୨୦୨ ମସିହା,ଜୁଲାଇମାସ,୨୬ତାରିଖ,ରବିବାର,ରଥଉପରେ ଶ୍ରୀଜୀଉଙ୍କର ଅଧରପଣା,ଶ୍ରୀଗରୁଡଶୟନ,କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉଙ୍କ ଶ୍ରୀରଘୁନାଥ ବେଶ।ଋତୁ-ବର୍ଷାଋତୁର(ପ୍ରଥମମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୩/୪୯🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୨୨/୧୭,ଆଷାଢ଼ମାସ, ଶୁକ୍ଳପକ୍ଷ, ଆଦିତ୍ୟବାସ,ତିଥି-ଦ୍ବାଦଶୀ ଦିବାଘ୧/୫୬ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର-ଜ୍ୟେଷ୍ଠାନକ୍ଷତ୍ର ମଳ ଦିବାଘ୮/୧୬ମିପର୍ଯ୍ୟନ୍ତ ତଦନ୍ତେ ମୂଳା ନକ୍ଷତ୍ର।ଚନ୍ଦ୍ର-ବିଛାଚନ୍ଦ୍ର ଦିବାଘ୮/୧୬ମିପର୍ଯ୍ୟନ୍ତ ତଦନ୍ତେ ଧନୁଚନ୍ଦ୍ର।ସୌର ଚଳନେ – କର୍କଟ ଦିନ ୧୦।ଈନ୍ଦ୍ରଯୋଗ ରାତ୍ରି ଘ୧୧/୨୯ମିପର୍ଯ୍ୟନ୍ତ ତଦନ୍ତେ ବୈଧୃତିଯୋଗ ।
କରଣ- ବାଳବକରଣ ଦିବା ଘ୧/୫୬ମିପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ରାତ୍ରି ଘ୩/୮ମିପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଦିବା ଘ୧/୫୬ମି ପରେ ଦକ୍ଷିଣ ଦିଗରେ।ଅଗନ୍ତବ୍ୟ ତିଥି, ବୈଧୃତିଯୋଗ, ପାପସପ୍ତ ଦୋଷ ହେତୁ ଦିବାଘ୧/୫୬ମି ପରେ ରାତ୍ରି ଘ୧୧/୨୯ମି ମଧ୍ୟେ ଯାତ୍ରାଶୁଭ।ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି- ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଏବଂ ଦିବା ଘ୮/୧୬ମି ପରେ ମେଷ,ମିଥୁନ,କର୍କଟ, ସିଂହ, ବିଛା,ଧନୁ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ଦିବା ଘ୮/୧୬ମି ପରେ ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ଘାତବାର-ମେଷରାଶିର ଘାତବାର।ତାରାଶୁଦ୍ଧି-୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୮/୧୬ମିପରେ ୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ଦ୍ବାଦଶୀର ଏକୋଦ୍ଦିଷ୍ଟଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ପୂତିକା(ପୋଇଶାଗ), ଦିବା ଘ୧/୫୬ମିପରେ ବାର୍ତ୍ତାକୀ(ବାଇଗଣ)ଭକ୍ଷଣ ନିଷେଧ,ଅଶୁଭବେଳା-(ବାର ଓ କାଳବେଳା)ଦିବା ଘ୧୦/୧୫ମି ରୁ ଘ୧/୨୯ମି ପର୍ଯ୍ୟନ୍ତ ।(କାଳରାତ୍ରି) ରାତ୍ରି ଘ୧/୧୯ମିରୁ ଘ୨/୪୭ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା) ଦିବା ଘ୭/୩ମି ରୁ ଘ୧୦/୧୫ମିମଧ୍ୟେ,ରାତ୍ରି ଘ୭/୫୫ମି ରୁ ଘ୯/୩୧ମି ପର୍ଯ୍ୟନ୍ତ (ମାହେନ୍ଦ୍ର ବେଳା)ସୂର୍ଯ୍ୟୋଦୟରୁ ଦିବା ଘ୬/୧୪ମିମଧ୍ୟେ,ଘ୧/୨୭ମିରୁ ଘ୨/୧୫ମିମଧ୍ୟେ, ରାତ୍ରି ଘ୭/୭ମିରୁ ଘ୭/୫୫ମିମଧ୍ୟେ,ଘ୧୨/୪୩ମିରୁ ଘ୩/୧୫ମିପର୍ଯ୍ୟନ୍ତ ।ପୁଷ୍କରଦୋଷ-ମୃତ ବ୍ୟକ୍ତିଙ୍କ ୨ପାଦ ବାରତିଥି ପୁଷ୍କରଦୋଷ।ଫଳଂ କୃଷିହାନି ଓ ଗୋପଶୁ ସମ୍ପଦର ବିନାଶ।ଭୂମି ଓ ଅନ୍ନବସ୍ତ୍ର ଦାନ ଏବଂ ଦିବା ଘ୧/୫୬ମି ପରେ ୧ପାଦ ବାର ପୁଷ୍କରଦୋଷ।ଫଳଂ କୃଷିହାନି।ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଶ୍ଚକ୍ରେ-ରଜଶ୍ଚକ୍ରେ କନ୍ୟାର ଘ୮/୧୬ମି ମଧ୍ୟେ ଦଶମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀ ଦରିଦ୍ରା ଓ ବିଧବା।ଶାନ୍ତି କରଣୀୟ । ରଜଶ୍ଚକ୍ରେ ପୁତ୍ରିଣୀ।ଘୃତକାଂସ୍ୟପାତ୍ର,ଶୁକ୍ଳବସ୍ତ୍ର,ତିଳସୁବର୍ଣ୍ଣ,ତଣ୍ଡୁଳଦାନ କରଣୀୟ।ବାରଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ)ଶୁଭକର୍ମ-ଦିବା ଘ୮/୧୬ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ୧୯ ନକ୍ଷତ୍ରେ ବୃକ୍ଷରୋପଣ, ନୌକାଗଠନ, ଔଷଧକରଣ ଓ ସେବନ,ହଳପ୍ରବାହ,ବୀଜବପନ,ଧାନ୍ୟଚ୍ଛେଦନ ଓ ସ୍ଥାପନ । (ରାଧାରମଣ)ଦିବା ଘ୨/୧ମି ଗତେ ମୂଳାନକ୍ଷତ୍ରେ ଔଷଧକରଣ, ରାଜଦର୍ଶନ,ହଳପ୍ରବାହ,ବୀଜବପନ,ବୃକ୍ଷରୋପଣ,ନୌକାଗଠନ,ଋଣଦାନ, ଧାନ୍ୟଚ୍ଛେଦନ ଓ ସ୍ଥାପନ,କ୍ରୟବାଣିଜ୍ୟକରଣ,ନାଟ୍ୟାରମ୍ଭ,ଅନ୍ନପ୍ରାଶନ, ଦୀକ୍ଷା ଗ୍ରହଣ, ନବବସ୍ତ୍ରାଳଙ୍କାରଧାରଣ(ଅରୁଣୋଦୟ)ପ୍ରାତଃ ଘ୭/୩୬ମି ଗତେ ମୂଳା ନକ୍ଷତ୍ରେ ବାଣିଜ୍ୟକରଣ,ବୃକ୍ଷରୋପଣ, ଦୂରଯାତ୍ରା,ରାତ୍ର ଘ୧୦/୫ମି ମଧ୍ୟେ ନିଷେକ(ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ)
🐐ମେଷ👉ଅପୂରଣୀୟ ଅଭିଳାଷ ମାନସିକ ଅସନ୍ତୋଷ ବୃଦ୍ଧି କରିବା ସହ ପୁରାତନ ରୋଗପୀଡ଼ା ଜନିତ ବିଷାଦିତ ରହିପାରନ୍ତି। ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇବେ।ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକସମସ୍ୟା ସୃଷ୍ଟି କରିବେ।ପାରିବାରିକ ଓ ଆନୁଷ୍ଠାନିକ ସ୍ଥିତି କୃତ୍ତିକା ନକ୍ଷତ୍ର ସକାଶେ ଠିକ୍ ରହିବ।
🐂ବୃଷ👉ଆପଣଙ୍କ ମନର ଶାନ୍ତ, ସରଳ ଧର୍ମୀୟଭାବନା ସାମାଜିକ ଜୀବନରେ ସହକର୍ମୀଙ୍କର ଦୃଷ୍ଟି ଆକର୍ଷଣ କରିବ।ଘରର ବରାଦ ଅନୁସାରେ ଅଳଙ୍କାର, ଔଷଧ ଓ ସୌଖୀନ ଦ୍ରବ୍ୟକ୍ରୟ କରିପାରନ୍ତି।ମୃଗଶିରାର କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ ବ୍ୟତିକ୍ରମ ପରିଲକ୍ଷିତ ହେବ। ବନ୍ଧୁଙ୍କ ବାଧ୍ୟବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ।
👩❤️👨 ମିଥୁନ👉ଆର୍ଥିକ ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କର୍ମ ଓ ପାରିବାରିିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ। କର୍ମକ୍ଷେତ୍ରରେ ସହକର୍ମୀ ଏବଂ ଅଧସ୍ତନମାନେ ଆପଣଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିପାରନ୍ତି। ପ୍ରକାଶନ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂର ହେବ। ପୁନର୍ବସୁର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ।
🦀କର୍କଟ👉ଆଜି କର୍ମଜଞ୍ଜାଳ ମଧ୍ୟରେ ଘରର ବରାଦ ଅନୁଯାୟୀ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଭୁଲିଯିବେ। ପୁଷ୍ୟା ନକ୍ଷତ୍ର କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶାନୁଯାୟୀ ନୂତନ ଦାୟିତ୍ୱ ହାତକୁ ନେବେ। ରୋଗପୀଡ଼ାରେ କଷ୍ଟ ସାମାନ୍ୟ ଲାଘବ ହୋଇଯିବ। ଆପଣ କଥା ଦେଇ ପ୍ରତିଶ୍ରୁତି ପାଳନ ନ କରିବା କାରଣରୁ ବନ୍ଧୁ ଅଭିମାନ କରିପାରନ୍ତି।
🦁 ସିଂହ👉ପରିବାରରେ ଭୁଲ୍ ବୁଝାମଣା ଯୋଗୁ ବନ୍ଧୁଙ୍କ ମାଧ୍ୟମରେ କାମ ହାସଲ କରିବେ। ସାହିତ୍ୟ, ସାମ୍ବାଦିକତା, ସଭାସମିତି, ଗବେଷଣା ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ବ୍ୟବସାୟ, ନିର୍ମାଣ ଓ ପରିବହନରେ ଉଚ୍ଚ ଫଳପ୍ରାପ୍ତି ହେବ।ମଘା ନକ୍ଷତ୍ରର ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
🧕କନ୍ୟା👉ଆଜି ଦୀର୍ଘ ଦିନର ଆଶା ପୂରଣ ସକାଶେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳାଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ।ଯାନବାହନ,ବିବାଦୀୟ ସ୍ଥାନ,ଏକାକୀ ଯାତ୍ରାରୁ ଦୂରେଇ ରହିବାଭଲ।ହସ୍ତା ନକ୍ଷତ୍ର କାରିଗରି, ସାହିତ୍ୟ, ସଙ୍ଗୀତାଦିରେ ସୁନାମ ଅର୍ଜିବେ।
⚖️ତୁଳା👉କର୍ମକ୍ଷେତ୍ରରେ ମିଥ୍ୟାଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ବିଶାଖା ନକ୍ଷତ୍ର ଉପରିସ୍ଥଙ୍କ ନିର୍ଦ୍ଦେଶାନୁସାରେ କଠିନ ଶ୍ରମ ସାଙ୍ଗକୁ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିବେ।ସହକର୍ମୀଙ୍କ ସହଯୋଗ ଅଭାବରୁ ମନ ଭଲ ଲାଗି ନପାରେ। ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
🦂ବିଛା👉ଆପଣ ଧୈର୍ଯ୍ୟହରା ନହୋଇ ପରିସ୍ଥିତିର ମୁକାବିଲା କରିବାକୁ ଚେଷ୍ଟା କରିପାରିଲେ ଉପକୃତ ହେବେ। ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ।ଅନୁରାଧା ନକ୍ଷତ୍ରସକାଶେ ବିଗତ ଦିନର ଘଟଣା ସକାଶେ ଟେନସନ୍ ବଢ଼ିପାରେ। ମକଦ୍ଦମା,ଜମିଜମା,ନିର୍ମାଣ, ଆନୁଷ୍ଠାନିକ କାମରେ ସୁଫଳ ପାଇବେ।
🏹ଧନୁ👉କର୍ମକ୍ଷେତ୍ରର ବିବାଦୀୟ ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେପରି କିଛି ହେବନାହିଁ।ଉତ୍ତରାଷାଢ଼ାନକ୍ଷତ୍ର ପ୍ରତିଦ୍ୱନ୍ଦ୍ୱିତାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବନି।ବନ୍ଧୁଙ୍କ ସହ ନୂତନ ସ୍ଥାନ ଭ୍ରମଣ ସାଙ୍ଗକୁ ମୂଲ୍ୟବାନ୍ ଜିନିଷ କ୍ରୟ କରିପାରନ୍ତି।ଅର୍ଥ ଓ ସମ୍ମାନ ମିଳିବା ସହ ବ୍ୟବସାୟିକ ଉନ୍ନତି କରିବେ।

🐊ମକର👉ଆଜି ଆପଣ ବନ୍ଧୁମାନଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ମନସ୍ଥ କରିପାରନ୍ତି।ଶ୍ରବଣା ନକ୍ଷତ୍ର ସକାଶେ ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।ସଭାସମିତି, ଆଲୋଚନାଚକ୍ର, ନିର୍ମାଣ, ପରିବହନ,ପ୍ରକାଶନକ୍ଷେତ୍ରରେ ଆଶାଜନକ ସଫଳତା ହାସଲ କରିବେ।
🏺କୁମ୍ଭ👉ସହକର୍ମୀ ଆପଣଙ୍କ ମାଧ୍ୟମରେ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ମଧ୍ୟ ସହଜରେ କାମ ହାସଲ ହେବା କଷ୍ଟକର ହୋଇପାରେ।ଶତଭିଷାନକ୍ଷତ୍ର ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ଆଗ୍ରହ ପ୍ରକାଶ କରିବେ।ବାଣିଜ୍ୟ, ବ୍ୟବସାୟ ,ପରିବହନରେ ସମସ୍ୟା ସମାଧାନ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ।
🐟ମୀନ👉ଆଜିଦିନ ଭିତରେ ଯାହାକରନ୍ତୁନା କାହିଁକି କୌଣସି ଅସୁବିଧା ନ ହୋଇ କାମଟି ନିର୍ବିଘ୍ନରେ ସମାପନ ହୋଇପାରିବ।ସବୁ ଭଲଥିଲେ ମଧ୍ୟ ପାରିବାରିକସମସ୍ୟା ସମାଧାନର ଚିନ୍ତାରେ ଦୁର୍ଭାବନା ବଢ଼ିପାରେ। କାର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ।ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ।
ନୀତିବାଣୀ-
ବିଶ୍ବାସ ଜନ୍ମାଇ ଆପଣାର ଭାବ
ଦେଖାଏ ସ୍ବଭାବେ ତାର ,
ହେଲେ ଖୋଜୁଥାଏ ସୁଯୋଗ କିପରି
ଉଣ୍ଡିବ ସ୍ବାର୍ଥେ ତାହାର ।
ସୃଷ୍ଟି ରଚନା ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ବୁଢିଆଣୀ ଠାରୁ ଶିଖି ପାରିବେ।
ଯଦି କୈାଣସିସ୍ଥାନରେ ପତିପତ୍ନୀ କିମ୍ବା ବାପପୁଅଙ୍କ ମଧ୍ୟରେ କଳହ ଲାଗିଛି ତେବେ ସେ ସ୍ଥାନରେ କେବେବି ସାକ୍ଷୀ ହେବେନାହିଁଁ ।ଅସୁବିଧାରେ ପଡିବାରେ ସମ୍ଭାବନା ଅଛି।
ନିଜ Dreamକୁ ପାଇବାକୁ ହେଲେ ଖାଲି Dream ଦେଖିଲେ ହେବନାହିଁଁ । Dreamପଛରେ ପାଗଳ ହେବାକୁ ପଡ଼ିବ।

🥣ସୋୟାବିନ୍ ବଡ଼ି ତରକାରୀ….
ସୋୟାବିନ୍ ବଡ଼ିତରକାରୀ ଏକ ସୁସ୍ୱାଦୁ,ପୌଷ୍ଟିକ ଏବଂ ପ୍ରୋଟିନ୍ରେ ଭରପୂର ଭାରତୀୟ ବ୍ୟଞ୍ଜନ।ଯେଉଁମାନେ ଶାକାହାରୀଖାଦ୍ୟରୁ ଅଧିକ ପ୍ରୋଟିନ୍ ପାଇବାକୁ ଚାହାନ୍ତି,ସେମାନଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ।ଏହାକୁ ରୁଟି, ପରଟା, ପୁରି କିମ୍ବା ଭାତ ସହ ପରିବେଷଣ କରାଯାଇପାରେ।
🥬ଆବଶ୍ୟକ ସାମଗ୍ରୀ-
୧ କପ୍ ସୋୟାବିନ୍ ବଡ଼ି (ସୋୟା ଚଙ୍କ୍ସ)
୨ଟି ବଡ଼ ପିଆଜ (ବାରିକ କଟା)
୨ଟି ଟମାଟୋ (ବଟା)
୨ଟି କଞ୍ଚା ଲଙ୍କା (କଟା)
୧ ଚାଚାମଚ ଅଦା-ରସୁଣ ବଟା
½ ଚାଚାମଚ ଜିରା
¼ ଚାଚାମଚ ହଳଦୀ ଗୁଣ୍ଡ
୧ ଚାଚାମଚ ଲଙ୍କା ଗୁଣ୍ଡ
୧ ଚାଚାମଚ ଧନିଆ ଗୁଣ୍ଡ
½ ଚାଚାମଚ ଗରମ ମସଲା
ସ୍ୱାଦ ଅନୁସାରେ ଲୁଣ
୨ବଡ଼ ଚାମଚ ତେଲ
୨ବଡ଼ ଚାମଚକଟା ଧନିଆପତ୍ର (ସଜାଇବା ପାଇଁ)
👩🍳 ପ୍ରସ୍ତୁତି ପ୍ରଣାଳୀ-ସୋୟାବିନ୍ ବଡ଼ି ପ୍ରସ୍ତୁତ କରନ୍ତୁ।ଏକ ପାତ୍ରରେ ପାଣି ଫୁଟାନ୍ତୁ।ସୋୟାବିନ୍ ବଡ଼ି ପକାଇ ୫–୭ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ।
ପାଣି ଛାଣି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
ଭଲଭାବେ ଚିପୁଡ଼ି ଅଲଗା ରଖନ୍ତୁ।
ମସଲା ପ୍ରସ୍ତୁତ କରନ୍ତୁ-
କଡ଼େଇରେ ତେଲ ଗରମ କରନ୍ତୁ।
ଜିରା ପକାଇ ଫୁଟାନ୍ତୁ।ପିଆଜ ପକାଇ ସୁନାଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
ଅଦା-ରସୁଣ ବଟା ଏବଂ କଞ୍ଚା ଲଙ୍କା ପକାଇ ୧ ମିନିଟ୍ ଭାଜନ୍ତୁ।
୩.ଗ୍ରେଭି ପ୍ରସ୍ତୁତ କରନ୍ତୁ
ଟମାଟୋ ବଟା ପକାନ୍ତୁ।
ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ ଲୁଣ ମିଶାନ୍ତୁ।
ମସଲାରୁ ତେଲ ଅଲଗା ହେବା ପର୍ଯ୍ୟନ୍ତ ଭଲଭାବେ କଷନ୍ତୁ।
୪.ତରକାରୀ ରାନ୍ଧନ୍ତୁ-ପ୍ରସ୍ତୁତ ସୋୟାବିନ୍ ବଡ଼ିକୁ ମସଲାରେ ପକାଇ ୨–୩ ମିନିଟ୍ ଭାଜନ୍ତୁ।
୧ରୁ ୧½ କପ୍ ପାଣି ଦିଅନ୍ତୁ।
ଢାଙ୍କି ମଧ୍ୟମ ଆଞ୍ଚରେ ୮–୧୦ ମିନିଟ୍ ରାନ୍ଧନ୍ତୁ।
୫.ଶେଷ ପର୍ଯ୍ୟାୟ-ଗରମ ମସଲା ଏବଂ କଟା ଧନିଆ ପତ୍ର ପକାନ୍ତୁ।
ଆଉ ୨ ମିନିଟ୍ ରାନ୍ଧି ଚୁଲା ବନ୍ଦ କରନ୍ତୁ।
🍽️ ପରିବେଷଣ ପ୍ରଣାଳୀ-ଗରମା ଗରମ ସୋୟାବିନ୍ ବଡ଼ି ତରକାରୀକୁ ରୁଟି, ପରଟା, ନାନ୍ କିମ୍ବା ଜିରା ଭାତ ସହ ପରିବେଷଣ କରନ୍ତୁ।
💡 ପରାମର୍ଶ-ଅଧିକ ସ୍ୱାଦ ପାଇଁ ଅଳ୍ପ କସୁରୀ ମେଥି ମିଶାଇପାରିବେ।
ଗ୍ରେଭିକୁ ଅଧିକ କ୍ରିମି କରିବା ପାଇଁ ୧ ବଡ଼ ଚାମଚ ମଲାଇ କିମ୍ବା କାଜୁ ବଟା ମିଶାଇପାରିବେ।
ଯଦି ଆପଣ ପିଆଜ ଓ ରସୁଣ ଖାଉନାହାନ୍ତି,ତେବେ ସେଗୁଡ଼ିକୁ ବାଦ ଦେଇ ମଧ୍ୟ ଏହି ତରକାରୀ ପ୍ରସ୍ତୁତ କରିପାରିବେ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।
ଆଜିର ରାଶିଫଳ
Prev Post
