Aajir rasifal

ଶୁଗାରକୁ କଣ୍ଟ୍ରୋଲରେ ଆଣିବାକୁ ଚାହୁଛନ୍ତି ଆପଣାନ୍ତୁ ୧୦ ଘରୋଇ ଉପାୟ..

ମଇମାସ ୦୪ତାରିଖ ୨୦୨୬ମସିହା(ସୋମବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ତୃତୀୟା,ସୁର୍ୟୋଦୟ-ପ୍ରାତଃଘ୦୫/୨୨/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/ ୧୬,ଯୋଗିନୀ ଅଗ୍ନିକୋଣେ,ମିଥୁନରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା-ଦିବା ଘ୦ ୬/୫୬ଗତେ ଘ୦୮/୩୨ମଧ୍ୟେ, ବାରବେଳା-ଦିବା ଘ୦୩/୦୫ ଗତେ ଘ୦୪/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୫ମଧ୍ୟେ ଓ ଘ୧୦/୦୯ଗତେ ଘ୧୨/୩୩ମଧ୍ୟେ ଓ ରାତ୍ରି ଘ୦୬ /୫୭ ଗତେ ଘ୦୯/୨୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୨/୫୫ଗତେ ଘ୦୩/୦୪ମଧ୍ୟେ,ଅଦ୍ୟ ପୋଟଳଭକ୍ଷଣ ନିଷେଧ।
ମେଷ:-ଆଜିଦିନଟି ଶୁଭଫଳଦାୟୀ ଅଟେ।ଶାରୀରିକ,ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ,ଉତ୍ସାହିତ ରହିବେ।ନୂଆକାର୍ଯ୍ୟର ଶୁଭାରମ୍ଭ କରିବାପାଇଁ ସମୟ ଅନୁକୂଳଅଟେ।ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ।ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
ବୃଷ :-କମସମୟରେ ଅଧିକ ଲାଭପାଇବା ବିଚାରରେ ଆପଣ ଫସିନ ଯାଆନ୍ତୁ,ଧ୍ୟାନରଖିବେ।କୋର୍ଟକଚେରୀ ବିଷୟରେ ନପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ।ନୂଆ କାର୍ଯ୍ୟରପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।
ମିଥୁନ:-ସନ୍ତାନ ସମ୍ବନ୍ଧୀତ ଶୁଭସମାଚାର ଆପଣଙ୍କୁ ମିଳିବ,ପୁରୁଣା ତଥା ପିଲା ଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନହେବ।ନୂଆମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି।ବ୍ୟବସାୟ ଏବଂ ଆର୍ଥିକରୂପରେ ଲାଭହେବ।ମଧ୍ୟାହ୍ନପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।
କର୍କଟ :-ଆଜିର ବ୍ୟବସାୟକ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ।ବ୍ୟାପାରରେ ଆୟବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭହେବ।ମଧ୍ୟାହ୍ନପରେ ମିତ୍ରମାନଙ୍କଠାରୁ ହେବ।କୌଣସି ସାମାଜିକପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
ସିଂହ:-ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କାଅଛି।ମଧ୍ୟାହ୍ନପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ।ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ।ଆର୍ଥିକଦୃଷ୍ଟିରୁ ଲାଭ ହେବ।
କନ୍ୟା:-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ।ସ୍ଵାସ୍ଥ୍ୟର ଧ୍ୟାନ ରଖିବେ,ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ।ଈଷ୍ଟଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।
ତୁଳା :-ସକାଳେହିଁ ମିତ୍ରମାନଙ୍କ ସହିତ ବୁଲିବାକୁ,ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନବିତିବ।ଭାଗିଦାରୀସହିତ ସମ୍ବନ୍ଧ ଭଲରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନାକରିବାକୁ ପଡ଼ିପାରେ।ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।
ବିଛା:-ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକକାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ।ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକସ୍ଵାସ୍ଥ୍ୟ ଭଲ ରହିବ।ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀଉପରେ ନିୟନ୍ତ୍ରଣ ରଖିବେ।ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନରଯୋଗ ଅଛି।
ଧନୁ:- ମାନସିକରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତାପ୍ରାପ୍ତ କରିପାରିବେ।ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।
ମକର:-ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁନାହିଁ।ଧନ ଏବଂ ପ୍ରତିଷ୍ଠାରେ ହାନିନହେଉ,ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ।ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
କୁମ୍ଭ:-ଆଜି ଆବଶ୍ୟକ ନିର୍ଣ୍ଣୟ ନେବାପାଇଁ ବୈଚାରିକ ଦୃଢତାକୁ ସର୍ବପ୍ରଥମ ସ୍ଥାନ ଦେବାକୁହେବ।ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ।ଛୋଟଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
ମୀନ:-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣରଖନ୍ତୁ।ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁନାହିଁ।ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନପରେ ଆପଣ ବୈଚାରିକ ସ୍ଥିରତାସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।

ଶୁଗାରକୁ କଣ୍ଟ୍ରୋଲରେ ଆଣିବାକୁ ଚାହୁଛନ୍ତି ଆପଣାନ୍ତୁ ୧୦ ଘରୋଇ ଉପାୟ..
ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀରେ ବ୍ଲଡ୍ ଶୁଗାର ବଢ଼ିବା ଏକ ସାଧାରଣ ସମସ୍ୟା ପାଲଟିଛି।ଖରାପ ଖାଦ୍ୟପେୟ,ଶାରୀରିକ ପରିଶ୍ରମର ଅଭାବ ଏବଂ ମାନସିକଚାପ ଏହାର ମୁଖ୍ୟକାରଣ।କିନ୍ତୁ କିଛି ପ୍ରାକୃତିକ ଉପାୟ ଆପଣାଇ ଏହାକୁ ଆମେ ନିୟନ୍ତ୍ରଣ କରିପାରିବେ।
ଶୁଗାର କମାଇବାପାଇଁ ୧୦ଟି ମୁଖ୍ୟଟିପ୍ସ:-
🥒 କଲରା:-ଏଥିରେ ଥିବା ପୋଷକ ତତ୍ତ୍ୱ ଇନସୁଲିନ୍ ଭଳି କାମକରେ। କଲରା ଜୁସ୍ କିମ୍ବା ପରିବା ଶରୀରପାଇଁ ଲାଭଦାୟକ।
🌱 ମେଥି ଦାନା:-ଏଥିରେ ଥିବା ଫାଇବର ଶରୀରରେ ଶର୍କରା ଅବଶୋଷଣକୁ ଧିମା କରିଥାଏ।ରାତିରେ ମେଥି ଭିଜାଇ ସକାଳେ ଖାଆନ୍ତୁ।
🍏 ଅଁଳା:-ଭିଟାମିନ୍-ସି ଯୁକ୍ତ ଅଁଳା ପାନ୍‌କ୍ରିୟାଜ୍‌କୁ ସକ୍ରିୟକରି ଇନସୁଲିନ୍ ବଢ଼ାଇବାରେ ସାହାଯ୍ୟକରେ।
🍃 ନିମ ପତ୍ର:-ରକ୍ତ ସଫାକରିବା ସହ ଶୁଗାରସ୍ତର କମାଇଥାଏ।ସକାଳେ ଖାଲି ପେଟରେ ନିମ ପତ୍ର ଚୋବାଇ ଖାଆନ୍ତୁ।
🥦 ସବୁଜ ପନିପରିବା:-ପାଳଙ୍ଗ,ଲାଉ ଏବଂ ଜହ୍ନିଭଳି ପରିବା ଫାଇବରରେ ଭରପୂର, ଯାହା ଶୁଗାରକୁ ସ୍ଥିରରଖେ।
🪵 ଡାଲଚିନି:-ଏହା ଶରୀରରେ ଇନସୁଲିନ୍ ସେନସିଟିଭିଟି ବଢ଼ାଇବାରେ ସାହାଯ୍ୟ କରେ।
🥣 ଓଟସ୍:-ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥିବାରୁ ଏହା ଶୁଗାରକୁ ହଠାତ୍ ବଢ଼ିବାକୁ ଦିଏନାହିଁ।
🍎 ସେଓ:-ଫାଇବର ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଯୁକ୍ତ ସେଓ ପ୍ରତିଦିନ ଖାଇବା ଅଭ୍ୟାସ କରନ୍ତୁ।
🧄 ରସୁଣ:-ଏହା ଶୁଗାର ସହ କୋଲେଷ୍ଟ୍ରଲ୍‌କୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
🏃‍♂️ ବ୍ୟାୟାମ:-ପ୍ରତିଦିନ ଅତିକମରେ ୩୦ମିନିଟ୍ ଚାଲିବା କିମ୍ବା ଯୋଗ କରିବା ଦ୍ୱାରା ଶରୀର ସୁସ୍ଥରହେ।।ଜୟଜଗନ୍ନାଥ,ଜୟସୋମନାଥ,ଜୟ ମା ଯୋଗମାୟା।।

- Advertisement -

Leave A Reply

Your email address will not be published.