ମହାନଦୀରେ ପ୍ରବଳ ସ୍ରୋତ

ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସାଧାରଣଙ୍କ ପ୍ରବେଶ ନିଷିଦ୍ଧ

କଟକ,୩୧ା୭(ଏସଏସନିଉଜ)ମହାନଦୀରେ ବନ୍ୟାଜଳର ପ୍ରବାହହ୍ରାସ ପାଇବା ଆରମ୍ଭ ହୋଇଥିଲେମଧ୍ୟ ଏହାର ଗତି ଅତ୍ୟନ୍ତ ମନ୍ଥର ଥିବାରୁ କଟକଜିଲ୍ଲା ପ୍ରଶାସନ ଆହୁରି ୪୮ଘଣ୍ଟାପାଇଁ କଡ଼ାସତର୍କତା ଜାରି ରଖିଛି। ମୁଣ୍ଡଳୀରେ ପ୍ରତି ୩ଘଣ୍ଟାରେ ପ୍ରାୟ ୧୦ହଜାର କ୍ୟୁସେକ୍ ଜଳ କମୁଥିବା ବେଳେ ନଦୀରେସ୍ରୋତ ଏବେ ମଧ୍ୟ ଅତ୍ୟନ୍ତ ପ୍ରବଳରହିଛି। ଏପରିସ୍ଥିତିରେ ହୀରାକୁଦ ଜଳଭଣ୍ଡାରର ୨୨ଟିଗେଟ୍ ଦେଇ ଜଳନିଷ୍କାସନ ଜାରି ଥିବାରୁ ଆସନ୍ତା ୪୮ଘଣ୍ଟାପର୍ଯ୍ୟନ୍ତ ମୁଣ୍ଡଳୀରେ ଜଳପ୍ରବାହ ସମାନ ରହିବା କିମ୍ବା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେରଖି ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ବନ୍ୟା ଆଶ୍ରୟସ୍ଥଳୀରେ ଥିବା ବିପନ୍ନମାନଙ୍କୁ ଖାଦ୍ୟ ଓ ଆବଶ୍ୟକ ସହାୟତାଯୋଗାଇ ଦେବାକୁ ନିର୍ଦେଶଦେବା ସହ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ କଟକମହାନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସତର୍କଦ୍ରୁଷ୍ଟି ଦେବାକୁ କହିଛନ୍ତି। ବିପଦପ୍ରବଣ ଅଞ୍ଚଳରେ ମାଇକମାଧ୍ୟମରେ ପ୍ରଚାରକରାଯାଇ ସଚେତନତା ସୃଷ୍ଟି କରାଜୀବ ସହ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକର ସମସ୍ତନଦୀଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ନଦୀରେଗାଧୋଇବା,ପହଁରିବା,ଡଙ୍ଗାଚଳାଚଳ,ସେଲ୍‌ଫିନେବା,ଜଳଧାରନିକଟରେ ଠିଆହେବା ଏବଂ ଜିଲ୍ଲାର ସମସ୍ତ ବ୍ୟାରେଜ୍ ଅଞ୍ଚଳକୁ ଯିବାଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର‌୍ୟ୍ୟନ୍ତ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି।
ସେହିପରି ବାଲିଯାତ୍ରା ତଳପଡ଼ିଆରେ ସାଧାରଣଲୋକଙ୍କ ଯାତାୟାତ,ସମାବେଶ ଓ ଭିଡ଼ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଛି।ବ୍ୟାରେଜ୍,ସେତୁ କିମ୍ବା ନଦୀବନ୍ଧ ଉପରେ ଠିଆହୋଇ ବନ୍ୟାଜଳ ଦେଖିବା, ସେଲ୍‌ଫି ନେବା କିମ୍ବା ଭିଡିଓଗ୍ରାଫିକରିବା ମଧ୍ୟ କଡ଼ାକଡ଼ି ଭାବେ ନିଷିଦ୍ଧ ରହିବ।କେବଳ ଜରୁରୀକାଳୀନ ସେବା ଓ ବନ୍ୟା ପରିଚାଳନା ସହ ଜଡ଼ିତ ଅଧିକାରୀମାନେ ଏହିଅଞ୍ଚଳକୁ ପ୍ରବେଶ କରିପାରିବେ। ନଦୀକୂଳ, ନଦୀଶଯ୍ୟା ଓ ତଳିଆ ଅଞ୍ଚଳରେଥିବା ସମସ୍ତ ମନ୍ଦିର ଓ ଧାର୍ମିକସ୍ଥାନକୁ ଭକ୍ତମାନଙ୍କପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାନଦୀ ଓ ଏହାର ଶାଖାନଦୀରେ ସମସ୍ତ ପ୍ରକାର ମାଛଧରାକାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ ମତ୍ସ୍ୟଜୀବୀମାନଙ୍କୁ ନଦୀକୁ ନ ଯିବାକୁ କଡ଼ା ଚେତାବନୀ ଦିଆଯାଇଛି।ତଳିଆ ଓ ବନ୍ୟାପ୍ରବଣ ଗ୍ରାମର ବାସିନ୍ଦା, ଚାଷୀ ଓ ଦୁଗ୍ଧଚାଷୀମାନଙ୍କୁ ସେମାନଙ୍କର ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ଓ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଯେଉଁ ରାସ୍ତା, ପୋଲ କିମ୍ବା କଲଭର୍ଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି,ସେଠାରେ ଯାନବାହନ ଓ ପଦଚାରୀଙ୍କ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ରହିବ।ଜିଲ୍ଲାପ୍ରଶାସନ “ଶୂନ୍ୟ ଜୀବନହାନୀ” ଲକ୍ଷ୍ୟନେଇ କାର୍ଯ୍ୟକରୁଥିବା ବେଳେ ସାମାନ୍ୟ ଅବହେଳାକୁ ମଧ୍ୟ ଗୁରୁତର ଭାବେ ନିଆଯିବ ବୋଲି ସତର୍କ କରାଯାଇଛି। ଜିଲ୍ଲା ପ୍ରଶାସନ ସ୍ପଷ୍ଟକରିଛିଯେ, ଏହି ଆଦେଶ ଉଲ୍ଲଂଘନ କରୁଥିବାବ୍ୟକ୍ତିଙ୍କ ବିରୋଧରେ ବିପର‌୍ୟ୍ୟୟ ପରିଚାଳନାଆଇନ,୨୦୦୫ର ଧାରା ୫୧ରୁ ୬୦ସହ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

- Advertisement -

Leave A Reply

Your email address will not be published.