ପହିଲି ରଜରେ ନନ୍ଦନକାନନରେ ବଢ଼ିଲେ ପର୍ଯ୍ୟଟକ

ସୋମବାର ଖୋଲା ରହିବ

ଭୁବନେଶ୍ୱର,୧୪।୬(ଏସଏସନିଉଜ) ରାଉତ)ଚଳିତ ବର୍ଷ ପହିଲି ରଜ ରବିବାର ପଡ଼ିଥିବାରୁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନରେ ଆଶାତୀତ ଭାବେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶା କର୍ତ୍ତୃପକ୍ଷ ରଖିବା ସହ ସଜାଗ ହୋଇ ରହିଥିଲେ।ତେବେ ରବିବାର ପହିଲି ରଜରେ
ନନ୍ଦନକାନନକୁ ୨୭ହଜାରେ ୧୯୨ ଜଣ ପର୍ଯ୍ୟଟକ ଓ ବଟାନିକାର୍ଲଗାର୍ଡେନକୁ ୨୧୮୮ ଜଣ ଆସିଥିବା ପର୍ଯ୍ୟଟକକୁ ମିଶାଇ ସମୁଦାୟ ୨୯,୩୮୦ ପର୍ଯ୍ୟଟକ ଉଭୟ ପାର୍କକୁ ଆସିଥିଲେ।
ଯାହାକି ଗତବର୍ଷ ଠାରୁ ଏଥର ୪୫୨୪ ଜଣ ଅଧିକ ପର୍ଯ୍ୟଟକ ଏଥର ଉଭୟ ପାର୍କକୁ ମିଶିକରି ଆସିଛନ୍ତି।
ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷଙ୍କ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ସୁରକ୍ଷା ବଜାୟ ରଖିବା ଏବଂ ପରିଦର୍ଶକଙ୍କୁ ସହାୟତା କରିବା ପାଇଁ ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ ଏବଂ ପୂର୍ବତନ ସେନା କର୍ମଚାରୀଙ୍କ ସମେତ ମୋଟ ୧୦୪ ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ଗ୍ରୀଷ୍ମ ପ୍ରବାହରୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ, ୧୩ଟି ସ୍ଥାୟୀ ଏବଂ ୧୮ଟି ଅତିରିକ୍ତ ଅସ୍ଥାୟୀକୁ ମିଶାଇ ୩୧ଟି ପାନୀୟ ଜଳ ପଏଣ୍ଟ କରାଯାଇଛି।
ପାର୍କର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚାଲୁଥିବା ରକ୍ଷଣାବେକ୍ଷଣ କାର୍ଯ୍ୟକୁ ବିଚାରକୁ ନେଇ ପର୍ଯ୍ୟଟକମାନଙ୍କ ଗାଡିମଟର ରଖିବା ଓ ବାହାର କରିବାର ସୁବିଧା ମଧ୍ୟ କରାଯାଇଛି।ଏହାସହିତ ୩୦ ଜଣ ଚିଡ଼ିଆଖାନା ସ୍ୱେଚ୍ଛାସେବୀ ଦିନସାରା ଭିଡ଼ ପରିଚାଳନା, ମାର୍ଗଦର୍ଶନ ଏବଂ ପର୍ଯ୍ୟଟକମାନଙ୍କ ସହାୟତା କରିଥିଲେ।
ତେବେ ପ୍ରତି ସପ୍ତାହର ସୋମବାର ଉଭୟ ପାର୍କ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହୁଥିବା ବେଳେ ୧୫ତାରିଖ ଦ୍ୱିତୀୟ ରଜ ସୋମବାର ପଡୁଥିବାରୁ ଏହା ଖୋଲା ରହି ମଙ୍ଗଳବାର ସାପ୍ତାହିକ ଛୁଟି ଦିନ ଭାବରେ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ପ୍ରଦୀପ ମୀରାସେ
ସୂଚନା ଦେଇଛନ୍ତି।

- Advertisement -

Leave A Reply

Your email address will not be published.