୨୦୨୬ମସିହା,ଅଗଷ୍ଟମାସ,୧୯ତାରିଖ,ବୁଧବାର।ଗୋସ୍ବାମୀ ତୁଳସୀଦାସ ଜୟନ୍ତୀ ।ଋତୁ-ବର୍ଷାଋତୁର (ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୧/ ୧୩🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୯/୧୫ଶ୍ରାବଣମାସ,ଶୁକ୍ଳପକ୍ଷ,ପଣ୍ଡିତ ବାସ,ତିଥି-ସପ୍ତମୀ ସନ୍ଧ୍ୟା ଘ୬/୪୨ମିପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ.ନକ୍ଷତ୍ର- ସ୍ବାତୀ ନକ୍ଷତ୍ର ମଳ ପ୍ରାତଃଘ୬/୫୧ମି ପର୍ଯ୍ୟନ୍ତ ତଦନ୍ତେ ବିଶାଖାନକ୍ଷତ୍ର ।ବ୍ରହ୍ମଯୋଗ ରାତ୍ରି ଘ୪/୩୪ମିପର୍ଯ୍ୟନ୍ତ ତଦନ୍ତେ ଇନ୍ଦ୍ରଯୋଗ,କରଣ-ଗରକରଣ ପ୍ରାତଃ ଘ୫/ ୪୧ମିପର୍ଯ୍ୟନ୍ତ ତଦନ୍ତେ ବାଣିଜ୍ୟକରଣ ସନ୍ଧ୍ୟା ଘ୬/୪୨ମି ପର୍ଯ୍ୟନ୍ତ.ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ବାୟବ୍ୟକୋଣରେ,ସନ୍ଧ୍ୟା ଘ୬/୪୨ମି ପରେ ଐଶାନ୍ୟକୋଣରେ,ଅଗନ୍ତବ୍ୟ ତିଥି ଓ ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋ ଦୟ ରୁ ସନ୍ଧ୍ୟା ଘ୬/୪୨ମିମଧ୍ୟେ ଯାତ୍ରାଶୁଭ,ବାୟୁକୋଣ,ପଶ୍ଚିମଦିଗ ଓ ନୈର୍ଋତ କୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି-ମେଷ,ବୃଷ, ମିଥୁନ,ସିଂହ,କନ୍ୟା, ତୁଳା,ଧନୁ,ମକର ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ରାତ୍ରି ଘ୨/୪୬ମି ପରେ ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି.ଘାତଚନ୍ଦ୍ର-ଘାତଚନ୍ଦ୍ର ନାହିଁ ।ଘାତବାର-କର୍କଟରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ପ୍ରାତଃ ଘ୬/୫୧ମିପରେ ୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ -ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ତାଳ,ସନ୍ଧ୍ୟାଘ୬/୪୨ମିପରେ ନାରିକେଳ(ନଡି଼ଆ)ଭକ୍ଷଣ ନିଷେଧ
ଅଶୁଭବେଳା-(କାଳବେଳା)ଦିବା ଘ୮/୩୯ମି ରୁ ଘ୧୦/୧୧ମି ପର୍ଯ୍ୟନ୍ତ(ବାରବେଳା)ଦିବା ଘ୧୧/୪୭ମି ରୁ ଘ୧/୨୧ମି ପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୨/୪୦ମି ରୁ ଘ୪/୯ମି ପର୍ଯ୍ୟନ୍ତ।ଶୁଭବେଳା -(ଅମୃତବେଳା) ସୂର୍ଯ୍ୟୋଦୟରୁ ଦିବା ଘ୭/୮ମଧ୍ୟେ, ଘ୧୧/୫୭ମି ରୁ ଘ୧/୩୩ମିମଧ୍ୟେ, ରାତ୍ରି ଘ୬/୫୧ମି ରୁ ଘ୯/୧୫ମିମଧ୍ୟେ, ଘ୨/୨ମି ରୁ ରାତ୍ରିଶେଷ ଘ୫/୩୨ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା)ଦିବା ଘ୩/୫୭ମି ରୁ ଘ୫/୩୩ମିମଧ୍ୟେ, ରାତ୍ରି ଘ୯/୧୫ମି ରୁ ଘ୧୦/୫୧ମି ପର୍ଯ୍ୟନ୍ତ,ପୁଷ୍କରଦୋଷ-ମୃତ ବ୍ୟକ୍ତିଙ୍କ ୧ପାଦ ତିଥି ପୁଷ୍କର ଦୋଷ,ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ର ଦାନ,ପ୍ରାତଃ ଘ୬/୫୧ମି ପରେ ୨ପାଦ ତିଥି ଓ ନକ୍ଷତ୍ର ପୁଷ୍କରଦୋଷ,ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ,ଅନ୍ନବସ୍ତ୍ର ଓ ତିଳ ସୁବର୍ଣ୍ଣଦାନ,ସନ୍ଧ୍ୟା ଘ୬/୪୨ମି ପରେ ୧ପାଦ ନକ୍ଷତ୍ର ପୁଷ୍କର ଦୋଷ । ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ,ତିଳସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ଭିକ୍ଷାସିନୀ ମତାନ୍ତରେ ବିପୁତ୍ରା,ଶାନ୍ତି କରଣୀୟ,ଶୁଭକର୍ମ- ପ୍ରାତଃ ଘ୬/୫୧ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ୧୬ ନକ୍ଷତ୍ରେ ନବଦୋଳାଦ୍ୟା ରୋହଣ,ବୃକ୍ଷରୋପଣ,ନବାନ୍ନ,ଅନ୍ନପ୍ରାଶନ,ନବବସ୍ତ୍ର ପରିଧାନ,ହଳପ୍ରବାହ, ବୀଜବପନ,ବାଣିଜ୍ୟକରଣ, ଧାନ୍ୟଚ୍ଛେଦନ (ରାଧାରମଣ)ଅଦ୍ୟ ସ୍ବାତୀ ନକ୍ଷତ୍ରେ- ବୃକ୍ଷରୋପଣ,ନାମକରଣ, ଅନ୍ନପ୍ରାଶନ, ନାଟ୍ୟାରମ୍ଭ,କ୍ରୟବାଣିଜ୍ୟକରଣ, ନବଦୋଳାଦ୍ୟା ରୋହଣ,ନୌକାଗଠନ ଓ ଯାତ୍ରା,ଦେବତାଗଠନ,ହଳପ୍ରବାହ ବୀଜବପନ,ଧାନ୍ୟଚ୍ଛେଦନ ଓ ସ୍ଥାପନ, ଔଷଧକରଣ ଓ ସେବନ(ଅରୁଣୋଦୟ)ସ୍ବାତୀ ଓ ବିଶାଖାନକ୍ଷତ୍ରେ ନବାନ୍ନ, ହଳପ୍ରବାହ ଓ ବୀଜବପନ,ନବାନ୍ନ,ଅନ୍ନପ୍ରାଶନ,ନବବସ୍ତ୍ରପରିଧାନ ଏବଂ ସ୍ବାତୀ ନକ୍ଷତ୍ରେ ବାଣିଜ୍ୟକରଣ,ନାମକରଣ,ଦେବତାଗଠନ,ନୂତନଯାନପୂଜା, ବୃକ୍ଷ ରୋପଣ
🐐ମେଷ👉ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।ବନ୍ଧୁସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ ଦରକାର ସମୟରେ ପାଖରେ ନଥିବେ।ଆର୍ଥିକ ଅବନତିଜନିତ ନିର୍ମାଣ, ନୂତନ କର୍ମାରମ୍ଭ ଅଟକି ଯିବ।କଳା,ସାହିତ୍ୟ, ମନୋରଞ୍ଜନ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ପ୍ରଶଂସିତ ହେବେ।
🐂ବୃଷ👉ଶାରୀରିକ ଦୁର୍ବଳତାଯୋଗୁ କାମ କରିବାକୁ ଆଗ୍ରହପ୍ରକାଶ କରିବେ ନାହିଁ। ଅନ୍ୟମାନଙ୍କ ଦ୍ୱାରା ସ୍ଥଗିତକାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ।ସାମାଜିକସ୍ତରରେ ସମ୍ମାନନୀୟବ୍ୟକ୍ତି ବିଶେଷ ସହାୟତା କରିବେ। ପରିବାରରେ ସାଧାରଣକଥାକୁ କେନ୍ଦ୍ରକରି ମତାନ୍ତର ଅଶାନ୍ତିର ମାତ୍ରାକୁ ବଢ଼ାଇପାରେ।
👩❤️👨 ମିଥୁନ👉ଶାରୀରିକ ସୁସ୍ଥତା ସହ କର୍ମକ୍ଷେତ୍ରରେ ଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।ଆଲୋଚନାରେ ଭାଗନେଇ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିବେ ଓ ବ୍ୟକ୍ତିଗତ ଭାବରେ ଉପକୃତ ହେବେ।ପରିବାରର ସମର୍ଥନ ଓ ସହଯୋଗ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବ।ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବାକୁ ମନ ବଳାଇପାରନ୍ତି।
🦀କର୍କଟ👉ଆଜି ଆପଣ ଯେଉଁ କର୍ମାରମ୍ଭ କଲେ ମଧ୍ୟ ସଫଳତା ପାଇବେ। ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା କୌଣସିସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। ଭାବପ୍ରବଣ ବଶତଃ ଓଲଟାକଥା କହି ବନ୍ଧୁ ଗହଣରେ ଅପଦସ୍ଥ ହୋଇପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟ ଓ ଧର୍ମାନୁଷ୍ଠାନଦିଗରୁ ପ୍ରେରଣା ଲାଭ କରିବେ।
🦁 ସିଂହ👉ପରିସ୍ଥିତିରେପଡ଼ି ହଠାତ୍ ବହୁତଗୁଡ଼ିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।ଈର୍ଷାପରାୟଣବ୍ୟକ୍ତି ମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ସାମାଜିକସ୍ତରରେ ପ୍ରତିଯୋଗିତା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ। ବ୍ୟବସାୟରେ,ପ୍ରକଳ୍ପା ରମ୍ଭରେ,ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
🧕କନ୍ୟା👉ଯେଉଁ କାମ ହାତକୁ ନେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ ଓ ଆଶାଜନକ ଫଳ ପାଇବେ। କଳା,ସାହିତ୍ୟ,ସାମ୍ବାଦିକତା,ଗବେଷଣା, ଏଜେନ୍ସିପରୁ ଖୁସି ରହିବେ।ଅଚାନକ ଭାବରେ ବନ୍ଧୁଙ୍କ ନିକଟରୁ ଶୁଭଖବର ଶୁଣି ଖୁସି ହେବେ।ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ।
⚖️ତୁଳା👉ଦେବଗୁରୁଙ୍କ କୃପାରୁ ସମସ୍ୟା ସମାଧାନ ହୋଇଯିବାର ମାର୍ଗ ଉନ୍ମୁକ୍ତ ହେବ।ଶୁକ୍ରଙ୍କପ୍ରଭାବରୁ ବିଳାସ ପ୍ରାଚୁର୍ଯ୍ୟମଧ୍ୟରେ ସମୟ ଅତିବାହିତ କରିପାରନ୍ତି।ସରକାରୀସ୍ତରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ।ବାଣିଜ୍ୟ,ବ୍ୟବସାୟ,ପରିବହନକ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ।
🦂ବିଛା👉ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଯାତ୍ରା ସହଜସାଧ୍ୟ ରହିବ। ବନ୍ଧୁଙ୍କ ମେଳରେ ରହିବାର ସୁଯୋଗପାଇବେ।କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ସକାଶେ ଦୂରଯାତ୍ରାରେ ଅଭିଳଷିତ ଜିନିଷ ପାଇବେ।ଆର୍ଥିକସ୍ଥିତି, ବୈବାହିକ ସମ୍ପର୍କ,ସାମୂହିକ କାର୍ଯ୍ୟ ଓ ଆନୁଷ୍ଠାନିକ ଆଲୋଚନାରେ ଲକ୍ଷ୍ୟହାସଲ କରିବେ।
🏹ଧନୁ👉ବନ୍ଧୁ ଓ ପରିଜନଙ୍କ ସହିତ ଆପଣଙ୍କୁ ଅଚାନକ ଭ୍ରମଣ ସୁଯୋଗ ଜୁଟିପାରେ।କିନ୍ତୁ ମତଭେଦକାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।ଠିକ ଭୁଲ୍ ବିଚାରନକରି କାମ କଲେ ନିଶ୍ଚିତ ଭାବରେ ପ୍ରତାରିତ ହେବେ।ଈର୍ଷାପରାୟଣ ବନ୍ଧୁଙ୍କ ହସ୍ତକ୍ଷେପଫଳରେ ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବ।
🐊ମକର👉ବିଭିନ୍ନବିଷୟ ଚିନ୍ତାକରି କାମ କରିବାର ସ୍ପୃହା କମିଯିବ। ସତ୍ସଙ୍ଗଜନିତ ଧର୍ମକାର୍ଯ୍ୟସକାଶେ ମନ ବଳିବ। ଅନ୍ୟମନସ୍କତା କିମ୍ବା ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟହେବାର ଆଶଙ୍କା ରହିଛି।ଶାରୀରିକ ଅସୁସ୍ଥତା କାରଣରୁ କେତେକକାମ ଅଧୁରା ରହିଯାଇପାରେ।
🏺କୁମ୍ଭ👉ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ସାମୟିକ ଖୁସୀ ରହିବେ। ସଭାସମିତିରେ ପ୍ରିୟକଥା କହି ସମସ୍ୟାକୁ ସୁଧାରି ନେବେ।ଆଗାମୀ ଆନୁଷ୍ଠାନିକ କାମ ସକାଶେ ଘର ସାଜସଜ୍ଜାରେ ମଜିରହିପାରନ୍ତି। ପରିହାସଯୁକ୍ତ କଥା କର୍ମ କ୍ଷେତ୍ରରେସମସ୍ୟା ସୃଷ୍ଟି କରିବାର ସୂଚନା ରହିଛି।
🐟ମୀନ👉ଅନ୍ୟମାନଙ୍କଦ୍ୱାରା ପ୍ରଭାବିତହୋଇ କର୍ମକ୍ଷେତ୍ରରେ ଜଣେ ବିଜାତୀୟ ବ୍ୟକ୍ତି ଅସହଯୋଗ କରିପାରେ।ଯେତେ ଭଲକାମ କରନ୍ତୁନା କାହିଁକି ପରିବାର ମଧ୍ୟରେ ସମାଲୋଚିତ ହେବେ।ପାରିବାରିକକ୍ଷେତ୍ରରେ ଭାରସାମ୍ୟ ରକ୍ଷା କରି ଚଳିବାକୁ ବାଧ୍ୟହେବେ।ଶିଳ୍ପ,ପରିବହନ,ରପ୍ତାନି ବାଣିଜ୍ୟରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
🕉️ନୀତିବାଣୀ🕉️
ପ୍ରଶଂସା ସହିତ ତରଳି ଯାଅନାହିଁ ଏବଂ ସମାଲୋଚନାରେ କିଛି କୁହନ୍ତୁନାହିଁ।
କେବଳ ସ୍ୱପ୍ନଦେଖିଲେ କିଛି ହୁଏନାହିଁ,କଠିନ ପରିଶ୍ରମଦ୍ୱାରା ସଫଳତା ହାସଲ ହୋଇଥାଏ।ଭୁଲ୍ ରାସ୍ତାରେ ଦ୍ରୁତଗତିରେ ଯିବା ଅପେକ୍ଷା,ସଠିକ୍ ରାସ୍ତାରେ ଧିରେଧିରେ ଯିବା ଶହେଗୁଣରେ ଭଲ।
ନିଜକୁ ସମାଲୋଚନା କରିବାର କଳା ଯିଏ ଶିଖିଛି,ସେ ଉନ୍ନତିର ପଥରେ ନିଶ୍ଚୟ ଆଗେଇ ଯାଇଛି।ତୁମକୁ କେତେ ଲୋକ ଚିହ୍ନିଛନ୍ତି ଏହା ମହତ୍ତ୍ଵପୁର୍ଣ୍ଣ ନୁହେଁ।କାହିଁକି ଚିହ୍ନନ୍ତି ଏହା ବିଶେଷ ମହତ୍ତ୍ଵପୁର୍ଣ୍ଣ।
ଆଜିର ରାଶିଫଳ
Prev Post
