ମଇମାସ ୦୭ତାରିଖ ୨୦୨୬ମସିହା(ଗୁରୁବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,
ତିଥି-ପଞ୍ଚମୀ ଦିବାଘ୧୦/୪୫ଗତେ ଷଷ୍ଠୀ,ନକ୍ଷତ୍ର-ପୂର୍ବାଷାଢା ଦିବା ଘ୦୭/୫୮ ଗତେ ଉତ୍ତରାଷାଢା,ସୁର୍ୟୋଦୟ-ପ୍ରାତଃଘ୦୫/୨୦/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୨୨,ଯୋଗିନୀ ଦକ୍ଷିଣେ ଦିବା ଘ୧୦/୪୫ ଗତେ ପଶ୍ଚିମେ,ତୁଳା ଓ କୁମ୍ଭରାଶିର ଘାତବାର,ସିଂହରାଶିର ଘାତଚନ୍ଦ୍ର,ଷଷ୍ଠୀର ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୨/୦୫ଗତେ ଘ୦୬/୧୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ରାତ୍ରି ଘ୦୧/୨୨ଗତେ ଘ୦୪/୪୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୫୮ମଧ୍ୟେ ଓ ଘ୧୦/୦୭ଗତେ ଘ୧୨/୩୦ ମଧ୍ୟେ,ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ।
ମେଷ:-ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନର ସୁଯୋଗମିଳିବ,ଦାମ୍ପତ୍ୟ ଜୀବନ ପୂର୍ବଅପେକ୍ଷା ଅଧିକ ଭଲହେବ ଯେଉଁକାମ କରିବେ,ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତିକରିବାଲାଗି ଅସଫଳ ପ୍ରୟାସ କରିବେ।
ବୃଷ:-ଦେବୀଙ୍କ ଆରାଧନାରେ ମନକୁ ଶାନ୍ତିମିଳିବ।ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସରମିଳିବ।ବ୍ୟବସାୟ ଲାଗି ଦିନଟି ଭଲ ରହିବ।ଅଫିସରେ କିଛି ଏଭଳିକାମ ହେବ ଯାହାଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
ମିଥୁନ:- ଅଚାନକ କୌଣସିକଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବାକରନ୍ତୁ,କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ।ବଡ଼ବ୍ୟବସାୟର ସଉଦା ହାତରେ ଲାଗିପାରେ।
କର୍କଟ:- ଭାଗ୍ୟ ବଦଳାଇବାପାଇଁ ଶୁଭସମୟ।ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭହେବ।ପ୍ରେମରେ ସଫଳତା ମିଳିବ।
ସି˚ହ:- ମନରେ ଦ୍ବନ୍ଦ୍ବରହିବ କିନ୍ତୁ ବ୍ୟବହାର ମଧୁରରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟିଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
କନ୍ୟା:- ଆଜି ଆପଣଙ୍କମନ ଅଶାନ୍ତି ରହିବାସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁରହେବ।କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ।ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
ତୁଳା:-ନୂଆ ଆହ୍ବାନର ସାମନାକରିବେ।କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ;ଅସୁବିଧାର ସମ୍ମୁଖୀନ ହେବେ।ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି।ବଜେଟକୁ ଧୢାନ ରଖି ଖର୍ଚ୍ଚକରନ୍ତୁ।ଘରକୁ ଅତିଥି ଆସିବେ।
ବିଛା:-ଦିନଟି ଆପଣଙ୍କ ଲାଗି ଅନୁକୂଳରହିବ।ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
ଧନୁ:-ସାବଧାନର ସହ କାମକରନ୍ତୁ,ଲାଭ ପାଇବେ।ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମପୂରା ହୋଇପାରେ।
ମକର:- ପୂରାଦିନ ଆପଣଙ୍କମନ ପ୍ରସନ୍ନ ରହିବ।ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବାଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେରେ ସଫଳତା ମିଳିବ।
କୁମ୍ଭ:-ଦିନଟି ଆପଣଙ୍କ ଲାଗି ଖଟାମିଠାରହିବ।ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନହେବ। ଆର୍ଥିକସ୍ଥିତି ଚିନ୍ତାଜନକ ହୋଇପାରେ।ପରିବାରର ସ୍ନେହ ଓ ଜୀବନସାଥୀଙ୍କଠାରୁ ଖୁସି ପାଇବେ।
ମୀନ:-ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭମିଳିବ।ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ।ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।

୨୦ ଦୈନନ୍ଦିନ ଅଭ୍ୟାସରୁ ଦୂରେଇ ରୁହନ୍ତୁ ନଚେତ୍ ପସ୍ତାଇବେ
🌿 ସ୍ୱାସ୍ଥ୍ୟ ପାଇଁ ହାନିକାରକ ୨୦ଟି ଦୈନନ୍ଦିନଅଭ୍ୟାସ:-
☕ ଦାନ୍ତ ନଘଷି କଫି ପିଇବା:-ଏହା ବ୍ୟାକ୍ଟେରିଆ ସିଧା ପେଟକୁ ନିଏ।
📱 ଉଠିବାପରେ ତୁରନ୍ତ ଫୋନ୍ ଦେଖିବା:-ଆଖି ଏବଂ ସ୍ନାୟୁ ଉପରେ ଚାପ ପକାଏ।
💧 ସକାଳେ ପାଣି ନପିଇବା:-ଶରୀରରେ ବିଷାକ୍ତ ପଦାର୍ଥ ରହିଯାଏ।
☕🥘 ଖାଲିପେଟରେ କଫି:-ଏସିଡ୍ ବଢ଼ାଏ ଏବଂ ପେଟକୁ କ୍ଷତି କରେ।
🍲 ଦୈନିକ ସମାନ ଖାଦ୍ୟ:-ଶରୀରରେ ପୋଷକ ତତ୍ତ୍ଵର ଅଭାବ ଦେଖାଯାଏ।
🧴 ଦୈନିକଶାମ୍ପୁ:-କେଶର ପ୍ରାକୃତିକ ତେଲକୁ କମାଏ।
🧂 ଅଧିକଲୁଣ:-ରକ୍ତଚାପ ବୃଦ୍ଧି କରେ।
📱 ଶୋଇବାପୂର୍ବରୁ ଫୋନ୍:-ଶୋଇବା ସମୟରେ ବାଧା ସୃଷ୍ଟି କରେ।
🥤 ଖାଇବାପରେ ସୋଡା:-ହଜମ ପ୍ରକ୍ରିୟାକୁ ଧୀମା କରେ।
🛌 ଶୋଇବାକୁ ଡେରି:-ରୋଗ ପ୍ରତିରୋଧକ ଶକ୍ତି କମାଏ।
🏃♀️ କମ୍ ଶାରୀରିକକ୍ରିୟା:-ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରେ।
💆♂️ ଚିନ୍ତାକୁ ଅଣଦେଖା:-ଶରୀରକୁ ଭିତରୁ ନଷ୍ଟ କରେ।
☀️ ଖରାରେ ନବୁଲିବା:-ଶୋଇବା ଢାଞ୍ଚାରେ ପରିବର୍ତ୍ତନ ଆଣେ।
🍔 ଦୈନିକ ଜଙ୍କ୍ ଫୁଡ୍:-ଭୋକ ଲାଗିବା ଢାଞ୍ଚାରେ ବାଧା ସୃଷ୍ଟିକରେ।
💧 ଶୀଘ୍ର ପାଣି ପିଇବା:-ପେଟରେ ସମସ୍ୟା ସୃଷ୍ଟିକରେ।
🥖 ଧଳାବ୍ରେଡ୍:-ରକ୍ତଶର୍କରା ସ୍ତରରେ ବାଧା ସୃଷ୍ଟିକରେ।
🧃 ଅଧିକ ଜୁସ୍:-ଶର୍କରା ସ୍ତର ବୃଦ୍ଧି କରେ।
🧴 ସେଭ୍ କରିବାପରେ ସୁଗନ୍ଧିତ ଲୋସନ:-ଚର୍ମରେସମସ୍ୟା ସୃଷ୍ଟିକରେ।
🍳 ସକାଳ ଜଳଖିଆ ନଖାଇବା:-ହଜମ ପ୍ରକ୍ରିୟାକୁ ଧୀମା କରେ।
🛋️ ଖାଇବାପରେ ବସିରହିବା:-ଚର୍ବିବୃଦ୍ଧି କରେ।।ଜୟଜଗନ୍ନାଥ,ଜୟ ସୋମନାଥ,ଜୟମାଯୋଗମାୟା।।
ଆଜିର ରାଶିଫଳ
Prev Post
