କଟକ, ୧୪।୬(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଗୋଡିସାହି ଗ୍ରାମରେ ଜଣେ ମହିଳା ନିଖୋଜ ହୋଇଥିବା ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ ବଳରାମ ବେଜଙ୍କ ପତ୍ନୀ କବିତା ବେଜ(୩୨) ଶନିବାର ଅପରାହ୍ନରେ କେଉଁ ଆଡେ ଚାଲି ଯାଇଛନ୍ତି। କବିତା ଯିବା ସମୟରେ ସାଥିରେ ତାଙ୍କର କୁନି ଝିଅଟିକୁ ନେଇଯାଇଛନ୍ତି। ବଳରାମ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ। ଏସଂପର୍କରେ କବିତାଙ୍କ ପିତା ନିବାସ ଚନ୍ଦ୍ର ବାରିକ ଗୋଡିସାହି ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
Prev Post
Next Post
