ନନ୍ଦନକାନନରେ ପାଳନ ହେଲା…

ଜୈବିକ ବିବିଧତା ଅନ୍ତର୍ଜାତୀୟ ଦିବସ

ବାରଙ୍ଗ,୨୨।୫(ଏସଏସନିଉଜ) ସାରା ବିଶ୍ବ ମେ ୨୨ ତାରିଖରେ ‘ଜୈବିକ ବିବିଧତା ଅନ୍ତର୍ଜାତୀୟ ଦିବସ’ ପାଳନ କରୁଥିବା ବେଳେ ଏଥିରୁ ବାଦ୍ ପଡିନି ନନ୍ଦନକାନନ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ । ଏହି ଦିବସ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନର ଅଞ୍ଚଳକୁ କଭର କରି ନନ୍ଦନକାନନ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାୟୋବ୍ଲିଟ୍ଜ ୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଜୈବିକ ବିବିଧତା ପାଇଁ ୨୪ ଘଣ୍ଟିଆ ଏକ ଡକ୍ୟୁମେଣ୍ଟେସନ୍ ଇଭେଣ୍ଟ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୬ ଟି ବିଭିନ୍ନ ପ୍ରତିଷ୍ଠାନର ପ୍ରାୟ ୭୦ ଜଣ ଅଂଶଗ୍ରହଣକାରୀ ଏକତ୍ରିତ ହୋଇଥିଲେ । ଛାତ୍ର, ଗବେଷକ, ବନ୍ୟପ୍ରାଣୀ ଉତ୍ସାହୀ, ବିଭିନ୍ନ କ୍ଷେତ୍ରର ବ୍ୟକ୍ତି ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ମଚାରୀ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମରେ କ୍ୟାମେରା ଟ୍ରାପ୍, ଇବର୍ଡ, ମର୍ଲିନ୍ ଏବଂ ଆଇନାଚ୍ୟୁରାଲିଷ୍ଟ ଭଳି ନାଗରିକ ବିଜ୍ଞାନ ଆପ୍ ଏବଂ ଜି.ପି.ଏସ ଡିଭାଇସ୍ ବ୍ୟବହାର କରାଯାଇଥିଲା।ଯାହାଦ୍ୱାରା ଅଭୟାରଣ୍ୟରେ ଜୈବିକ ବିବିଧତା ଚିହ୍ନଟର ସଠିକତା ବୃଦ୍ଧି କରାଯାଇଥିଲା।ଏହି ସମୟରେ, ଅଂଶଗ୍ରହଣ କାରୀମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରାଯାଇଥିଲା ଏବଂ ଯଥାସମ୍ଭବ ଅଧିକ ଜୀବଜଗତର ଡକ୍ୟୁମେଣ୍ଟେସନ୍ କରିବାପାଇଁ ଅଭୟାରଣ୍ୟରେ ସର୍ଭେ କରାଯାଇଥିଲା।ଗୋଟିଏ ଗୋଟିଏଦଳ ପକ୍ଷୀ, କୀଟପତଙ୍ଗ, ସରୀସୃପ, ଉଭୟଚର ପ୍ରାଣୀ, ସ୍ତନ୍ୟପାୟୀପ୍ରାଣୀ, କବକ ଏବଂ ଉଦ୍ଭିଦ ସମେତ ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ପ୍ରାଣୀମାନଙ୍କୁ ରେକର୍ଡ କରିଥିଲେ। ଏହି କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଜୈବବିବିଧତା ସଚେତନତା,ବୈଜ୍ଞାନିକ ପର୍ଯ୍ୟବେକ୍ଷଣ,ଦଳଗତକାର୍ଯ୍ୟ ଏବଂ ନାଗରିକ ବିଜ୍ଞାନ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିଥିଲା ଏବଂ ଅଭୟାରଣ୍ୟ ଅଞ୍ଚଳରୁ ମୂଲ୍ୟବାନ ଜୈବବିବିଧତା ରେକର୍ଡ ପ୍ରଦାନ କରିଥିଲା।

- Advertisement -

Leave A Reply

Your email address will not be published.