ଆଜିର ରାଶିଫଳ

ଲଗାତାର ୭ଦିନ ତେନ୍ତୁଳି ଖାଆନ୍ତୁ, ଜୀବନ ବଦଳିଯିବ!

ଜୁନ୍ ମାସ ୨୬ତାରିଖ ୨୦୨୬ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,
ତିଥି- ଦ୍ୱାଦଶୀ ରାତ୍ରି ଘ୧୦/୧୧ ଗତେ ତ୍ରୟୋଦଶୀ,ନକ୍ଷତ୍ର- ବିଶାଖା ଦିବା ଘ୦୭/୫୦ ଗତେ ଅନୁରାଧା,ଚନ୍ଦ୍ର-ତୁଳା ଦିବା ଘ୦୧/୦୬ ଗତେ ବିଛା,
ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୦୬,
ଯୋଗିନୀ ନୈରୁତେ ରାତ୍ରି ଘ୧୦/୧୧ ଗତେ ଦକ୍ଷିଣେ,ବିଛା,ଧନୁ ଓ ମୀନ ରାଶିର ଘାତବାର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୭/୫୦ ଗତେ ଘ୧୦/୧୧ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୮/୩୦ଗତେ ଘ୧୧/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୧୧/୫୧ଗତେ ଘ୦୨/୦୪ମଧ୍ୟେ ଓ ରାତ୍ରି ଘ୦୬/୫୦ଗତେ ଘ୦୮/୩୯ମଧ୍ୟେ ଓ ଘ୦୧/୪୦ ଗତେ ଘ୦୪/୦୩ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ପ୍ରାତଃ ଘ୦୬/୫୦ମଧ୍ୟେ,ଅଦ୍ୟ ପୋଇ ରାତ୍ରି ଘ୧୦/୧୧ ଗତେ ବାଇଗଣ ଭକ୍ଷଣ ନିଷେଧ।
ମେଷ:-ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ,ଉତ୍ସାହିତ ରହିବେ।ନୂଆକାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
ବୃଷ:-କମସମୟରେ ଅଧିକଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ,ଧ୍ୟାନ ରଖିବେ।କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତିରହିବ।ନୂଆକାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।
ମିଥୁନ :- ସନ୍ତାନ ସମ୍ବନ୍ଧୀତ ଶୁଭସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନହେବ।ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକରୂପରେ ଲାଭହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।
କର୍କଟ:- ଆଜିର ବ୍ୟବସାୟକ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ।ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭହେବ।ମଧ୍ୟାହ୍ନପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
ସିଂହ:-ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି।ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ।ଆର୍ଥିକଦୃଷ୍ଟିରୁ ଲାଭ ହେବ।
କନ୍ୟା:-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।
ତୁଳା :- ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ,ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀସହିତ ସମ୍ବନ୍ଧ ଭଲରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନାକରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।
ବିଛା :-ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକକାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତିରହିବ।ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀଉପରେ ନିୟନ୍ତ୍ରଣ ରଖିବେ।ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
ଧନୁ:-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତକରି ପାରିବେ।ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତହେବ।
ମକର:-ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁନାହିଁ।ଧନ ଏବଂ ପ୍ରତିଷ୍ଠାରେ ହାନି ନହେଉ,ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
କୁମ୍ଭ:-ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ।ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ।ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
ମୀନ:-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ।ଖାଇବାପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।

ଲଗାତାର ୭ଦିନ ତେନ୍ତୁଳି ଖାଆନ୍ତୁ, ଜୀବନ ବଦଳିଯିବ!
ତେନ୍ତୁଳି କେବଳ ଖାଇବାକୁ ସ୍ୱାଦିଷ୍ଟ ନୁହେଁ, ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ। ଆସନ୍ତୁ ଜାଣିବା ପ୍ରତିଦିନ ତେନ୍ତୁଳି ଖାଇବାର ଚମତ୍କାରୀ ଫାଇଦା:-
❤️ ୧. ତେନ୍ତୁଳି ଖାଇଲେ ହୃତ୍‌ପିଣ୍ଡ (ହାର୍ଟ) ସୁସ୍ଥ ରହେ।
🩸 ୨. ତେନ୍ତୁଳି ଖାଇଲେ ରକ୍ତର ମଇଳା ଦୂର ହୁଏ।
🌡️ ୩. ତେନ୍ତୁଳି ଖାଇଲେ ଶୀଘ୍ର ଜ୍ୱର ଭଲ ହୁଏ।
🍬 ୪. ତେନ୍ତୁଳି ଖାଇଲେ ମଧୁମେହ ରୋଗ ଭଲ ହୁଏ।
🤧 ୫. ତେନ୍ତୁଳି ଖାଇଲେ ଥଣ୍ଡା ଓ କାଶ ଭଲ ହୁଏ।
💪 ୬. ଏହା ଲିଭରକୁ ଶକ୍ତିଶାଳୀ କରେ।
🛡️ ୭. ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।।ଜୟ ଜଗନ୍ନାଥ, ଜୟସୋମାନାଥ, ଜୟ ମା ଯୋଗମାୟା।।

- Advertisement -

Leave A Reply

Your email address will not be published.