ଆଜିର ରାଶିଫଳ

୨୦୨୬ ମସିହା, ଜୁନ ମାସ, ୧୬ ତାରିଖ, ମଙ୍ଗଳବାର,ତୃତୀୟ (ଶେଷ) ରଜ, ଭଞ୍ଜ ଜୟନ୍ତୀ, ଭୂମିଦାହ, ଅଦ୍ୟ ଦ୍ବିତୀୟାର ଚନ୍ଦ୍ର ଦର୍ଶନ ପୂଜା ଓ ଅର୍ଘ୍ୟଦାନ,ବିବିଧ- ସ୍ତ୍ରୀ ତୈଳ ବର୍ଜ୍ଜନ, ରାତ୍ରୌ ହଳ ନିଷେ,ଋତୁ- ଗ୍ରୀଷ୍ମ ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଉତ୍ତରାୟଣ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୧/୧୫,ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୨/୪୧,ଜ୍ୟେଷ୍ଠ ମାସ,ଶୁଦ୍ଧ ଶୁକ୍ଳପକ୍ଷ,ଭୌମବାସ,ତିଥି- ଦ୍ବିତୀୟା ରାତ୍ରି ଘ୧/୩ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ।ଗଣ୍ଡଯୋଗ ପ୍ରାତଃ ଘ୫/୫୬ମି ପର୍ଯ୍ୟନ୍ତ ତଦନ୍ତେ ବୃଦ୍ଧିଯୋଗ କ୍ଷୟ ରାତ୍ରି ଘ୧/୪୯ମି ପର୍ଯ୍ୟନ୍ତ,କରଣ- ବାଳବକରଣ ଦିବା ଘ୨/୫୪ମି ପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ରାତ୍ରି ଘ୧/୩ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ରାତ୍ରି ଘ୧/୩ମି ପରେ ଆଗ୍ନେୟ କୋଣରେ । ମଙ୍ଗଳବାର, ନିରଂଶ ଓ ରବିଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ,ଚନ୍ଦ୍ରଶୁଦ୍ଧି– ମେଷ, ବୃଷ, ମିଥୁନ, ସିଂହ, ତୁଳା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର– କନ୍ୟା ରାଶିର ଘାତଚନ୍ଦ୍ର, ଘାତବାର -ମକର ରାଶିର ଘାତବାର।ତାରାଶୁଦ୍ଧି- ୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।‌୨୩।୨୫।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ଅପରାହ୍ନ ଘ୫/୦ମି ପରେ ୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବୃତ୍ତି (ବୋଇତାଳୁ), ରାତ୍ରି ଘ୧/୩ମି ପରେ ପଟୋଳ ଭକ୍ଷଣ ନିଷେଧ।ଅଶୁଭ ବେଳା-(ବାରବେଳା) ପ୍ରାତଃ ଘ୬/୫୨ମି ରୁ ଘ୮/୩୧ମି ପର୍ଯ୍ୟନ୍ତ,(କାଳବେଳା) ଦିବା ଘ୧/୨୯ମି ରୁ ଘ୩/୮ମି ପର୍ଯ୍ୟନ୍ତ ।(କାଳରାତ୍ରି) ରାତ୍ରି ଘ୭/୪୬ମି ରୁ ଘ୯/୭ମି ପର୍ଯ୍ୟନ୍ତ।ଶୁଭ ବେଳା–(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବାଘ୭/୩୬ମି ମଧ୍ୟେ, ଘ୯/୧୩ମି ରୁ ଘ୧୧/୩୭ମି ମଧ୍ୟେ, ଘ୨/୪୯ମି ରୁ ଘ୩/୩୭ମି ମଧ୍ୟେ, ସୂର୍ଯ୍ୟାସ୍ତ ରୁ ରାତ୍ରି ଘ୭/୧୨ମି ମଧ୍ୟେ, ରାତ୍ରି ଘ୧୨/୪୮ମି ରୁ ଘ୩/୧୨ମି ପର୍ଯ୍ୟନ୍ତ (ମାହେନ୍ଦ୍ରବେଳା) ଦିବା ଘ୨/୧ମି ରୁ ଘ୨/୪୯ମି ମଧ୍ୟେ, ଘ୩/୫୨ମି ରୁ ଘ୪/୨୫ମି ମଧ୍ୟେ, ରାତ୍ରି ଘ୮/୪୮ମି ରୁ ଘ୧୦/୨୪ମି ପର୍ଯ୍ୟନ୍ତ ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ୨ ପାଦ ବାର ଓ ତିଥି ପୁଷ୍କର ଦୋଷ । ଫଳଂ କୃଷିହାନି ଓ ଗୋପଶୁ ସମ୍ପଦର ବିନାଶ । ଭୂମି ଓ ଅନ୍ନବସ୍ତ୍ର ଦାନ । ଅପରାହ୍ନ ଘ୫/୦ମି ପରେ ୩ ପାଦ ବାର, ତିଥି ଓ ନକ୍ଷତ୍ର ପୁଷ୍କର ଦୋଷ । ଫଳଂ କୃଷିହାନି, ଗୋପଶୁ ସମ୍ପଦର ବିନାଶ ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ । ଭୂମି, ଅନ୍ନବସ୍ତ୍ର ଓ ତିଳସୁବର୍ଣ୍ଣ ଦାନ । ଏବଂ ରାତ୍ରି ଘ୧/୩ମି ପରେ ୨ ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ । ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ । ଭୂମି ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସର୍ଵସମ୍ପନ୍ନା, ଲକ୍ଷ୍ମୀଯୁକ୍ତା (ଶୁଭ) । କନ୍ୟାର ଅପରାହ୍ନ ଘ୫/୦ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା । ଅପରାହ୍ନ ଘ୫/୦ମି ପରେ ବନ୍ଧ୍ୟା । ଘୃତତାମ୍ରପାତ୍ର, ରକ୍ତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ। ବାର ଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ) ।ଶୁଭକର୍ମ- ନାସ୍ତି ।
🐐ମେଷ👉ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ କାମ ସକାଶେ ତପରତ୍ତା ବୃଦ୍ଧିପାଇବ। କର୍ମକ୍ଷେତ୍ର, ବାଣିଜ୍ୟ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ତଥା ସଭାସମିତିରେ ପ୍ରଶଂସିତ ହେବେ।
🐂ବୃଷ👉ଦ୍ୱିତୀୟସ୍ଥ ବୁଧ ଆପଣଙ୍କ ବ୍ୟବହାରକୁ ଋକ୍ଷ କିମ୍ବା କଠୋରକରି ଅପ୍ରିୟତା ସୃଷ୍ଟିକରିପାରନ୍ତି। କର୍ମ କ୍ଷେତ୍ରରେ କେତେକ କାମ କରିବାକୁ ବାଧ୍ୟହେବେ। ନିମନ୍ତ୍ରିତ ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁମିଳନଜନିତ ପ୍ରଫୁଲ୍ଲିତ ମାନସିକତା ପରିଲକ୍ଷିତ ହୋଇପାରେ ା ଶିଳ୍ପ, ବାଣିଜ୍ୟ, ପରିବହନ, ଏଜେନ୍ସିପ, ସାମ୍ବାଦିକତା ପ୍ରଭୃତିରୁ ଖୁସି ରହିବେ।
👩‍❤️‍👨 ମିଥୁନ👉ଆଜିର ଗ୍ରହସ୍ଥିତି ଏକାଧାରରେ ଆପଣଙ୍କ ଦୈହିକ ଓ ମାନସିକ ସୁସ୍ଥତାକୁ କ୍ଷୁଣ୍ଣ କରିପାରେ। ଅନ୍ୟ ମାନଙ୍କୁ ଖୁସିକରିବାକୁ ଯାଇ ନିଜର ସ୍ବାର୍ଥକୁ ବଳି ଦେବାକୁ ବାଧ୍ୟ ହୋଇପାରନ୍ତି। ଅଭାବ ନ ଥିଲେ ଘରୋଇ କଥା ମନରେ ବାରମ୍ବାର ଆଲୋଡ଼ନ ସୃଷ୍ଟିକରି ଚିନ୍ତାଧାରାକୁ ବିକ୍ଷିପ୍ତ କରିଦେବ।
🦀କର୍କଟ👉ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରୁ ଆପଣଙ୍କ ନୀରବତା ବନ୍ଧୁମାନଙ୍କ ମନରେ ସନ୍ଦେହର ପ୍ରହେଳିକା ସୃଷ୍ଟିକରିବ। ଆମତ୍ୀୟମାନଙ୍କ ହାତଖୋଲା ସାହାଯ୍ୟ ଓ ଅକୁଣ୍ଠ ସମର୍ଥନ ସାମୟିକ ଦୁଃଖକୁ ଭୁଲାଇନେଇପାରେ। ସଭାସମିତି, ପ୍ରକାଶନ, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
🦁 ସିଂହ👉ଆଜି ଅନୁକୂଳ ଗ୍ରହ ପ୍ରଭାବ ନୂତନ ସମ୍ପର୍କ, ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ମଧ୍ୟରେ ସ୍ବାଗତ ସମ୍ବର୍ନ୍ଧନାଜନିତ ପ୍ରଫୁଲ୍ଲିତ ରହିବେ। କାର୍ଯ୍ୟ ହାସଲ ପାଇଁ ଅର୍ଥାଭାବ, ଅସହଯୋଗ, ପ୍ରତିବନ୍ଧକ ପ୍ରଭୃତି କୌଣସି ନକାରାମତ୍କ ସ୍ଥିତି ଉପୁଜିବ ନାହିଁ। କର୍ମକ୍ଷେତ୍ର ସକାଶେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ।
🧕କନ୍ୟା👉ଏକାଦଶସ୍ଥ ଗୁରୁ ଶୁକ୍ର ପାରିବାରିକ ସ୍ଥିତି, କର୍ମକ୍ଷେତ୍ର, ଦିନଚର୍ଯ୍ୟା ତଥା ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିବ। ଆଜି ଯାହା ପାଇବା କଥା ତାହା ସହଜ ଓ ସୁବିଧାରେ ପାଇପାରିବେ ନାହିଁ। ପ୍ଲଟିଂ କାରବାର, ଯାନ୍ତ୍ରିକ ଜିନିଷ କିମ୍ବା ବିଦ୍ୟୁତ୍‍ ବ୍ୟବସାୟୀ ଲାଭାବନ୍‍ ହୋଇପାରନ୍ତି। ପିଲାଙ୍କ ସ୍ବାସ୍ଥ୍ୟ, ଉଚ୍ଚଶିକ୍ଷା ସମ୍ପର୍କରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
⚖️ତୁଳା👉କର୍ମଭାବସ୍ଥ ଶୁଭଗ୍ରହମାନେ ଆପଣଙ୍କୁ ନୂତନ କର୍ମାରମ୍ଭ ସକାଶେ ଅନୁପ୍ରେରିତ କରିପାରନ୍ତି। କୌଣସି ଜିନିଷର ଅଭାବ ନ ଥିଲେ ମଧ୍ୟ ନିିଜର ପ୍ରିୟବ୍ୟକ୍ତିଙ୍କଠାରୁ ବହୁ ଦୂରେ ରହି ଚିନ୍ତିତ ରହିବେ। ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାକୁ ଏକ ପ୍ରକାର ଆମତ୍ସନ୍ତୋଷ ଲାଭ କରିବେ।
🦂ବିଛା👉ଚନ୍ଦ୍ରଙ୍କ କୋଣଭାବସ୍ଥ ବୃହସ୍ପତି ଆପଣଙ୍କ ସ୍ଥଗିତ କାର୍ଯ୍ୟକୁ ସଫଳତାର ସହ ପୂରଣ କରିବ। ଶନିଙ୍କ ସଂସ୍ଥିତି କାରଣରୁ ଭାଙ୍ଗିପଡ଼ିଥିବା ସମ୍ପର୍କକୁ ପୁଣି ଯୋଡ଼ିବାକୁ ଚେଷ୍ଟାକରି ଅସଫଳ ହୋଇପାରନ୍ତି। ନିଜ ପରିସରର ବ୍ୟକ୍ତିବିଶେଷମାନେ ଅଯଥା ଦୋଷାରୋପ କରି ମାନସିକ ସ୍ଥିତିକୁ ବିଗାଡ଼ିଦେଇପାରନ୍ତି।
🏹ଧନୁ👉ପାରସ୍ପରିକ ଉତ୍ତମ ବୁଝାମଣା ଅଭାବରୁ ପରିବାର ଓ କର୍ମକ୍ଷେତ୍ର ସମସ୍ୟା ବହୁଳ ରହିବ। ଅନାବଶ୍ୟକ କଥାଗୁଡ଼ିକୁ ମନରୁ ପରିହାରକରି ବାସ୍ତବତାକୁ ଗୁରୁତ୍ୱ ଦେଇ କାମ କରିବା ଭଲ ହେବ। ବିଭିନ୍ନ ପ୍ରକାର ସ୍ଥଗିତ କାମକୁ ନେଇ କର୍ମଜଞ୍ଜାଳ ବୃଦ୍ଧି ପାଇପାରେ। ବନ୍ଧୁ ଗହଣରେ ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହୋଇପାରନ୍ତି।
🐊ମକର👉ପରିବାରରେ ଯୁକ୍ତିତର୍କଜନିତ ମାନସିକ ଦୁଶ୍ଚିନ୍ତାରେ ମନ ଉଦ୍‍ବେଳିତ ରହିପାରେ। ବାଣିଜ୍ୟ, ସଭାସମିତି ତଥା ପ୍ରଶାସନିକ ସ୍ତରରେ ପ୍ରତିବନ୍ଧକ ଦେଖାଦେବା ସୂଚନା ରହିଛି। ପୁତ୍ରକନ୍ୟାହେତୁକ ସମସ୍ୟା ଲାଗି ରହିବ, କିନ୍ତୁ ସେପରି କିଛି ଅସୁବିଧା ହେବ ନାହିଁ। ପଡ଼ୋଶୀ ପ୍ରତିବାଦର ସ୍ବର ଉଠାଇ କାମଟିକୁ ଭଣ୍ଡୁରକରି ଦେଇପାରନ୍ତି।
🏺କୁମ୍ଭ👉ଶନିଯୁକ୍ତ ଚନ୍ଦ୍ରଙ୍କ କୁପ୍ରଭାବରେ ପାରିବାରିକ ସମସ୍ୟା ହେତୁ ମନ ଭଲ ରହି ନ ପାରେ। ବକେୟା ଅର୍ଥପ୍ରାପ୍ତି ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ। ଆଜି ବନ୍ଧୁ ପରିଜନଙ୍କ ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇ ପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ, କିନ୍ତୁ କିଛି କରିବାର ଉପାୟ ନ ଥିବ।
🐟ମୀନ👉ଆଜିର ଗ୍ରହମାନଙ୍କ ବୈଷମ୍ୟତା ଯୋଗୁ ମନ ଚାହୁଁଥିବା କାମ ସମ୍ପନ୍ନ କରିବା କଷ୍ଟକର ହୋଇପାରେ। ପରୋକ୍ଷ ଶତ୍ରୁତା କାରଣରୁ ଭାଇ,ବନ୍ଧୁ ,କୁଟୁମ୍ବଙ୍କ କେତେକ ଅଶାନ୍ତ ପରିସ୍ଥିତିର ମଧ୍ୟ ଆଶଙ୍କା ରହିଛି। ତଥାପି ନୂତନ କର୍ମାରମ୍ଭ ଏବଂ ଶିଳ୍ପ,ବାଣିଜ୍ୟ,ବ୍ୟବସାୟ,ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ।
🕉️【ନୀତି ବାଣୀ】🕉️
ଜୀବନର ଏକ ନିଚ୍ଛକ ସତ୍ୟ…
ଯେଉଁ ମଣିଷ ନିଜ ହୃଦୟରେ କାହା ପାଇଁ ଖରାପ ଭାବନା ରଖେନାହିଁ, ସେ ଦୁନିଆର ଛଳନାକୁ ଶୀଘ୍ର ବୁଝିପାରେ ନାହିଁ I ନିଜର ସରଳତା କାରଣରୁ ସେ ନିଜ ସହ ହେଉଥ‌ିବା ଅନ୍ୟାୟ ବା ଖରାପ ବ୍ୟବହାରକୁ ମଧ୍ୟ ବହୁତ ଡେରିରେ ବୁଝିଥାଏ।
କିନ୍ତୁ ମନେରଖନ୍ତୁ, ଯାହାର ହୃଦୟ ସଫା ଓ ନିଷ୍କପଟ, ତାର ସାରଥୀ ସ୍ବୟଂ ମା ଯୋଗମାୟା ହୋଇଥାନ୍ତି। ଦୁନିଆ ଛଳନା କରିପାରେ, କିନ୍ତୁ ଜଗତ ଠାକୁରାଣୀ କେବେବି ନିଜ ଭକ୍ତକୁ ଏକା ଛାଡ଼ନ୍ତି ନାହିଁ।

- Advertisement -

Leave A Reply

Your email address will not be published.