୨୦୨୯ରେ ମୁଁ ନିର୍ବାଚନ ଲଢ଼ିବି

ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୫।୬(ଏସଏସନିଉଜ)ଆଜି ବିଧିବଦ୍ଧ ଭାବେ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ବିଜେଡିରେ ସାମିଲ ହୋଇଛନ୍ତି।ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ଼ ବୟାନ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଦେବାର ଆଶା ସୃଷ୍ଟି କରିଛି। ସେ ଆଗାମୀ ନିର୍ବାଚନ ଲଢ଼ିବେ ଏବଂ ବିଜେଡି ତାଙ୍କରି ନେତୃତ୍ୱରେ ହିଁ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି।ଏହାପରେ ତାଙ୍କର ଉତ୍ତରାଧିକାରୀ ଚୟନକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି।ନବୀନ କହିଛନ୍ତି ସୁଜାତା ଜଣେ ସାଧାରଣ କର୍ମୀ ଭାବରେ ଦଳରେ ଯୋଗ ଦେଇଛନ୍ତି । ସୁଜାତା ଜଣେ ଦକ୍ଷ ପ୍ରଶାସିକା ଥିଲେ ମଧ୍ୟ ଦଳରେ ତାଙ୍କୁ ବର୍ତ୍ତମାନ କୌଣସି ସ୍ୱତନ୍ତ୍ର କିମ୍ବା ବଡ଼ ପଦବୀ ଦିଆଯିବ ନାହିଁ ।ଏହାପରେ ରାଜନୈତିକ ସମୀକ୍ଷକଙ୍କ ଚିନ୍ତା ବଢ଼ିଯାଇଛି।

- Advertisement -

Leave A Reply

Your email address will not be published.