୨୦୨୬ମସିହା,ଅଗଷ୍ଟମାସ,୩ତାରିଖ,ସୋମବାର,ମନସାପଞ୍ଚମୀ (ନାଗପୂଜା), ବୋଲବମ୍ ଆରମ୍ଭ,ଶ୍ରାବଣମାସର ପ୍ରଥମସୋମବାର,କାଉଡ଼ିଭକ୍ତଙ୍କ ଜଳାଭିଷେକ ଯାତ୍ରା।ଋତୁ-ବର୍ଷାଋତୁର(ପ୍ରଥମମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୬/୩୯🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୮/୫୫, ଶ୍ରାବଣ ମାସ, କୃଷ୍ଣପକ୍ଷ,ଚନ୍ଦ୍ରବାସ, ତିଥି-ପଞ୍ଚମୀ ରାତ୍ରି ଘ୧୦/୩୯ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ।ସୁକର୍ମାଯୋଗ ରାତ୍ରିଘ୧୦/୧୫ମି ପର୍ଯ୍ୟନ୍ତ ତଦନ୍ତେ ଧୃତିଯୋଗ ।କରଣ- କୌଳବକରଣ ଦିବା ଘ୧୦/୫୧ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୧୦/୩୯ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଦକ୍ଷିଣ ଦିଗରେ,ରାତ୍ରି ଘ୧୦/୩ମିପରେ ପଶ୍ଚିମଦିଗରେ,ଅଗନ୍ତବ୍ୟତିଥି, ପାପଯୁକ୍ତ, ମାସଦଗ୍ଧା ଷଷ୍ଠୀଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ,ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,ମିଥୁନ,କନ୍ୟା,ତୁଳା,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି, ଘାତଚନ୍ଦ୍ର-ଧନୁରାଶିର ଘାତଚନ୍ଦ୍ର,ଘାତବାର-ମିଥୁନ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧୦/୨୭ମିପରେ ୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିଷିଦ୍ଧ ଖାଦ୍ୟ- ବିଲ୍ବ (ବେଲ), ରାତ୍ରି ଘ୧୦/୩୯ମି ପରେ ନିମ୍ବ ଭକ୍ଷଣ ନିଷେଧ ।ଅଶୁଭବେଳା-(କାଳବେଳା) ଦିବା ଘ୭/୫ମି ରୁ ଘ୮/୪୦ମି ପର୍ଯ୍ୟନ୍ତ,(ବାରବେଳା) ଦିବା ଘ୩/୪ମି ରୁ ଘ୪/୪୦ମି ପର୍ଯ୍ୟନ୍ତ,(କାଳରାତ୍ରି) ରାତ୍ରି ଘ୧୦/୨୮ମି ରୁ ଘ୧୧/୫୨ମି ପର୍ଯ୍ୟନ୍ତ, ଶୁଭବେଳା-(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୭/୪ମି ମଧ୍ୟେ,ଘ୧୦/୧୭ମି ରୁ ଘ୧୨/୪୧ମିମଧ୍ୟେ,ରାତ୍ରି ଘ୭/୩ମି ରୁ ଘ୯/୨୭ମିମଧ୍ୟେ, ରାତ୍ରି ଘ୧୧/୫୧ମିରୁ ଘ୩/୩ମିପର୍ଯ୍ୟନ୍ତ(ମାହେନ୍ଦ୍ର ବେଳା)ଦିବା ଘ୩/୫ମିରୁ ଘ୪/୪୧ମି ପର୍ଯ୍ୟନ୍ତ।ପୁଷ୍କରଦୋଷ-ମୃତ ବ୍ୟକ୍ତିଙ୍କ ପୁଷ୍କର ଦୋଷ ନାହିଁ,ପ୍ରଥମ ରଜୋଶ୍ଚକ୍ରେ-ରଜଶ୍ଚକ୍ରେ ସର୍ବସମ୍ପନ୍ନା । ରାତ୍ର ଘ୧୦/୨୭ମିପରେ ବେଶ୍ୟା,ଶାନ୍ତି କରଣୀୟ,ରାତ୍ରି ଘ୧୦/୩୯ମି ଗତେ ତିଥି ଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ-ନାହିଁ ।
🐐ମେଷ👉ଆଜି ମନ ଭଲରହିବା ସାଙ୍ଗକୁ ପ୍ରତ୍ୟେକକାମରେ ନିଜକୁ ନିମଜ୍ଜିତ କରି ରଖିବେ।କେନ୍ଦ୍ରସ୍ଥ ବୃହସ୍ପତି ଯାତ୍ରା,ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ରହିବ ନାହିଁ। କିନ୍ତୁ ସାଙ୍ଗସାଥୀଙ୍କ ସହିତ ସାଧାରଣକଥାକୁ କେନ୍ଦ୍ରକରି ମନ ଉତ୍ତେଜନାପୂର୍ଣ୍ଣ ରହିପାରେ।ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ।
🐂ବୃଷ👉ବନ୍ଧୁଙ୍କ ସହଯୋଗରୁ ନୂଆ କରି କୌଣସିକାମ ଆରମ୍ଭ କରିପାରନ୍ତି। ଦୀର୍ଘଦିନରୁ କର୍ମକ୍ଷେତ୍ର ରେ ସମସ୍ୟା ରହିଥିଲେ ମଧ୍ୟ କାମ ଅଟକିବ ନାହିଁ। ପରିବାର ମଧ୍ୟରେ କେତେକ ଅସଂଗତି ପୂର୍ବରୁ ରହିଥିଲେ ମଧ୍ୟ ତାହା ଉଦ୍ବେଗଜନକ ହେବନାହିଁ,ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁ ଠିକ୍ ସମୟରେ ଆସି ଆପଣଙ୍କୁ ସାହାଯ୍ୟ କରିବେ।
👩❤️👨 ମିଥୁନ👉ଅନୁଚିତ ବିଚାର ଧାରାକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ସହ କଳହର ସମ୍ମୁଖୀନ ହୋଇପାରନ୍ତି।କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କମାନଙ୍କ ସହଯୋଗରୁ ଅର୍ଥ ଓ ସମ୍ମାନ ପାଇବେ। ସରକାରୀସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି।ପ୍ରତ୍ୟେକକ୍ଷେତ୍ରରେ ଧୈର୍ଯ୍ୟଧରି କର୍ମକରି ଚାଲିଲେ ଅବଶ୍ୟ ଉପକୃତ ହେବେ।
🦀କର୍କଟ👉କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମାନସିକ ଓ ଶାରୀରିକ ସୁସ୍ଥତା ରହିବନାହିଁ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟିପ୍ରତି ସତର୍କ ରହିବା ଭଲହେବ। ପାରସ୍ପରିକ ଯୁକ୍ତିତର୍କ ସହିତ ପୈତୃକସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।କୌଣସି ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍ ବୁଝାମଣାଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି।
🦁 ସିଂହ👉ବ୍ୟୟବୃଦ୍ଧି ସାଙ୍ଗକୁ ଦୂରଯାତ୍ରା କିମ୍ବା ସ୍ଥାନାନ୍ତରଜନିତ ବ୍ୟସ୍ତତା ଅନୁଭବ କରିପାରନ୍ତି।କର୍ମକ୍ଷେତ୍ରରେ ତରବରିଆ ଜଗି ରଖି ଚଳିବା ଭଲ ହେବ। ସମସ୍ୟାର ସମାଧାନ ପରିପ୍ରେକ୍ଷୀରେ ହିତୈଷୀମାନଙ୍କ ସାହାଯ୍ୟ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ।କର୍ମକ୍ଷେତ୍ରରେ ସ୍ଥଗିତକାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ।
🧕କନ୍ୟା👉କୌଣସି ଜିନିଷପ୍ରାପ୍ତି ଆଶାରେ ବନ୍ଧୁଙ୍କ ସାହାଯ୍ୟ ପାଇଁ ଅନୁରୋଧ କରିପାରନ୍ତି। କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆବିର୍ଭାବ ପରିସ୍ଥିତିକୁ ଏପଟ ସେପଟ କରିଦେଇପାରେ। କାର୍ଯ୍ୟରେ ସଫଳତା ହାସଲକରିବେ,କିନ୍ତୁ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିବ।ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ସରକାରୀ କାମରେ ହଠାତ୍ ଦୂରଯାତ୍ରା କରିବାକୁ ପଡିପାରେ।
⚖️ତୁଳା👉ଉଦ୍ଦେଶ୍ୟ ମହତ୍ ଥିଲେ ମଧ୍ୟ ଅନ୍ୟମାନଙ୍କ ଭୁଲ୍ ଧାରଣା ଆପଣଙ୍କକାମରେ ଅନର୍ଥ ସୃଷ୍ଟିକରିବ।ଆଜି କର୍ମକ୍ଷେତ୍ରରଚାପ ଏତେଦୂର ବଢିଯିବ ଯେ ଶାନ୍ତିରେ ରହିପାରିବେନାହିଁ।ଘର ଲୋକଙ୍କ କାମରେ ଅସନ୍ତୁଷ୍ଟ ହେଲେ ସୁଦ୍ଧା ପାଟି ଫିଟାଇବାର ରାସ୍ତା ନଥିବ।ଯାନ୍ତ୍ରିକଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
🦂ବିଛା👉ପରିସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନେବା ବୁଦ୍ଧିମାନର କାମହେବ। ସମସ୍ୟା ମଧ୍ୟରେ କାମ ବହୁତକରିବେ ସତ କିନ୍ତୁ କୌଣସିଟା ପୂର୍ଣ୍ଣାଙ୍ଗ ହେବନାହିଁ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟିରକାର୍ଯ୍ୟକଳାପ ମନରେ ସନ୍ଦେହ ସୃଷ୍ଟିକରିବ। ବ୍ୟବସାୟ,ସଭାସମିତି,ସାହିତ୍ୟ ଚର୍ଚ୍ଚା,ସାମ୍ବାଦିକତା କ୍ଷେତ୍ରରେ କେତେକାଂଶରେ ଶୁଭଫଳ ପାଇବେ।
🏹ଧନୁ👉ପଡୋଶୀଙ୍କ ମିତ୍ରତା ମାନସିକ ଅସୁସ୍ଥତାକୁ ଦୂରେଇବାରେ ସମର୍ଥ ହେବ। ଘରର ଅପ୍ରକାଶ୍ୟ କେତେକ ଘଟଣା ସବୁ ଶୁଣିବେ ସିନା କାହାକୁ କିଛି କହି ପାରିବେ ନାହିଁ। ନୂତନ କାମରେ ପ୍ରତିବନ୍ଧକ ଲାଗିରହିବାରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। ଆବଶ୍ୟକତା ପୂରଣ ସକାଶେ ବନ୍ଧୁଙ୍କ ନିକଟରୁ ଧାର କରିବାକୁ ପଡିପାରେ।
🐊ମକର👉କାର୍ଯ୍ୟବ୍ୟସ୍ତତା ସାଙ୍ଗକୁ ଅନ୍ୟମାନଙ୍କର ଅଭିଯୋଗ ମାନସିକ ଅସ୍ଥିରତାକୁ ବୃଦ୍ଧି କରିପାରେ। କର୍ମକ୍ଷେତ୍ରରେ ବିନା କାରଣରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟିହେବ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବରେ ପରିବର୍ତ୍ତନ ମନକୁ ସାନ୍ବନା ଦେବାରେ ସହାୟକ ହୋଇପାରିବ। ବନ୍ଧୁଙ୍କ ପ୍ରେରଣାରେ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
🏺କୁମ୍ଭ👉ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥହେବ। ବନ୍ଧୁଙ୍କ ପାରିବାରିକ ସମସ୍ୟା ସମାଧାନର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଭୁଲ୍ କାର୍ଯ୍ୟପଦ୍ଧତି ଅନୁସରଣ କଲେ ଅଫିସ୍ରେ ଉତ୍ତରଦାୟୀ ହେବାକୁ ପଡିବ ାବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଆପୋସ ଆଲୋଚନା ଦ୍ୱାରା ସମାଧାନର ଆଶା କରାଯାଇପାରେ।
🐟ମୀନ👉କର୍ମକ୍ଷେତ୍ରରେ ବିଫଳତା ଲାଗିରହିବାରୁ ମନରେ ବିଭିନ୍ନ କଳ୍ପନା ଜାଗ୍ରତ ହେବ।ବ୍ୟବସାୟ କ୍ଷେତ୍ରରେ ସତର୍କ ନହେଲେ ଠକାମିରେ ପଡିପାରନ୍ତି। ପାଖ,ପଡୋଶୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକକ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ସୂଚନା ରହିଛି।ସାମୟିକଭାବରେ ସ୍ନାୟବିକ ଦୁର୍ବଳତାଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି।
🕉️ନୀତିବାଣୀ🕉️
ବିଦ୍ୱାନ ଆବର ଶ୍ରୀବୀର
କ୍ଷମା ଦିଅନ୍ତି ସଦା,
ବିଧର୍ମୀ ହୋଇଲେ ଜନୈକ
କ୍ଷମା ଦିଏନା କଦା…
ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି- ତୁମେ ଧୋକା ଖାଇପାର ହେଲେ କାହାକୁ ଧୋକା ଦେବନାହିଁ କାହିଁକିନା ଧୋକା ଖାଇଥିବାଲୋକ ସମୟ ସହିତ ଦିନେ ଠିକ୍ ହେଇଯିବ,ହେଲେ ଧୋକା ଦେଇଥିବାଲୋକ ସମୟସହିତ ସବୁକିଛି ହରେଇ ଦିଏ ।
ଜୀବନଅଛି ତ ସମସ୍ୟା ଅଛି ଆଉ ପ୍ରତ୍ୟେକସମସ୍ୟାର ସମାଧାନର ବାଟ ବି ଅଛି,ନିଜକୁ ଦୁଃଖି କରିଲେ ସମସ୍ୟାର ସମାଧାନ ହୋଇପାରିବନାହିଁ।
ତୁମେ ବେଙ୍ଗକୁ ସୁନାରେ ନିର୍ମିତ Chairରେ ବସାଇ ଦିଅନା କାହିଁକି…ତାର ପ୍ରକୃତି ସେ କିନ୍ତୁ କାଦୁଅକୁ ହିଁ ଡେଇଁବାକୁ ପସନ୍ଦ କରିବ।ସେହିଭଳି ଆମ ଚାରିପାଖରେ କିଛିଲୋକ ଏମିତି ଅଛନ୍ତି ଯାହାକୁ ତୁମେ ଯେତେ…. Respectଦେଇଦିଅ କିମ୍ବା ଯେତେ ତୁମେ ତାଙ୍କୁ..ମୁଣ୍ଡରେଉପରେ ବସାଅ ସେ କିନ୍ତୁ ତାଙ୍କ ନିଜକାର୍ଯ୍ୟ ମାଧ୍ୟମରେ Proofକରିବେଯେ ସେ ସମ୍ମାନର ଯୋଗ୍ୟ ନୁହଁନ୍ତି ।
ଆଜିର ରାଶିଫଳ
Prev Post
