ଆଜିର ରାଶିଫଳ

୨୦୨୬ ମସିହା,ଅଗଷ୍ଟମାସ,୯ତାରିଖ,ରବିବାର,ଶ୍ରୀମନ୍ଦିରେ ସର୍ବସମ୍ମତକାମଦା (ଚକ୍ରବୁଲା) ଏକାଦଶୀ,ଋତୁ-ବର୍ଷାଋତୁର(ପ୍ରଥମମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୮/୩୬🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୫/୪୨,
ଶ୍ରାବଣମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି-ଏକାଦଶୀ ଦିବା ଘ୧୧/୩୯ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ,ନକ୍ଷତ୍ର-ମୃଗଶିରା ନକ୍ଷତ୍ର ଦିବା ଘ୩/୫୧ମି ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା ନକ୍ଷତ୍ର,ବ୍ୟାଘାତଯୋଗ ଦିବା ଘ୭/୧୭ମି ପର୍ଯ୍ୟନ୍ତ ତଦନ୍ତେ ହର୍ଷଣଯୋଗ କ୍ଷୟ ରାତ୍ରିଘ୩/୪୪ମି ପର୍ଯ୍ୟନ୍ତ,କରଣ-ବାଳବକରଣ ଦିବା ଘ୧୧/୩୯ମି ପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ରାତ୍ରିଘ୧୦/୮ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟକୋଣରେ,ଦିବା ଘ୧୧/୩୯ମି ପରେ ନୈର୍ଋତ କୋଣରେ,ଅଗନ୍ତବ୍ୟତିଥି,ପାପଯୁକ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ, ମେଷ,ମିଥୁନ,କର୍କଟ,ସିଂହ,ଧନୁ,ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର-କନ୍ୟାରାଶିର ଘାତଚନ୍ଦ୍ର,ଘାତବାର-ମେଷ ରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୩/୫୧ମି ପରେ ୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ଏକାଦଶୀର ଏକୋଦ୍ଦିଷ୍ଟ ଏବଂ ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ଶିମ୍ବିକା(ଶିମ୍ବ)ଦିବା ଘ୧୧/୩୯ମିପରେ ପୂତିକା (ପୋଇଶାଗ) ଭକ୍ଷଣନିଷେଧ ।ଅଶୁଭବେଳା-(ବାର ଓ କାଳବେଳା)ଦିବା ଘ୧୦/୧୨ମି ରୁ ଘ୧/୨୫ମି ପର୍ଯ୍ୟନ୍ତ(କାଳରାତ୍ରି)ରାତ୍ରି ଘ୧/୧୬ମି ରୁ ଘ୨/୪୧ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା)ପ୍ରାତଃ ଘ୬/୧୯ମିରୁ ଘ୯/୩୧ମି ମଧ୍ୟେ, ରାତ୍ରି ଘ୭/୪୭ମି ରୁ ଘ୯/୨୩ମି ପର୍ଯ୍ୟନ୍ତ (ମାହେନ୍ଦ୍ର ବେଳା) ସୂର୍ଯ୍ୟୋଦୟ ରୁ ପ୍ରାତଃ ଘ୬/୧୯ମିମଧ୍ୟେ,ଘ୧୨/୪୩ମିରୁ ଘ୧/୩୧ମି ମଧ୍ୟେ, ରାତ୍ରି ଘ୬/୫୯ମି ରୁ ଘ୭/୪୭ମି ମଧ୍ୟେ, ଘ୧୨/୩୫ମି ରୁ ଘ୩/୪୭ମି ପର୍ଯ୍ୟନ୍ତ,ପୁଷ୍କରଦୋଷ-ମୃତବ୍ୟକ୍ତିଙ୍କ ୧ପାଦ ବାର ପୁଷ୍କରଦୋଷ, ଫଳଂ କୃଷିହାନି ଓ ଭୂମିଦାନ । ଦିବା ଘ୧୧/୩୯ମିପରେ ୨ପାଦ ବାର ଓ ତିଥି ପୁଷ୍କର ଦୋଷ । ଫଳଂ କୃଷିହାନି ଓ ଗୋପଶୁ ସମ୍ପଦରବିନାଶ,ଭୂମି ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ,ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ଶ୍ରୀମତୀ ଲକ୍ଷ୍ମୀଯୁକ୍ତା (ଶୁଭ) । କନ୍ୟାର ଘ୩/୫୧ମିପରେ ପାଞ୍ଚମାସ ଗଣ୍ଡଦୋଷ,ଫଳଂ ସ୍ତ୍ରୀ ବିଧବା ଓ ଦରିଦ୍ରା,ଘୃତତାମ୍ରପାତ୍ର,ରକ୍ତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ,ବାର ଓ ତିଥିଦୋଷହେତୁ(ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ),ଦିବା ଘ୧୧/୩୯ମିଗତେ ବାରହେତୁ (ଶିବଙ୍କଠାରେ ଜଳାଭିଷେକ) ଶୁଭକର୍ମ-ନାସ୍ତି ।
🐐ମେଷ👉ଆଜି ଆର୍ଥିକ,ମାନସିକ ଏବଂ ସାମାଜିକସ୍ଥିତିକୁ ଋଦ୍ଧିମନ୍ତ କରିବ। ଯେକୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଆଡ୍‌ଜଷ୍ଟ କରିନେଲେ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ କିମ୍ବା ସରକାରୀକାମରେ ହଠାତ୍‌ ବାହାରକୁ ଯାତ୍ରା କରିବାକୁ ପଡ଼ିପାରେ।ଦୀର୍ଘଦିନରୁ ଲାଗି ରହିଥିବା ବିବାଦ ସମାଧାନର ରାସ୍ତା ସୁଗମ ହୋଇଯିବ।
🐂ବୃଷ👉ଆପଣଙ୍କୁ କର୍ମଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିପାରେ। ବିଭିନ୍ନ ପ୍ରକାରର ଘରୋଇସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇପାରନ୍ତି।ଆନୁଷ୍ଠାନିକକାମ,ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକକ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।ପୂର୍ବଯୋଜନା ଅନୁଯାୟୀ କାମ କରି କିଛିଟା ସଫଳତା ମଧ୍ୟ ପାଇବେ।
👩‍❤️‍👨 ମିଥୁନ👉ଛୋଟକଥାକୁ କେନ୍ଦ୍ରକରି ପରିବାରରେ ବିତର୍କ ସୃଷ୍ଟି ହୋଇପାରେ। ଯାନବାହନ,ଜମିଜମା,ଗୃହସୀମା,ମାଲିମକଦ୍ଦମା ଓ ଆନୁ ଷ୍ଠାନିକ କର୍ମରେ ସମସ୍ୟା ଲାଗିରହିବ।ପଡ଼ୋଶୀଙ୍କ ସହ ଏକ ସାମାନ୍ୟ କାରଣରୁ ସମ୍ପର୍କ ହାନି ଘଟିପାରେ।ସ୍ଥଗିତ କାମକୁ ସମ୍ପୂର୍ଣ୍ଣକରିବା ସକାଶେ ଅନ୍ୟମାନଙ୍କର ସାହାଯ୍ୟ ନେଇ କାମ ହାସଲ କରିବେ।
🦀କର୍କଟ👉ଆଜିର ଗ୍ରହସ୍ଥିତି ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ଶୀର୍ଷକୁ ନେବାରେ ସାହାଯ୍ୟ କରିବ।ରବିଙ୍କ ପ୍ରଭାବରୁଅର୍ଥ ଓ ସମ୍ମାନ ଲାଭରେ ନିଜକୁ ଗୌରବାନ୍ବିତ ମନେକରିବେ।ସଭାସମିତି,ଆନୁଷ୍ଠାନିକ କାମ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭକରିବେ।ସାହିତ୍ୟରେ ଉନ୍ନତି ଓ ଏହା ସହ ବ୍ୟବସାୟରେ ଲାଭବାନ୍‌ ହେବେ।
🦁 ସିଂହ👉ଦୀର୍ଘଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟସମସ୍ୟାରେ ମନ ଭାରାକ୍ରାନ୍ତ ରହିପାରେ। ଭୁଲ୍‌ ବୁଝାମଣାକାରଣରୁ ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ।ଅନେକାଂଶରେ ସାଧାରଣକଥାକୁ ଜଟିଳ ଆକାରରେ ଗ୍ରହଣକରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିପାରେ।ସାହିତ୍ୟ,କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ମିଳିବ।
🧕କନ୍ୟା👉ଘଟିଯାଇଥିବା ଘଟଣା ମନରେ ଆଲୋଡ଼ନ ସୃଷ୍ଟି କରିବା ଫଳରେ ସ୍ଥିର ଭାବରେ ରହିପାରିବେନାହିଁ।ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପରୋକ୍ଷ ଶତ୍ରୁତା ଆଚରଣ କରିବେ।ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧିକାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେବ।ପ୍ରତ୍ୟେକକ୍ଷେତ୍ରରେ ଟେନ୍‌ସନ୍‌ ଦୂରହେବ ଓ ସୁଖଭ୍ରମଣ ଯୋଗ ରହିଛି।
⚖️ତୁଳା👉ଶିଳ୍ପ,ବାଣିଜ୍ୟରେକ୍ଷତି,ଯାନବାହନରୁ ଆଘାତ ଏବଂ ବନ୍ଧୁ ବର୍ଗରେ ମନାନ୍ତର ଘଟିପାରେ।କର୍ମକ୍ଷେତ୍ରରେ କେତେକ କାର୍ଯ୍ୟରେ ବହୁ କଷ୍ଟରେ ସଫଳତା ହାସଲ କରିବାର ଆଶା କରାଯାଇପାରେ।ଜମିଜମାପ୍ରଭୃତି କିଣାବିକାରେ ସତର୍କ ନହେଲେ ଠକାମିରେ ପଡ଼ିପାରନ୍ତି।ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବ ଯୋଗୁଁ ସାମୟିକ ବିଚଳିତ ହେବେ।
🦂ବିଛା👉ନିକଟରେ ରହୁଥିବା ଈର୍ଷାଳୁ ବ୍ୟକ୍ତିଙ୍କ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।କର୍ମକ୍ଷେତ୍ରରେ ସାହାଯ୍ୟ କାରୀ ମନୋବୃତ୍ତି ହେତୁ ସହକର୍ମୀଙ୍କ ସହ ସଦ୍ଭାବ ବୃଦ୍ଧି ହୋଇପାରେ।ଆଜି ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ୍‌ଜିନିଷ ଆଣିପାରନ୍ତି।ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
🏹ଧନୁ👉ଘରଅପେକ୍ଷା ବାହାର ଲୋକ ଆପଣଙ୍କପକ୍ଷ ନେବେ।ଅଟକିଥିବା କାମ ହାସଲ ପାଇଁ ଚେଷ୍ଟାକଲେ କେତେକାଂଶରେ ସଫଳ ମଧ୍ୟ ହେବେ। ବାଣିଜ୍ୟରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବନାହିଁ।ନୂତନ କର୍ମସଂସ୍ଥାନ ପାଇଁ ମନବଳିବ ଏବଂ ଏଥିପାଇଁ ଜଣାଶୁଣାବ୍ୟକ୍ତିଙ୍କ ପରାମର୍ଶ ମାନିବା ଠିକ୍‌ ହେବ।
🐊ମକର👉ସମ୍ପର୍କୀୟ ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହେବେ।ବାକି ପଡ଼ିଥିବା ଅର୍ଥଆଦାୟ କରିବାରେ ସକ୍ଷମ ହେବେ। ବନ୍ଧୁଙ୍କ ଅନୁରୋଧରେ ପ୍ରତ୍ୟୁଷଯାତ୍ରାରେ ସଫଳତାପାଇବେ,କିନ୍ତୁ ଅସ୍ଥିରତା ଦେଖାଦେବାର ସମ୍ଭାବନା ରହିଛି।ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା ବିଫଳ ହେବନାହିଁ।
🏺କୁମ୍ଭ👉ଆଜି ଯାହା କରିବାକୁ ଚିନ୍ତାକରିଛନ୍ତି,ତାହା ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ପରିବହନ,ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ। ସଭା ସମିତି,ଆନୁଷ୍ଠାନିକ କାମ ପ୍ରଭୃତିରେ କିମ୍ବା ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ, କିନ୍ତୁ ଠିକ୍‌ ସମୟରେ ଠକିଦେବେ।
🐟ମୀନ👉ବାରମ୍ବାର ଚେଷ୍ଟାଦ୍ୱାରା କାର୍ଯ୍ୟ ହାସଲ ହେତୁ ମାନସିକ ସ୍ଥିତି ଭଲ ରହିବ। ପଡ଼ୋଶୀଙ୍କ ପରାମର୍ଶରେ ପାରିବାରିକ ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟାକଲେ ସଫଳତା ପାଇବେ।କର୍ମକ୍ଷେତ୍ରରେ ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି।ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିବାର ସୂଚନା ରହିଛି।
🕉️ନୀତିବାଣୀ🕉️
ପାଦରେ ଆଘାତ ଲାଗିଲେ ମଣିଷ ଚାଲିବା ଶିଖିଥାଏ,ଠିକ୍ ସେହିପରି ମନରେ ଆଘାତଲାଗିଲେ ଏକୁଟିଆବଞ୍ଚିବା ଓ ମଣିଷ ଚିହ୍ନିବା ଶିଖିଥାଏ।
ବେଳେବେଳେ ସବୁ ଦୁଃଖକୁ ଲୁଚେଇ ମୁଁ ଭଲଅଛି ବୋଲି କହିବାକୁ ପଡିଥାଏ କାହିଁକିନା ଅବୁଝାଦୁଃଖକୁ ବୁଝିବାରଶକ୍ତି ସମସ୍ତଙ୍କ ପାଖରେ ନଥାଏ।
ନା ଅସ୍ତ୍ରଦ୍ବାରା ମିଳିଥାଏ ନା ଅଧିକାରଦ୍ବାରା ମିଳିଥାଏ ହ୍ରୁଦୟରେ ସ୍ଥାନ କେବଳ ଆମ ବ୍ଯବହାରଦ୍ବାରା ମିଳିଥାଏ।
ଯାହାରରକ୍ଷା ଇଶ୍ବର କରନ୍ତି ତାହାରକ୍ଷତି କିଏ କରିବ?ପବନ ଯେଉଁଦୀପ ଶିଖାକୁ ସୁରକ୍ଷାଦେବ ତାକୁ କିଏ ଲିଭାଇବ।
ଶତ ଚେଷ୍ଟା କରି ଭାବିଥରେ ଦେଖ
ଅଟେ ଆମେ ଅଭ୍ରଭେଦୀ
ଦୁନିଆ ଦାଣ୍ଡରେ ହଜିବାନି କେବେ
ପାରିବେନି କେହି ଖେଦି…
ଯେଉଁ କଥା ହୃଦୟରେଅଛି ତାକୁ କହିବାପାଇଁ ସହଜକର ଏବଂ ଯେଉଁ କଥା ଅନ୍ୟ ହୃଦୟରେ ଅଛି ତାକୁ ବୁଝିବାପାଇଁ ପ୍ରୟାସ କର।ସବୁ ହସୁଥିବା ଚେହେରା କେବଳ ଖୁସି Timeରେ ହସିନଥାଏ,ବେଳେବେଳେ ନିଜର ଅକୁହା ଦୁଃଖକୁ ଲୁଚାଇବାକୁ ଯାଇ ଦୁନିଆଁ ଆଗରେ ହସିବାର Acting କରିବାକୁ ପଡ଼ିଥାଏ।

- Advertisement -

Leave A Reply

Your email address will not be published.