କଟକ,୦୬।୦୮(ଏସଏସନିଉଜ)ପବିତ୍ର ସିଂହନାଥପୀଠରେ ହେଉଥିବା ଶ୍ରାବଣୀ ଯାତ୍ରା ତଥା ବୋଲବମ୍ ଯାତ୍ରାଅବସରରେ ବିପୁଳ ସଂଖ୍ୟାରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାନବାହନ ଚଳାଚଳ ଉପରେ ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି,ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ ତଥା ଆଞ୍ଚଳିକ ସଡକ ପରିବହନକର୍ତ୍ତୃପକ୍ଷ,ଅଧ୍ୟକ୍ଷ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରାବଣମାସର ପ୍ରତ୍ୟେକସୋମବାର ଅର୍ଥାତ ୧୦.୦୮.୨୦୨୬ ପାଇଁ ୦୯ଅଗଷ୍ଟ ମଧ୍ୟାହ୍ନ ୧୨ଟାଠାରୁ ୧୦ଅଗଷ୍ଟ ସନ୍ଧ୍ୟା୬ଟା,୧୭.୦୮.୨୦୨୬ ପାଇଁ ୧୬ଅଗଷ୍ଟ ମଧ୍ୟାହ୍ନ ୧୨ଟାଠାରୁ ୧୭ଅଗଷ୍ଟ ସନ୍ଧ୍ୟା୬ଟା ଏବଂ ୨୪.୦୮. ୨୦୨୬ ପାଇଁ ୨୩ ଅଗଷ୍ଟ ମଧ୍ୟାହ୍ନ ୧୨ଟାଠାରୁ ୨୪ଅଗଷ୍ଟ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ ବଡମ୍ବା-ବୈଦଶ୍ୱର୍ ସଂଯୋଗ କରୁଥିବା ସମ୍ପୂର୍ଣ୍ଣ ଟି-ବ୍ରିଜ୍କୁ”ନୋ ଭେଇକିଲ୍ ଜୋନ୍”ଭାବେ ଘୋଷଣାକରାଯାଇଛି,ସେହିପରି,ଏହି ସମୟମଧ୍ୟରେ ବଡ଼ମ୍ବା–ନରସିଂହପୁର ରାସ୍ତାର ଗୋପୀନାଥପୁର ଏବଂ ବାଙ୍କୀ–ବଇଦେଶ୍ୱର ରାସ୍ତାର ବଇଦେଶ୍ୱର ଛକରେ ଭାରୀଯାନ ଚଳାଚଳଉପରେ କଟକଣା ଲାଗୁ କରାଯାଇଛି ।ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନଗୁଡ଼ିକୁ ଏହି କଟକଣା ଅନ୍ତର୍ଭୁକ୍ତ କରାଯାଇ ନାହିଁ।ଶ୍ରଦ୍ଧାଳୁଙ୍କସୁରକ୍ଷା,ସୁବିଧାଜନକ ଦର୍ଶନ ବ୍ୟବସ୍ଥା ଏବଂ ଯାତାୟାତକୁ ସୁପରିଚାଳନା କରିବା ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
