନ୍ତୁ ଉଦ୍ଧାରପରେ ମଣିଷରସ୍ପର୍ଶ ପାଇଥିବାରୁ ମାଆ ଛୁଆହାତୀକୁ ଆଉ ଗ୍ରହଣକରିନଥିଲା।ବନବିଭାଗ ବହୁଚେଷ୍ଟା ସତ୍ତ୍ଵେ ହାତୀଛୁଆକୁ ଦଳ ଓ ମାସହ ମିଶାଇବାରେ ବିଫଳ ହୋଇଥିଲା।ଫଳର ହାତୀଛୁଆର ଚିକିତ୍ସା ଓ ଲାଳନପାଳନ ପାଇଁ ତାକୁ ଚନ୍ଦକାସ୍ଥିତ କୁମାରଖୁଣ୍ଟି ସ୍ଥାନାନ୍ତରଣ କରାଯାଇଛି। ଗୁରୁବାରରାତିରେ ହାତୀଛୁଆଟି ଚନ୍ଦକା ଆସିଛି।ଏଠାରେ ହାତୀଛୁଆକୁ କ୍ୱାରେଣ୍ଟାଇନରେ ରଖାଯାଇ ନନ୍ଦନକାନନର ବରିଷ୍ଠ ପ୍ରାଣୀଚିକିତ୍ସକଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।ପ୍ରତିଟିକ୍ଷେତ୍ରରେ ନଜର ରଖିଛି ବନ ବିଭାଗ। ସେପଟେ ହାତୀଛୁଆକୁ ସେରେଲାକ, ଲକ୍ଟୋଜେନ,ଗ୍ରାଇପ ମିକ୍ଚର ଆଦି ଖାଦ୍ୟ ଦିଆଯାଉଛି।ସୂଚନାଅନୁସାରେ ୨୦୨୫ମସିହା ଡିସେମ୍ବର ମାସ ୧୪ ତାରିଖରେ କେନ୍ଦୁଝର ବନଖଣ୍ଡରୁ ଉଦ୍ଧାରହୋଇ ଚନ୍ଦକାଆସିଥିଲା ୬ମାସର ହାତୀଛୁଆ ସମ୍ଭୁ। ଚନ୍ଦକା ଆସିଲାପରେ ତାକୁ କୁମାରଖୁଣ୍ଟିଠାରେ ଥିବା ବାଲ ହସ୍ତୀ ଭବନରେ ରଖା ଯାଇଥିଲା।ମା ଓ ହାତୀପଲଠାରୁ ଅଲଗା ହୋଇ ଏକ ଖାଲରେ ପଡ଼ି

ଯାଇଥିଲା ଏହି ୬ମାସର ଅଣ୍ଡିରା ହାତୀଛୁଆ ସମ୍ଭୁ।ପରେ ବନ ବିଭାଗ ତାକୁ ଉଦ୍ଧାର କରି ମାସହ ଓ ହାତୀପଲ ସହ ମିଶାଇବାକୁ ଚେଷ୍ଟା କରିଥିଲେ। ହେଲେ ହାତୀଛୁଆକୁ ଦଳରେ ମିଶାଇନଥିଲେ।ପରେ ତାକୁ ଚନ୍ଦକା ଅଣାଯାଇଥିଲା।ସେଠାରେ ହାତୀଛୁଆର ନାମକରଣ କରଯାଇଥିଲା।ଯାହାକୁ ନେଇ ଚନ୍ଦକାବନଖଣ୍ଡରେ ଖୁସିରଲହରୀ ଖେଳି ଉଠିଥିଲା।ହେଲେ ସମ୍ଭୂର ମୁତ୍ୟୁପରେ ସମସ୍ତଙ୍କମନରେ ଦୁଃଖର ବାଦଲ ଖେଳି ଯାଇଥିଲା।

- Advertisement -

Leave A Reply

Your email address will not be published.