ଆଜିର ରାଶିଫଳ

ଅସୁସ୍ଥ ଥିଲେ କ’ଣ ଖାଇବେ?

ମଇମାସ ୦୬ତାରିଖ ୨୦୨୬ମସିହା(ବୁଧବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,
ତିଥି-ଚତୁର୍ଥୀ ଦିବାଘ୦୮/୧୮ଗତେ ପଞ୍ଚମୀ,ନକ୍ଷତ୍ର-ମୂଳା ଦିବାଘ୦୫/୦୩ ଗତେ ପୂର୍ବାଷାଢା,ସୁର୍ୟୋଦୟ-ପ୍ରାତଃଘ୦୫/୨୧/୦୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୦ /୦୨,ଯୋଗିନୀ ନୈଋତେ ଦିବା ଘ୦୮/୧୮ଗତେ ଦକ୍ଷିଣେ,କର୍କଟରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା-ଦିବା ଘ୦୮/୨୫ଗତେ ଘ୧୦/୦୦ମଧ୍ୟେ,ବାରବେଳା-ଦିବା ଘ୧୧/୪୦ଗତେ ଘ୦୧/୨୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୫୬ମଧ୍ୟେ ଓ ରାତ୍ରି ଘ୦୬/୫୭ ଗତେ ଘ୦୯/୨୦ମଧ୍ୟେ ରାତ୍ରି ଘ୦୨/୦୯ ଗତେ ଘ୦୫/୧୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୩/୪୫ ଗତେ ଘ୦୫/୨୦ ମଧ୍ୟେ ରାତ୍ରି ଘ୦୯/୨୨ଗତେ ଘ୧୦/୫୮ମଧ୍ୟେ,ଅଦ୍ୟ ବେଲଭକ୍ଷଣ ନିଷେଧ।
ମେଷ:-ମନରେ ଧାର୍ମିକଭାବନା ଉଦୟହେବ।ବିନାସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବକରିବେ।କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରିଭୋଜନ ପାଇଁ ବାହାରକୁ ଯିବେ।
ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁରବାତାବରଣ ରହିବ।ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି।କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁମିଳିବ। ଅଫିସ୍‌ର କୌଣସିକାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:-ଆପଣଙ୍କ ମନରେ ବିଭିନ୍ନପ୍ରକାର ଚିନ୍ତା ଉତ୍ପନ୍ନହେବ।ପ୍ରତ୍ୟେକ କାମ ବିବେକର ସହ କରନ୍ତୁ।ଆର୍ଥିକସ୍ଥିତିରେ ସୁଧାରଆସିବ। ପ୍ରେମସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:- ଆଜି ଆପଣ କିଛି ଖାସ୍‌ କରିବାଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭହେବ। ସରକାରୀ ଚାକିରିଆଙ୍କୁ ଖୁସିଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତହେବ।ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ସି˚ହ:-ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବାକରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣଢାଳି କାମ କରିବେ ଏବ˚ ଯଥେଷ୍ଟଲାଭ ପାଇବେ। ଅଫିସରେ କୌଣସି ଖୁସିଖବର ମିଳିବ।
କନ୍ୟା:-ଆଜି ଆପଣକଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତମିଶିବେ। କୌଣସି ବଡ଼ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ତୁଳା:- ଊର୍ଜାରସ୍ତର ଉଚ୍ଚା ରହିବ। କୌଣସି ଅଜଣାବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା:-ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳମିଳିବ।ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି।ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
ଧନୁ:-ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ।ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ।ରାଜନୀତିକ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
ମକର:- ପିତାଙ୍କ କହିବାମାର୍ଗରେ ଚାଲନ୍ତୁ;ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ।ମିତ୍ରଙ୍କସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ:- ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ।ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କସ୍ଥାପନ ହେବ।ଅଫିସରେ ଉଚ୍ଚଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲଫଳାଫଳ ମିଳିବ।ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
ମୀନ:-ଦିନଟି ଆପଣଙ୍କପାଇଁ ଖୁବ୍‌ ଭଲରହିବ।କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁରଲାଭ ମିଳିବ।

🍎 ଅସୁସ୍ଥ ଥିଲେ କ’ଣ ଖାଇବେ?
ଆଜି ଜାଣିବା କେଉଁ ରୋଗ ପାଇଁ କେଉଁ ଖାଦ୍ୟ ଉପକାରୀ ଅଟେ ।ସୁସ୍ଥ ରହିବା ପାଇଁ କେବଳ ଔଷଧ ନୁହେଁ, ସଠିକ୍ ଖାଦ୍ୟପେୟ ମଧ୍ୟ ଅତ୍ୟନ୍ତ ଜରୁରୀ। ଆଜି ଜାଣିବା ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ସମୟରେ କେଉଁ ପ୍ରାକୃତିକ ଖାଦ୍ୟ ଆମକୁ ଶୀଘ୍ର ସୁସ୍ଥ କରିବାରେ ସାହାଯ୍ୟ କରେ:-
🥣 ଥଣ୍ଡା (Cold):-ଗରମ ଚିକେନ୍ ସୁପ୍ ବା ମାଂସ ଝୋଳ ପିଇବା ଦ୍ୱାରା କଫ ସଫା ହୁଏ ଏବଂ ଗଲାକୁ ଆରାମ ମିଳିଥାଏ।
🥥 ଜ୍ୱର (Fever):- ଜ୍ୱର ସମୟରେ ଶରୀରରେ ଜଳୀୟ ଅଂଶ କମିଯାଏ। ନଡ଼ିଆ ପାଣି ଶରୀରକୁ ହାଇଡ୍ରେଟ୍ ରଖିବା ସହ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳିତ କରେ।
🍋 କାଶ (Cough):- ମହୁ ଏବଂ ଲେମ୍ବୁ ମିଶା ଉଷୁମ ପାଣି କାଶରୁ ରକ୍ଷା କରେ ଏବଂ ଗଳାର ଜୀବାଣୁ ନଷ୍ଟ କରିବାରେ ସାହାଯ୍ୟ କରେ।
🍌 ପେଟ ବ୍ୟଥା (Stomach Ache):- କଦଳୀ ହଜମ ପ୍ରକ୍ରିୟାକୁ ସହଜ କରିଥାଏ ଏବଂ ପେଟ କାମୁଡ଼ା ବା କ୍ରାମ୍ପରୁ ମୁକ୍ତି ଦିଏ।
🥭 କୋଷ୍ଠକାଠିନ୍ୟ (Constipation):- ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଫାଇବର ଥାଏ, ଯାହା ମଳତ୍ୟାଗ ପ୍ରକ୍ରିୟାକୁ ସ୍ୱାଭାବିକ କରିବାରେ ସାହାଯ୍ୟ କରେ।
🍚 ଝାଡ଼ା (Diarrhea):- ଏହି ସମୟରେ ଧଳା ଭାତ ଏବଂ ଦହି ଖାଇବା ଦ୍ୱାରା ପେଟକୁ ଥଣ୍ଡା ମିଳେ ଏବଂ ହଜମ ଜନିତ ସମସ୍ୟା ଦୂର ହୁଏ।।ଜୟ ଜଗନ୍ନାଥ,ଜୟସୋମନାଥ,ଜୟ ମା ଯୋଗମାୟା।।

- Advertisement -

Leave A Reply

Your email address will not be published.