ଉଦ୍ଘାଟିତ ହେଲା ଭୁବନେଶ୍ୱର ରଜ ମହୋତ୍ସବ

ଭୁବନେଶ୍ବର,୧୪।୬( ଏସଏସନିଉଜ) କଲ୍ୟାଣପୁର ସ୍ଥିତ ସ୍ୱସ୍ତିବନର କୁଆଖାଇ ନଦୀକୁଳରେ ଭୁବନେଶ୍ୱର ରାଜ୍ୟସ୍ତରୀୟରଜ ମହୋତ୍ସବ ରବିବାର ଉଦ୍ଘାଟିତ ହୋଇଯାଇଛି।ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ,ମେୟର ସୁଲୋଚନା ଦାସ ଅତିଥି ଭାବେ ଯୋଗଦେଇଥିଲେ। ୧୪ରୁ ୧୭ ତାରିଖ ୪ ଦିନବ୍ୟାପୀ ହେବାକୁ ଥିବା ରାଜ୍ୟ ସ୍ତରୀୟ ରଜ ମହୋତ୍ସବରେ ଏଥର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ଦୋଳିର ବ୍ୟବସ୍ଥା କରାଯାଇଛି ।ଝିଅମାନଙ୍କ ମଧ୍ୟରେ ପାରମ୍ପରିକ ଝୋଟିଚିତା, ପୁଚିଖେଳ,ରଙ୍ଗୋଲି,ଦୌଡ଼ିଡ଼ିଆଁ,ମ୍ୟୁଜିକ ଚେୟାର ପ୍ରଭୁତି ପ୍ରତିଯୋଗିତା କରାଯାଇଥିବାବେଳେ ପୁରୁଷମାନଙ୍କୁ ନେଇ ପଶା, କବାଡି, ତାସ, ନଦିଆ କୀର୍ତ୍ତନ, ଓଡ଼ିଶୀ ସଂକୀର୍ତ୍ତନ ପ୍ରଭୁତି ପ୍ରତିଯୋଗିତା ଆରମ୍ଭ କରାଯାଇଛି।ଶେଷଦିନ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯିବ। ଏହାବ୍ୟତୀତ ପ୍ରତେକଦିନ ମହୋତ୍ସବକୁ ଆସୁଥିବା ଦେଖଣା ହାରୀ,ଅଂଶଗ୍ରହଣକାରି ସମସ୍ତଙ୍କ ପାଇ ପ୍ରସାଦସେବନ ବ୍ୟବସ୍ଥା ଆରମ୍ଭ ହୋଇଛି।ଦୋଳି ଖେଳିବା ସହ ପଡିଥିବା ମିନାବଜାରର ମଜା ଉଠାଉଛନ୍ତି ଦେଖଣାହାରି। ବିଜେଡି ନେତା ପ୍ରତାପ ଚନ୍ଦ୍ର ରାଉତ,ବିଜେଡି ନେତା
ସୁବାସ ପାତ୍ର,ସନ୍ତୋଷ ନାଥ, ଜିଲ୍ଲାପରିଷଦ ସଭ୍ୟା ବବିତା ରାଉତ,
ଜ୍ଞାନରଞ୍ଜନ ରାଉତ, ସରମ୍ପଚ ଦେବରାଜ ଭୋଇ, ସମିତି ସଭ୍ୟ ଭୁବନାନନ୍ଦ ଦାସ ପ୍ରମୁଖ ଉଦ୍ଘାଟନୀ ଉସବ୍ ରେ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.